ଏଣିକି ସ୍କୁଲପିଲାଙ୍କୁ ଏସ୍କର୍ଟ – ଏସ୍କର୍ଟରେ ନିଯୁକ୍ତ ବ୍ୟକ୍ତିଙ୍କୁ ମିଳିବ ଅଢ଼େଇ ହଜାର – ପ୍ରଥମ ପର୍ଯ୍ୟାୟରେ ୪୦୩୧ ଛାତ୍ରଛାତ୍ରୀ ହେବେ ସାମିଲ
ଭୁବନେଶ୍ୱର,୦୫/୦୮/୨୦୧୯ ( ଓଡ଼ିଶା ସମାଚାର)- ରାଜ୍ୟରେ ୬ରୁ୧୪ବର୍ଷ ପିଲାଙ୍କ ଉଭୟ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ଶିକ୍ଷା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଆଉ ଏକ ଅଭିନବ ପ୍ରୟାସ ଆରମ୍ଭ ହେବାକୁ ଯାଉଛି । ଏଚ୍ଚିକି ରାଜ୍ୟର ଉପାନ୍ତ ଅଂଚଳ ତଥା ଘଂଚ ଜଙ୍ଗଲ ଏବଂ ବିପଦପୂର୍ଣ୍ଣ ପଥ ଦେଇ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାଲାଗି ଆରମ୍ଭ ହେବ ଏସ୍କର୍ଟ ବ୍ୟବସ୍ଥା । ଯେଉଁଥିରେ ଉଭୟ ଛାତ୍ର ଏବଂ ଛାତ୍ରୀଙ୍କୁ ଘରୁ ସ୍କୁଲ ଏବଂ ସ୍କୁଲରୁ ଘରପର୍ଯ୍ୟନ୍ତ ନେବା ଆଣିବା କରିବା ଲାଗି ସାଙ୍ଗରେ ଜଣେ ଏସ୍କୋର୍ଟ ନିଯୁକ୍ତ ହେବେ । ତେବେ ପ୍ରଥମ ପର୍ଯ୍ୟାୟରେ ୪୦୩୧ଜଣ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ଦିଆଯାଇଥିବାବେଳେ ଖୁବଶୀଘ୍ର ରାଜ୍ୟର ସବୁ ପିଲାଙ୍କ ଲାଗି ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ରାଜ୍ୟରେ ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ପ୍ରାଥମିକ ସ୍କୁଲଏବଂ ଉଚ୍ଚପ୍ରାଥମିକ ସ୍କୁଲ ସର୍ବାଧିକ ୧କିମି ମଧ୍ୟରେ ରହିଛି । ମାତ୍ର ରାଜ୍ୟର କିଛି ଉପାନ୍ତ ଅଂଚଳ ରହିଛି ଯେଉଁଠି ପ୍ରାୟ ୪/୫କିମି ବ୍ୟବଧାନରେ ସ୍କୁଲ ରହିଛି । ସମ୍ପୃକ୍ତ ସ୍କୁଲକୁ ଛାତ୍ରଛାତ୍ରୀମାନେ ଦୂରଦୂରାନ୍ତରରୁ ପଢ଼ିବାକୁ ଯାଇଥାନ୍ତି । ଏପରିକି ଘରଠାରୁ ଦୂରରେ ଥିବା ସ୍କୁଲକୁ ପିଲାମାନେ ଅନେକ ଜଙ୍ଗଲ, ନଦୀ ତଥା ନିଛାଟିଆ ରାସ୍ତାରେ ଯା’ଆସ କରିବାକୁ ପଡ଼ିଥାଏ । ଅନେକ ସମୟରେ ଏପରି ସମସ୍ୟା ପାଇଁ ଛାତ୍ରଛାତ୍ରୀମାନେ ବିଭିନ୍ନ ବିପଦଜନକ ପରିସ୍ଥିିତିର ସମ୍ମୁଖୀନ ହୋଇଥାନ୍ତି ।ବିଶେଷକରି ଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଥାଏ । ଏପରି ସମସ୍ୟାର ସମାଧାନ ଲାଗି ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ଲାଗିଏସ୍କର୍ଟ ବ୍ୟବସ୍ଥାଆରମ୍ଭ ହୋଇଛି । ଉଭୟପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ଛାତ୍ରଛାତ୍ରୀଙ୍କ ସହିତ ଜଣେବୟସ୍କ ବ୍ୟକ୍ତି ଯିବେ । ତେବେ ବିଭିନ୍ନ ଗ୍ରାମରେ ଥିବା ବିଧବା ମହିଳା ବା ବୃଦ୍ଧାଙ୍କୁ ଏଥିରେ ସାମିଲ କରାଯିବ ।