ଭୁବନେଶ୍ୱର,୦୫/୦୮/୨୦୧୯ ( ଓଡ଼ିଶା ସମାଚାର)-ରାଜ୍ୟରେ ଏକାଦଶ ଏବଂ ଦ୍ୱାଦଶଶ୍ରେଣୀ ପାଠପଢ଼ା ଶୈଳୀରେ ସଂସ୍କାର ଆଣିବା ଲାଗି ଗଣଶିକ୍ଷା ବିଭାଗକେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛି । ନିଷ୍ପତି ଅନୁଯାୟୀ, ଏଣିକିଏହି ୨ ଶ୍ରେଣୀ ଲାଗି ପ୍ରତି ମାସର ଶେଷ ଶନିବାର ଅଭିଭାବକଙ୍କୁନେଇ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସମ୍ପୃକ୍ତ ଜୁନିୟର କଲେଜଗୁଡ଼ିକର ଅଧ୍ୟକ୍ଷମାନେ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ସମସ୍ତଅଭିଭାବକଙ୍କୁ ନିମନ୍ତ୍ରିତ କରାଯିବ । ଏଥିରେ ଛାତ୍ରଛାତ୍ରୀଙ୍କର ଉପସ୍ଥାନ,ସେମାନଙ୍କର ପାଠପଢ଼ା କ୍ଷେତ୍ରରେ ମାସିକିଆ ଅଗ୍ରଗତି, ବ୍ୟବହାର,ତଥା କଲେଜରେ ସେମାନଙ୍କର କାର୍ଯ୍ୟଶୈଳୀ ସମ୍ପର୍କରେ ଅଭିଭାବକଙ୍କୁ ଅବଗତ କରାଯିବ ବୋଲି ଜଣାପଡ଼ିଛି । ସେହିପରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ଅଭିଭାବକମାନେ ମଧ୍ୟ ସେମାନଙ୍କର ମତାମତ କଲେଜର ଅଧ୍ୟକ୍ଷଙ୍କୁ ଦେଇପାରିବେ । ସେମାନଙ୍କର ମତାମତ ତଥାକଲେଜର ଉନ୍ନତି ପାଇଁ ଅଧ୍ୟକ୍ଷମାନେ ନିଷ୍ପତି ନେବାକୁ ସମ୍ପୂର୍ଣ୍ଣ ଅଧିକାର ପାଇବେ ବୋଲି ଜଣାପଡ଼ିଛି । ରାଜ୍ୟରେ ୧୬୪୦ଟି ଜୁନିୟର କଲେଜ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନକୁ ଚାଲିଯିବା ପରେରାଜ୍ୟରେ ସ୍କୁଲଗୁଡ଼ିକର ଯେପରି ବିକାଶ ଲାଗି ବିଭାଗ ପକ୍ଷରୁ ଉଦ୍ୟମ ହେଉଛି ସେହିପରି ବ୍ୟବସ୍ଥା ମଧ୍ୟ ଜୁନିୟର କଲେଜକ୍ଷେତ୍ରରେ ଲାଗୁ କରିବା ଲାଗି ପ୍ରଚେଷ୍ଟା ଆରମ୍ଭ ହୋଇଛି । ବିଶେଷକରିସମଗ୍ରଶିକ୍ଷା ଯୋଜନାରେ ମଧ୍ୟ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀକୁ ସାମିଲ କରିବାକୁ ସରକାର ଉଦ୍ୟମ କରୁଥିବା ବେଳେ ଯଦି ଏହି ଯୋଜନାକାର୍ଯ୍ୟକାରୀ ହୁଏ ତେବେ ଯୁକ୍ତଦୁଇ ତଥା ଜୁନିୟର କଲେଜର ବିକାଶଲାଗି ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର ହେବ । ତେବେ ରାଜ୍ୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯେପରିଅଭିନବ ପ୍ରୟାସ ସବୁ ଆରମ୍ଭ ହୋଇ କାର୍ଯ୍ୟକାରୀ ହେଉଛି ସେହିବ୍ୟବସ୍ଥା ମଧ୍ୟ ଉଭୟ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ କାର୍ଯ୍ୟକାରୀ କରିବାକୁ ନିଷ୍ପତିି ହୋଇଛି । ଛାତ୍ରଛାତ୍ରୀଙ୍କ ଲାଗି ଗୁଣାତ୍ମକ ଶିକ୍ଷା ଏବଂ ଉନ୍ନତ ଭିତିଭୂମି ପାଇଁ ପ୍ରଥମଥର ପାଇଁ ଜୁନିୟର କଲେଜରେ ଆରମ୍ଭ ହେବ ଅଭିଭାବକ ବୈଠକ । ତେବେ ସ୍କୁଲସ୍ତରରେ ଅଭିଭାବକ ବୈଠକର ଆୟୋଜନ ହେଉଥିବା ବେଳେ ଜୁନିୟର କଲେଜ ଗୁଡିକରେ ଉଚ୍ଚସ୍ତରୀୟ ଅଭିଭାବକ ବୈଠକ ଆୟୋଜନ କରିବାକୁ ନିଷ୍ପତି ହୋଇଛି । ଏଣିକିପ୍ରତିମାସର ଶେଷ ଶନିବାର ଏହି ବୈଠକ କଲେଜରେ ଅନୁଷ୍ଠିତହେବ । ବୈଠକର ସପ୍ତାହ ପୂର୍ବରୁ କେଉଁ ସବୁ ପ୍ରସ୍ତାବ ଉପରେ ଆଲୋଚନା କରାଯିବ ତାହାର ତାଲିକା କଲେଜର ଅଧ୍ୟକ୍ଷ ପ୍ରସ୍ତୁତକରିବେ । ପ୍ରତ୍ୟେକ ବୈଠକରେ ସର୍ବାଧିକ ୫ଟି ପ୍ରସ୍ତାବ ରହିବ । ଏହିପ୍ରସ୍ତାବରେ ଶ୍ରେଣୀରେ ପାଠପଢ଼ା ବ୍ୟବସ୍ଥା, କ୍ୟାମ୍ପସରେ ଖୃଙ୍ଖଳା,ଉପସ୍ଥାନ, ପିଲାଙ୍କ ବ୍ୟକ୍ତିଗତ ସମସ୍ୟା, ପ୍ରାକ୍ଟିକାଲ, ଥିଓରୀ, ପାଠାଗାର,କମନ୍ରୁମ ଏବଂ ବିଭିନ୍ନ ଶିକ୍ଷାପଯୋଗୀ ପରିବେଶର ବିକାଶ ସମ୍ପର୍କରେଆଲୋଚନା କରାଯିବ । ତେବେ କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗଲାଗି ଭିନ୍ନଭିନ୍ନ କମିଟି ଗଠନ କରାଯିବ । ପ୍ରତ୍ୟେକ କମିଟିରେ ବିଭିନ୍ନବର୍ଗର ବରିଷ୍ଠ ପ୍ରାଧ୍ୟାପକ ଏବଂ ପ୍ରତ୍ୟେକ ଷ୍ଟ୍ରିମରୁ ସର୍ବାଧିକ ୨୫ଜଣଲେଖାଏଁ ଅଭିଭାବକ କମିଟିରେ ସଦସ୍ୟ ଭାବେ ରହିବେ । ତେବେଏହି କମିଟିରେ କେଉଁ ୨୫ଜଣ ଅଭିଭାବକମାନେ ସଦସ୍ୟ ଭାବେମନୋନୀତ ହେବେ ତାହାକୁ ସମ୍ପୃକ୍ତ ବର୍ଗର ସବୁ ଅଭିଭାବକମାନେଚୟନ କରିବେ । ଏହି କମିଟିର ସଦସ୍ୟଙ୍କୁ ପ୍ରତି ୬ମାସରେ ପରିବର୍ତନ କରାଯିବାର ବ୍ୟବସ୍ଥା ରହିଛି । ତେବେ ମାସର ଶେଷ ଶନିବାର ୩ଟିଷ୍ଟ୍ରିମର ସଦସ୍ୟଙ୍କ ସମେତ କଲେଜର ବରିଷ୍ଠ ଅଧ୍ୟାପକ ଏବଂ ଅଧ୍ୟକ୍ଷଉପସ୍ଥିତ ରହିବେ । ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତହେବ । ଏପରିକି କଲେଜର ମରାମତି ଲାଗି କିମ୍ବା ଉନ୍ନତି ପାଇଁ ଯଦିବୈଠକରେ ନିଷ୍ପତିି ଗ୍ରହଣ କରାଯାଏ ତେବେ ସଦସ୍ୟମାନେ ଏକପ୍ରପୋଜାଲ ଅଧ୍ୟକ୍ଷକଙ୍କୁ ପ୍ରଦାନ କରିବେ । ଅଧ୍ୟକ୍ଷ ସମ୍ପୃକ୍ତ ରିପୋର୍ଟକୁ ବିଭାଗ ପାଖରେ ଦାଖଲ କରିବେ । ସେହିପରି ଅନୁଦାନପ୍ରାପ୍ତ କଲେଜଗୁଡିକରେ ପୂର୍ବରୁ ପରିଚାଳନାକମିଟି ଥିବାରୁ ଏହି କଲେଜଗୁଡିକରେ ପ୍ରତ୍ୟେକ ବୈଠକରେପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିବେ । ଏଣିକିକଲେଜଗୁଡ଼ିକର ମରାମତି ତଥା କଲେଜ ଲାଗି ଯେଉଁ ସବୁ ଅର୍ଥବ୍ୟୟ କରାଯିବ ସେ ସମ୍ପର୍କରେ ମଧ୍ୟ ଅଭିଭାବକମାନେ ଅବଗତରହିବେ । ଯଦି କୌଣସି ସମସ୍ୟା ସମ୍ପର୍କରେ କୌଣସି ଅଭିଭାବକଅଭିଯୋଗ କରନ୍ତି ତେବେ ସମ୍ପୃକ୍ତ ସମସ୍ୟାର ତଦନ୍ତ କରାଯିବା ସହସେହି କଲେଜର ଅଧ୍ୟକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରିକରାଯିବ । ରାଜ୍ୟରେ ଯୁକ୍ତଦୁଇ କ୍ଷେତ୍ରରେ ସଂସ୍କାର ଆଣିବା ଲାଗିସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ଅଭିନବ ପ୍ରୟାସ ଆରମ୍ଭହୋଇଥିବା ବେଳେ ଅଭିଭାବକଙ୍କୁ ସାମିଲ କରାଯିବା ପରେ ସଂସ୍କାରଆସିବ ବୋଲି ଆଶା ରହିଛି । ଓଡ଼ିଶା ସମାଚାର