Wednesday , December 7 2022
Breaking News
Home / ବିଶେଷ / ସରକାରୀ ଅନୁଦାନରେ ନିର୍ମିତ କମ୍ୟୁନିଟି ସେଂଟରରେ ଭଡାରେ ଚାଲିଛି କୁକୁଡାକଟା

ସରକାରୀ ଅନୁଦାନରେ ନିର୍ମିତ କମ୍ୟୁନିଟି ସେଂଟରରେ ଭଡାରେ ଚାଲିଛି କୁକୁଡାକଟା

କେନ୍ଦ୍ରାପଡା ୦୫/୦୮/୨୦୧୯ ( ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ଭରତପୁର ସାମିଲ ପାରାଚକ  ଗ୍ରାମରେ ପ୍ରାୟ ୨ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ସରକାରୀ ଅନୁଦାନରେ ଗତ ୨୦୦୬ମସିହାରେ ନିର୍ମିତ ହୋଇଥିବା ମଇଁଷିଗୋଠ କମ୍ୟୁନିଟି ସେଂଟରଟିକୁ  ଗ୍ରାମପଂଚାୟତକୁ ହସ୍ତାନ୍ତର କରାନଯାଇ ସେହି ଗୃହଟିକୁ ୨୦୦୬ମସିହାରୁ ଭଡା ଦିଆଯାଇଥିବା ସୋମବାର ଜନଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସେହି ପଂଚାୟତର ହରିଡାଦଣ୍ଡା ପଡାଗ୍ରାମର ବାବାଜୀ ସାମଲଙ୍କ ପୁଅ ବିଶ୍ୱଜିତ ସାମଲ ପ୍ରଥମେ କଲ୍ୟାଣୀ ମହାମଣ୍ଡଳକୁ  ଭଡା ଦେଇଥିବା ବେଳେ ଏବେ ପାରାଚକ ଗ୍ରାମର ତନୁଜ ମଳିକକୁ କୁକୁଡାକଟା ଦୋକାନ କରିବାକୁ ଭଡା ଦେଇଛନ୍ତି । ଦୀର୍ଘ ୧୩ବର୍ଷରୁ ଉଦ୍ଧ୍ୱର୍ ହେବ ଏକ ସରକାରୀ ଅନୁଦାନରେ ନିର୍ମିତ ଗୃହକୁ କିପରି ଜଣେ  ଲୋକ ଭଡାଦେଇ ବ୍ୟକ୍ତିଗତ ଭାବରେ ଭଡା ଆଦାୟକରି ବେପାର କରୁଛି ତାହା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି । ତୁରନ୍ତ ସେହି ବ୍ୟକ୍ତିଙ୍କ ଠାରୁ ସମ୍ପୂର୍ଣ୍ଣ ଭଡା ଆଦାୟ କରାଯିବା ସହିତ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । ଏତଦବ୍ୟତିତ ସେହି କମ୍ୟୁନିଟି ସେଂଟର ଗୃହଟିକୁ ତାଙ୍କ ଠାରୁ ବେଦଖଲ କରାଯାଇ ଗ୍ରାମପଂଚାୟତକୁ ହସ୍ତାନ୍ତର କରାଯିବା ସହିତ ସର୍ବସାଧାରଣଙ୍କ ନିମନ୍ତେ ସେହି ଗୃହଟିକୁ ବ୍ୟବହାର କରାଯାଉ । ବେଆଇନ ଭାବରେ  କମ୍ୟୁନିଟି ସେଂଟର ଗୃହଟିକୁ ଜବରଦଖଲ କରି ସେଠାରେ ଚାଲିଥିବା ଅସାମାଜିକ କାର୍ଯ୍ୟକୁ ବନ୍ଦ କରାଯିବା ପାଇଁ ଅଭିଯୋଗକାରୀ ଗଗନବିହାରି ମଳିକ, ନାରାୟଣ ମଳିକ, ଶରତ ବାରିକ, ନବଘନ ମଳିକ, ବାଉରୀ ସେଠି, ଅଲେଖ ସେଠୀ, ଅଶୋକ ମଳିକ, ଧୃବ ଚରଣ ବାରିକ, ନକୁଳ ସେଠୀ, ପ୍ରଫୁଲ୍ଲ ସୂତାର, ରାଜୀବ ଦାସ, ବସନ୍ତ ନାୟକ, କନକ ସାମଲ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡା ବିଡିଓଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେହି କମ୍ୟୁନିଟି ସେଂଟରଟିକୁ ଜବରଦଖଲମୁକ୍ତ କରି ଗ୍ରାମପଂଚାୟତକୁ ହସ୍ତାନ୍ତର କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.