ଏନେଇ ସମ୍ପୃକ୍ତ ଏସ୍କର୍ଟର୍ରେ ନିଯୁକ୍ତ ବ୍ୟକ୍ତିଙ୍କୁ ମାସିକ ବେତନ ଆକାରରେ ସର୍ବନିମ୍ନ ଅଢ଼େଇ ହଜାର ଟଙ୍କା ପ୍ରଦାନ କରାଯିବ । ଏହାବ୍ୟତୀତ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ପ୍ରଦାନ କରାଯିବ । ଏହି ଏସ୍କର୍ଟମାନେ ପିଲାଙ୍କୁ ନେଇ ସ୍କୁଲକୁ ଯିବେ ଏବଂ ସ୍କୁଲ ଛୁଟି ହେବା ପରେ ଘରକୁ ସୁରକ୍ଷିତ ଭାବେ ଆଣିବା ଦାୟିତ୍ୱ ପ୍ରଦାନ କରାଯିବ ।ତେବେ ଏସ୍କୋର୍ଟଙ୍କୁ ମଧ୍ୟାହ୍ଣରେ ଖାଇବା ଲାଗି ସମ୍ପୃକ୍ତ ସ୍କୁଲରେ ମଧ୍ୟାହ୍ଣ ଭୋଜନ ମଧ୍ୟ ଦିଆଯିବ ବୋଲି ନିଷ୍ପତି ହୋଇଛି ।ସ୍କୁଲ ଓ ଗଣଶିକ୍ଷା ବିଭାଗର ବର୍ତମାନର ରିପୋର୍ଟ ଅନୁଯାୟୀ, ରାଜ୍ୟର ବିଭିନ୍ନ ଉପାନ୍ତ ଅଂଚଳରେ ପ୍ରଥମ ପର୍ଯ୍ୟାୟରେ ୪୦୩୧ଜଣ ପିଲାଙ୍କୁ ଏହି ବ୍ୟବସ୍ଥାରେ ସାମିଲ କରାଯାଇଛି । ଯେଉଁଥିରେ ୨୧୨୧ ଛାତ୍ର ଥିବାବେଳେ ୧୯୧୦ଜଣ ଛାତ୍ରୀ ରହିଛନ୍ତି । ସେହିପରି ୮୯୯ଜଣ ଏସ୍ସି ବର୍ଗର ପିଲା ହୋଇଥିବା ବେଳେ ୨୦୨୧ଜଣଏସ୍ଟି, ୧୨ଜଣ ମୁସଲିମ୍ ଧର୍ମର ହୋଇଥିବା ବେଳେ୧୦୯୯ଜଣ ଅନାନ୍ୟ ବର୍ଗର ଥିବା ଜଣାପଡ଼ିଛି । ଏଥିପାଇଁମଧ୍ୟ ୩୫୦ ଏସ୍କର୍ଟ ନିଯୁକ୍ତ ହୋଇଥିବା ବେଳେ ଖୁବଶୀଘ୍ର ଅଧିକ ସଂଖ୍ୟକ ନିଯୁକ୍ତ ହେବେ ବୋଲି ନିଷ୍ପତି ହୋଇଛି । ଏସ୍କର୍ଟମାନେ ପିଲାଙ୍କୁ ଆଣି ସ୍କୁଲରେ ଛାଡ଼ିବାପରେ କେତେ ପିଲାଙ୍କୁ ଆଣି ଆସିଥିଲେ ତାହାର ଏକ ରିପୋର୍ଟ ପ୍ରଧାନଶିକ୍ଷକଙ୍କୁ ପ୍ରଦାନ କରିବେ । ପ୍ରତି ଗ୍ରାମରେ ମଧ୍ୟ ଏକ କମିଟି ଗଠନ କରାଯାଇଛି । ସମ୍ପୃକ୍ତ କମିଟିକୁ ସରପଂଚ ଚୟନ କରିଥିବା ବେଳେ ଦୈନିକ କେତେ ଛାତ୍ରଛାତ୍ରୀ ଏସ୍କର୍ଟଙ୍କ ସହିତ ସ୍କୁଲ ଯିବେ ତାହାର ତାଲିକା ପ୍ରସ୍ତୁତ କରାଯିବ । ୧କିମି ଦୂରତାରେ ଥିବା ସ୍କୁଲ ପାଇଁ ଜଣେ ଲେଖାଏଁ ଏବଂ ଅଢ଼େଇ କିମିରୁ ଅଧିକ ଦୂରରେଥିବା ସ୍କୁଲ ପାଇଁ ୨ଜଣ ଲେଖାଏଁ ଏସକର୍ଟ ପିଲାଙ୍କ ସହିତ ଯିବେ । ନଦୀ କିମ୍ବା ବିପଦପୂର୍ଣ ସ୍ଥାନରେ ପିଲାଙ୍କର ରାସ୍ତାପାର କରିବା ଲାଗି ମଧ୍ୟ ପୁରୁଷ ଏସ୍କର୍ଟଙ୍କୁ ସାମିଲ କରାଯାଇଛି । ତେବେ ୮୦ପ୍ରତିଶତ ମହିଳା ଏସ୍କର୍ଟ ନିଯୁକ୍ତ ହୋଇଥିବା ବେଳେ ୨୦ପ୍ରତିଶତ ପୁରୁଷ ଏସ୍କୋର୍ଟ ନିଯୁକ୍ତ ହୋଇଛନ୍ତି । ଏହି ବ୍ୟବସ୍ଥାର ଯାଂଚ କରିବା ଲାଗି ସମ୍ପୃୃକ୍ତ ଜିଲ୍ଲାର ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରତି୧୫ଦିନର ରିପୋର୍ଟ ସରପଂଚ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ । ପରେ ମାସକର ରିପୋର୍ଟ ଜିଲ୍ଲାଶିକ୍ଷା ଅଧିକାରୀ ଜିଲ୍ଲାପାଳଙ୍କୁ ୁ ପ୍ରଦାନ କରିବେ ବୋଲିନିଷ୍ପତିି ହୋଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର