ସେପ୍ଟେମ୍ବର ୨୪ରେ ରାଜ୍ୟସ୍ତରୀୟ ଆନ୍ଦୋଳ
କଟକ, ୦୫/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ସାଂଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୟ ଯୋବ୍ରାରୋଡ଼ସ୍ଥିତ ଏସ୍ଏନ୍ ସରକାର ସ୍ମୃତି ସଭାଗୃରେ ଆୟୋଜିତ ଏହି କର୍ମଶାଳାରେ ୬ଦଫା ଦାବିରେ ରାଜ୍ୟସ୍ତରୀୟ ଆନ୍ଦୋଳନ ସେପ୍ଟେମ୍ବର ୨୪ତାରିଖରେ ସଂଗଠିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ଓଡ଼ିଶାର ବିଶିଷ୍ଟ କର୍ମଚାରୀ ନେତା ଦୁର୍ଗାଚରଣ ନାୟକ କର୍ମଶାଳାକୁ ଉଦ୍ଘାଟନ କରିଥିବାବେଳେ ଉଦୟନାଥ ମହାପାତ୍ର, ରବିନାରାୟଣ ମଲ୍ଲିକ ଓ ପ୍ରଫୁଲ୍ଲ କୁମାର ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ରାଜ୍ୟସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାଗୁଡ଼ିକୁ କର୍ମଚାରୀମାନେ ଜନସାଧାରଣଙ୍କ ନିକଟରେ ପହଞ୍ଚଚାଉଛନ୍ତି । କିନ୍ତୁ ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧାଗୁଡ଼ିକୁ ରାଜ୍ୟ ସରକାର ସମାଧାନ କରିବାରେ ଅଗ୍ରାଧିକାର ଦେଉନଥିବା ସେମାନେ କହିଥିଲେ । ପଦବୀ ଉଚ୍ଛେଦ ହେବା, ନୂଆ ନିଯୁକ୍ତି ନହେବା ପଛରେ ରାଜ୍ୟସରକାରଙ୍କ ଆର୍ôଥକ ନୀତି ଦାୟୀ ବୋଲି ଅଭିଯୋଗ କରାଯିବା ସହ କଂଟ୍ରାକଚୁଆଲ, ଏନ୍ଏଚ୍ଏମ୍ କଂଟ୍ରାକଚୁଆଲ, ଆଉଟ ସୋର୍ସିଂ ଓ ଅସ୍ଥାୟୀ କର୍ମଚାରୀଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ କର୍ମଚାରୀମାନଙ୍କୁ ହତାଶ କରିଥିବା ବକ୍ତାମାନେ କହିଥିଲେ । ରାଜ୍ୟସରକାରଙ୍କ ଆର୍ଥିକ ନୀତି ଓ ଆଭିମୁଖ୍ୟର ଅବିଳମ୍ବେ ପରିବର୍ତ୍ତନ ପାଇଁ ଏହି କର୍ମଶାଳା ରାଜ୍ୟ କର୍ମଚାରୀଙ୍କ ଆନ୍ଦୋଳନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ବକ୍ତାମାନେ କହିଥିଲେ । ଆସନ୍ତା ସେପ୍ଟେମ୍ବର ୨୪ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ଆନ୍ଦୋଳନ ସଂଗଠିତ କରିବାକୁ ବିଶ୍ୱମୋହନ ମହାପାତ୍ର, ସଦାନନ୍ଦ ବେହେରା, ଜ୍ୟୋତ୍ସ୍ନାମୟୀ ଦେଈ, କାହ୍ନୁଚରଣ ମଲ୍ଲିକ, ଶକୁନ୍ତଳା ସର୍ଦ୍ଦାର, ଦେବେନ୍ଦ୍ର ଜଗନ୍ନାଥ ନାୟକ, ବିରୋନ ପଣ୍ଡା, ଗୋକୁଳାନନ୍ଦ ବେହେରା, ଅକ୍ଷୟ ଜେନା, ଶକୁନ୍ତଳା ସ୍ୱାଇଁ, କୃପାସିନ୍ଧୁ ବେହେରା, ରତ୍ନାକର ବେହେରା, ବିଳାସ ତାଣ୍ଡିଆ, ହରେକୃଷ୍ଣ ବେଜ, ହରିହର ସାହୁ, ଗୋପୀନାଥ ବାରିକ, ଅଶୀଳ କୁମାର ବ୍ରହ୍ମ, ବ୍ରଜବନ୍ଧୁ ପରିଡ଼ା, ମହେଶ ପଟ୍ଟନାୟକ, ଅମୂଲ୍ୟ କୁମାର ସ୍ୱାଇଁ, ଅନିତା ରଜନୀ ତିର୍କୀ, ଶାନ୍ତିଲତା ସାହୁ, ଜ୍ୟୋକ୍ଟରା ମହାନ୍ତି, ବିକାଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଆହ୍ୱାନ ଦେଇଥିଲେ । ଓଡ଼ିଶା ସମାଚାର
