Friday , September 29 2023
Breaking News
Home / ଶିକ୍ଷା / ବରିଷ୍ଠ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବରିଷ୍ଠ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଗରଦପୁର ୦୫/୦୮/୨୦୧୯ ( ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ରାମଚନ୍ଦ୍ରପୁର ପଂଚାୟତର ଚାଚାଜୀ ନୋଡାଲ ଉ.ପ୍ରା. ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ କିରଣବାଳା ସାହୁ ଅବସର ଗ୍ରହଣ କରିଥିବାରୁ ତାଙ୍କୁ ବିଦ୍ୟାଳୟ ଓ ଶିକ୍ଷକ ସଂଘ ତରଫରୁ  ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ସ୍ଥାନୀୟ ପୁନ୍ଦାଳୋ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ କୈଳାସ ଚନ୍ଦ୍ର ମହାନ୍ତି ସଭାପତିତ୍ୱ  କରିଥିବାବେଳେ ଗରଦପୁର ବ୍ଲକ ଶିକ୍ଷକ ସଂଘର ସଭାପତି ମହେଶ୍ୱର ପାଣି, ଶିକ୍ଷକ  ଡମ୍ବରୁ ପଣ୍ଡା, ଶିଶିର ଚନ୍ଦ୍ର ଦାସ, ନବୀନ ଚନ୍ଦ୍ର ବେହେରା, ପୂର୍ବତନ ସି.ଆର.ସି.ସି. ନୃସିଂହ ଚରଣ ସେନାପତି, ସି.ଆର.ସି.ସି. କରୁଣାକର ସେଠୀ, ବିଦ୍ୟାଳୟ ଶିକ୍ଷା କମିଟିର ସଭ୍ୟ ସଭ୍ୟା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ  ରହି ଶ୍ରୀମତୀ ସାହୁଙ୍କ ଗୁଣଗାନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗତିକୃଷ୍ଣ ଦାସ ଏବଂ ସହକାରୀ ଶିକ୍ଷୟତ୍ରୀ ମିଲନ ଭୂୟାଁ, ରଶ୍ମିତା ସେଠୀ, ଜାନକୀ ପାତ୍ର, ଲକ୍ଷ୍ମୀପ୍ରିୟା ମହାପାତ୍ର ପ୍ରମୁଖ ବକ୍ତବ୍ୟ  ରଖିଥିଲେ । ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ମହାପାତ୍ର, ଭଞ୍ଜକିଶୋର ସ୍ୱାଇଁ, ରଘୁନାଥ ବେହେରା, ଶରତ ଚନ୍ଦ୍ର ସାହୁ ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *