ଗରଦପୁର ୦୫/୦୮/୨୦୧୯ ( ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତ ଅଧିନସ୍ଥ ହରିଦାସପୁରସ୍ଥିତ ପଂଚାୟତ ନାଗମଣୀ ଉଚ୍ଚ ବିଦ୍ୟଳୟରେ ଆଜି ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପରିବେଶ ସୁରକ୍ଷା ନେଇ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ନାଥ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଭଗବାନ ଜେନା ଯୋଗ ଦେଇ ଜନ ସଚେତନତାକୁ ଗୁରୁତ୍ୱ ଦେବା ସହିତ ପରିବେଶ ସୁରକ୍ଷା ରଖିବା ଏବଂ ବ୍ୟାପକ ଭାବରେ ଚାରା ରୋପଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଚାରା ଗଛମାନ ରୋପଣ କରାଯାଇଥିଲା । ସହକାରୀ ଶିକ୍ଷକ ଦେବ ପ୍ରସାଦ ଓଝା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ,ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁରେଶ ନ୍ଦ୍ର ପାଣି ଧନ୍ୟବାଦ ଦେଇଥିଲେ । ‘ଇକୋ’ ଶିକ୍ଷକ ବିଭୂତି ଭୂଷଣ ମହାପାତ୍ର୍ର ସଭା ପରିଚାଳନାରେ ସହଯୋଗ କରିଥିବାବେଳେ,ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ଓ କର୍ମଚାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଏଥିରେ ବିଦ୍ୟାଳୟ ପରିଚାଳନାକ ମିଟର ସଭ୍ୟ/ସଦଭ୍ୟାମାନେ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର