Tuesday , October 26 2021
Breaking News
Home / ବିଶେଷ / ବାହାରେ ଗାଈଗୋରୁ ଛାଡିବା ଓ ବାହ୍ୟ ମଳତ୍ୟାଗ ଅପରାଧଫୁଲବାଣୀ ପୌରପାଳିକା ତରଫରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର

ବାହାରେ ଗାଈଗୋରୁ ଛାଡିବା ଓ ବାହ୍ୟ ମଳତ୍ୟାଗ ଅପରାଧଫୁଲବାଣୀ ପୌରପାଳିକା ତରଫରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର

କନ୍ଧମାଳ, ୦୫/୦୮/୨୦୧୯ ( ଓଡ଼ିଶା ସମାଚାର)-ଫୁଲବାଣୀପୌରାଂଚଳ ତରଫରୁ ସହରରେ ସ୍ୱଚ୍ଛଭାରତ ଯୋଜନାକୁ ସଫଳ କରିବାସହିତ ସହରକୁ ସଫାସୁତୁରା ରଖିବାକୁବାହ୍ୟ ମଳତ୍ୟାଗ ନକରିବା ପାଇଁ ତଥାସହରର ରାସ୍ତାକଡରେ ମଇଳା ଓ ଆବର୍ଜନା ନପକାଇବାକୁ ତଥା ଫୁଲବାଣୀ ସହରରେ ଯାନବାହାନ ଚଳାଚଳରେ ବାଧା ଉପୁଜୁଥିବାରୁ ଏବଂ ସେଥିପାଇଁ ସଡକ ଦୁର୍ଘଟଣା ହେଉଥିବାରୁ ରାସ୍ତା ମଝିରେ ବୁଲୁଥିବ ।ଗାଈଗୋରୁ ମାନଙ୍କୁ ସେମାନଙ୍କ ମାଲିକମାନେ ନିଜ ନିଜ ଘରେ ବାନ୍ଧି ରଖିବାକୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି । ଏଥିରେ ଖିଲାପ କଲେ ଆଇନ ଅନୁସାରେ ଦଣ୍ଡିତ ହେବାକୁ ପଡିବ ବୋଲି ମଧ୍ୟ ପୌରାଂଚଳ ତରଫରୁ ଚେତାବନୀ ଦିଆଯାଇଛି । ସହରରେ ବିଭିନ୍ନ ଯାଗାରେ ଆବର୍ଜନା ପଡୁଥିବା ସହିତ ଦୀର୍ଘ ଦିନ ହେଲା ରାସ୍ତା ଉପରେ ପଲପଲ ଗୋରୁଗାଈ ବୁଲୁଥିବାରୁ ସଡକ ସୁରକ୍ଷା ପ୍ରଭାବିତ ହେଉଛି । ସେଥିପାଇଁ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେବା ସହିତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲେ ହେଁ ପୌରାଂଚଳ କିମ୍ବାପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ବେଳେ ସାଧାରଣ ଲୋକେଏଥିପାଇଁ ହନ୍ତସନ୍ତ ହେଉଛନ୍ତି ।ସେଥିପାଇଁ ଫୁଲବାଣୀର ଜଣେ ସଚେତନ ନାଗରିକ ବିଘ୍ନେଶ୍ୱର ସାହୁଏକ ପିଟିସନ ଦାଖଲ କରିଥିଲେ । ସେହି ପିଟିସନ ଆଧାରରେ ଲୋକ ଅଦାଲତରେ ଏକ ମାମଲା ୧୨/୨୦୧୮ ରୁଜ୍ଜୁ କରାଯିବା ପରେ ସହରର ପ୍ରତ୍ୟକ୍ଷ ଅସୁବିଧାକୁ ଅନୁଧ୍ୟାନ କରି ଫୁଲବାଣୀ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଏବଂ ସଦସ୍ୟମାନେ ଗତ ୨୦/୦୪/୨୦୧୯ତାରିଖରେ ଫୁଲବାଣୀ ପୌରପରିଷଦଏବଂ ଜିଲା ପ୍ରଶାସନକୁ ଜିଲାର ଗ୍ରାମପଂଚାୟତ ଅଂଚଳରେ ଗୋରୁଗାଈ ମାନଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ କରିବେ ଯେଉଁଠାରେ ସେମାନଙ୍କୁ ଥଇଥାନ କରାଯାଇ ପାରିବ । ସହରର ରାସ୍ତାକଡରେ ବୁଲୁଥିବା ଗୋରୁଗାଈ ମାନଙ୍କୁ ପୌରାଂଚଳର କର୍ମଚାରୀମାନେ ଧରିନେଇ ସେମାନଙ୍କୁ ସେହି ଆଶ୍ରୟ ସ୍ଥଳୀରେ ରଖିବେ ଯେତେବେଳେ ସେହି ପ୍ରାଣୀମାନଙ୍କ ମାଲିକ ମାନେ ସେମାନଙ୍କ ପ୍ରାଣୀ ମାନଙ୍କୁ ନେବାକୁ ଆସିବେ ସେମାନେ ମୋଟା ଅଙ୍କର ଜରିମାନା ପଇଠ କରିବେ, ଯେଉଁ ଅର୍ଥରେ ସେମାନଙ୍କର ଗୋରୁଗାଈ ମାନଙ୍କର ରକ୍ଷଣାବେକ୍ଷଣ କରାଯିବ । ଜିଲା ପ୍ରଶାସନ ଗୋରୁଗାଈ ମାନଙ୍କର ବେକରେ ସେମାନଙ୍କ ମାଲିକଙ୍କ ରଠିକଣା ଥିବା ଫଳକ ଲଗାଇବେ,ଗୋରୁଗାଈ ମାନଙ୍କର ମାଲିକ ମାନେ ସେମାନଙ୍କ ପ୍ରାଣୀର ନାମ ସହିତ ନିଜର ପଞ୍ଜିକରଣ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ କରାଇବେ । ବ୍ୟାଙ୍କରୁ ଋଣମାଧ୍ୟମରେ ଅଣାଯାଇଥିବା ଗୋରୁ ଗାଈମାନଙ୍କ ବେକରେ ଋଣ ପ୍ରଦାନକାରୀ ସଂସ୍ଥାମାନେ ସେମାନଙ୍କର ଟ୍ୟାଗ୍ ଲଗାଇବେ । ପ୍ରଶାସନ ଜିଲାର ସମସ୍ତ ଗୋରୁଗାଈ ମାନଙ୍କ ଶିଙ୍ଘରେ ରାତ୍ରୀବେଳେ ଆଲୁଅ ପ୍ରତିଫଳନ କାରୀଯନ୍ତ୍ର ଲଗାଇବା ବ୍ୟବସ୍ଥା କରିବେବୋଲି ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟ ତିନି ମାସ ମଧ୍ୟରେ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ମାନ୍ୟବର ଲୋକ ଅଦାଲତ । କିନ୍ତୁ, ଇତିମଧ୍ୟରେ୩ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଜିଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ ଆଜି କେବଳ ଡାକବାଜି ଯନ୍ତ୍ର ଯୋଗେ ଫୁଲବାଣୀ ପୌରାଂଚଳରେ ପ୍ରଚାର କରାଯାଇଛି । ଅନ୍ୟପକ୍ଷରେ ପୂର୍ବପରି ସହରରବଜାରରେ ଗୋରୁଗାଈ ମାନେ ରାସ୍ତା ଅବରୋଧ କରୁଥିବା ଦେଖିବାକୁ ମିଳୁଛିା ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୪ ଜଣ ଶିଶୁ ଆକ୍ରାନ୍ତ – ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬/୧୦/୨୦୨୧(ଓଡ଼ିଶା ସମାଚାର/ସସ୍ମିତା ବେହେରା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *