ଭୁବନେଶ୍ୱର, ୦୫/୦୮/୨୦୧୯ ( ଓଡ଼ିଶା ସମାଚାର)-ଆଦିବାସୀ ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଜ ଭାଷାରେ ସେମାନଙ୍କୁ ଶିକ୍ଷାଦାନ ଦେବା ଲାଗି ନିଷ୍ପତି ହୋଇଛି । ପୂର୍ବଭଳି ପ୍ରାଥମିକ ସ୍ତରରୁଓଡ଼ିଆ ବଦଳରେ ନିଜ ନିଜ ଅଞ୍ଚଳରେ କୁହାଯାଉଥିବାଭାଷାରେ ସେମାନଙ୍କୁ ପାଠପଢ଼ା ଯିବ । ଯାହାଦ୍ୱାରା ସେମାନେସାମ୍ନା କରୁଥିବା ଭାଷା ଜନିତ ସମସ୍ୟା ଆଉ ରହିବ ନାହିଁ । ପ୍ରାଥମିକ ସ୍ତରରେ ସେମାନଙ୍କୁ ନିଜ ଆଞ୍ଚଳିକ ଭାଷାରେପଢ଼ାଯିବା ସହିତ ଧୀରେଧୀରେ ଓଡ଼ିଆ ଭାଷା ଓ ପରବର୍ତୀ ସମୟରେ ସେମାନଙ୍କୁ ଇଂରାଜୀରେ ଦକ୍ଷ କରାଇବା ପାଇଁଯୋଜନା ପ୍ରସ୍ତୁତ କରାଯାଉଛି । ବିଶେଷକରି ଛୋଟ ପିଲାମାନେଅନେକ ସମୟରେ ଶିକ୍ଷାଦାନ ଦିଆଯାଉଥିବା ଓଡ଼ିଆ ଭାଷାକୁଠିକ୍ ଭାବେ ବୁଝିପାରୁ ନଥିଲେ । ଯାହା ଦ୍ୱାରା ଅନେକ ଆଦିବାସୀ ପିଲା ପାଠପଢ଼ାରେ ଭାଷାଭିତିିକ ସମସ୍ୟାର ସମ୍ମୁଖୀନ ହେଉଥିବା ଯୋଗୁଁ ଅଧାରୁ ପାଠ ପଢ଼ା ଛାଡ଼ୁଥିଲେ । ମାତ୍ର ଏହି ସମସ୍ୟାକୁଦୂର କରିବା ପାଇଁ ରାଜ୍ୟରେ ପ୍ରାୟ୨୧ଟି ଭାଷାରେ ପାଠପଢ଼ାଇବା ପାଇଁ୧୪୮୫ ସ୍କୁଲରେ ଏମ୍ଏଲ୍ଇ(ମଦର ଟଙ୍ଗ୍ ବେସଡ୍ ମଲ୍ଟି ଲିଙ୍ଗୁଆଲ୍ ଏଜୁକେସନ୍) ଖୋଲାଯାଇଛି । ଏହି ସ୍କୁଲ ଓଡ଼ିଶାର ୧୭ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ରାଜ୍ୟ ଆଦିବାସୀ ପରାମର୍ଶକମିଟିର ସୁପାରିସ୍ କ୍ରମେ ୨୦୦୭-୮ମସିହାରୁ ଏହି ଯୋଜନାକାର୍ଯ୍ୟକାରୀ କରିବାକୁ ନିଷ୍ପତି ହୋଇଥିଲା । ଗତ ୨୦୧୪ଜୁଲାଇ ୧ରେ ଏହି ଯୋଜନାକୁ ରାଜ୍ୟସରକାରଙ୍କ ସୁପାରିଶମିଳିଥିବା ବେଳେ ଚଳିତବର୍ଷ ଠାରୁ ଏହାକୁ ଲାଗୁ କରାଯିବ । ରିପୋର୍ଟ ଅନୁଯାୟୀ, ୨୦୧୭-୧୮ ମସିହାରେ ସମ୍ପୃକ୍ତ୧୭ଟି ଜିଲ୍ଲା ମଧ୍ୟରୁ ଅନୁଗୁଳ ଜିଲ୍ଲାରେ ୯୮୯ଜଣ ପିଲା୨୧ଟି ମଦର ଟଙ୍ଗ୍ ବେସଡ୍ ମଲ୍ଟି ଲିଙ୍ଗୁଆଲ୍ ଏଜୁକେସନ୍ ବାଏମ୍ଏଲ୍ଇ ସ୍କୁଲରେ ନାମ ଲେଖାଇଛନ୍ତି । ସେଥିରୁ ୮ଟିଏମ୍ଏଲ୍ଇ ସ୍କୁଲରେ ହୋ ଭାଷା ଏବଂ ୧୩ଟି ପଉଡିଭୂୟାଁଭାଷାରେ ପାଠପଢ଼ା ହେଉଛି । ସେହିପରି ବାଲେଶ୍ୱର ଜିଲ୍ଲାରେ୩୫୬୦ଜଣ ପିଲା ଏମ୍ଏଲ୍ଇ ସ୍କୁଲରେ ନାମ ଲେଖାଇଛନ୍ତି । ସେଥିରୁ ୬ଟି ଏମ୍ଏଲ୍ଇ ସ୍କୁଲରେ ସାନ୍ତାଳୀ ଭାଷା ଏବଂ ୧୩ଟିହୋ ଭାଷା, ବରଗଡ଼ ଜିଲ୍ଲାରେ ୧୯୦୬ଜଣ ପିଲାଙ୍କୁ ବିନ୍ଝାଲ୍ଭାଷା, ଢେଙ୍କାନାଳରେ ୪୩୩ଜଣ ପିଲାଙ୍କ ମଧ୍ୟରୁ ୫ଟିଏମ୍ଏଲ୍ଇ ସ୍କୁଲରେ ଜୁଆଙ୍ଗ ଏବଂ ୫ଟି ସ୍କୁଲରେ ମୁଣ୍ଡାଭାଷାରେ ପାଠପଢ଼ା ହେଉଛି । ଗଜପତି ଜିଲ୍ଲାରେ ୧୦ହଜାର୪୬୯ ଛାତ୍ରଛାତ୍ରୀ ନାମଲେଖାଇଥିବା ବେଳେ ସେମାନଙ୍କମଧ୍ୟରୁ ୧୦୦ଟି ଏମ୍ଏଲ୍ଇ ସ୍କୁଲରେ ସୌର ଏବଂ ୯୬ଟିଏମ୍ଏଲ୍ଇ ସ୍କୁଲରେ କୁଇ ଭାଷାରେ ଶିକ୍ଷାଦାନ କରାଯାଉଛି ।କନ୍ଧମାଳରେ ୬୯୨୨ପିଲାଙ୍କୁ ୧୦୦ଟି ଏମ୍ଏଲ୍ଇ ସ୍କୁଲରେକୁଇ ଭାଷାରେ ପଢ଼ାଯାଉଛି । କଳାହାଣ୍ଡିରେ ୨୬୬୦ ପିଲାଙ୍କୁ୨୦ଟି ଏମ୍ଏଲ୍ଇ ସ୍କୁଲରେ କୁଇ ଏବଂ ୨୫ଟି ଏମ୍ଏଲ୍ଇସ୍କୁଲରେ କୁଭି ଭାଷାରେ ପାଢ଼ାଯାଉଛି । କେନ୍ଦୁଝର ଜିଲ୍ଲାରେ୧୨ହଜାର ୫୧୦ ପିଲାଙ୍କୁ୫୮ଟି ଏମ୍ଏଲ୍ଇ ସ୍କୁଲରେଜୁଆଙ୍ଗ, ୨୦ଟି ଏମ୍ଏଲ୍ଇସ୍କୁଲରେ ସାନ୍ତାଳୀ ଏବଂ ୯୯ଟିସ୍କୁଲରେ ହୋ ଭାଷାରେ ପାଠପଢ଼ା ହେଉଛି । କୋରାପୁଟଜିଲ୍ଲାରେ ୮ହଜାର ୧୨୨ଜଣ ପିଲା ନାମ ଲେଖାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୬ଟି ଏମ୍ଏଲ୍ଇ ସ୍କୁଲରେ କୁଭି,୨୦ଟି ଭୁମିଆ, ୨୬ଟି ଭାତ୍ର, ୫୮ଟି ପରଜା ଏବଂ ୮ଟିଗାଡବା ଭାଷାରେ ଶିକ୍ଷା କରାଯାଉଛି । ମାଲକାନଗିରି ଜିଲ୍ଲାରେ୭୧୯୫ ପିଲା ଥିବା ବେଳେ ୮୦ଟି ଏମ୍ଏଲ୍ଇ ସ୍କୁଲରେକୋୟା, ୨୦ଟି ସ୍କୁଲରେ ବଣ୍ଡା, ୧୩ଟି ସ୍କୁଲରେ ଦିଆଦି,ମୟୁରଭଞ୍ଜରେ ୫୪ହଜାର ୬୧୯ ପିଲା ପଢ଼ୁଥିବା ବେଳେସେମାନଙ୍କୁ ୫୮ଟିଏମ୍ଏଲ୍ଇ ସ୍କୁଲରେ ମୁଣ୍ଡା, ୧୨୦ଟିସାନ୍ତାଳୀ ଭାଷାରେ ପାଠପଢ଼ା ଯାଉଛି । ନବରଙ୍ଗପୁରରେ୪୪୨୭ ପିଲା ନାମଲେଖାଇଛନ୍ତି । ଏହି ଜିଲ୍ଲାରେ ଗାଡାବା,କୁଇ, ଭୁମିଆ, ଭାତ୍ରା, ପରଜା ଭାଷା ଥିବା ବେଳେ କେବଳ୫୭ଟି ଏମ୍ଏଲ୍ଇ ସ୍କୁଲରେ ଗାଡାବ ଭାଷାରେ ପଢ଼ା ହେଉଛି ।ନୂଆପଡ଼ା ଜିଲ୍ଲାରେ ୪୯୫ ପିଲା ନାମ ଲେଖାଇଥିବା ବେଳେ୧୧ଟି ଏମ୍ଏଲ୍ଇ ସ୍କୁଲରେ ଭୁଞ୍ଜିଆଁ ଭାଷରେ ଶିକ୍ଷାଦାନହେଉଛି । ରାୟଗଡ଼ାରେ ୪୯୩୧ ପିଲାଙ୍କ ମଧ୍ୟରୁ ୬୩ଟିଏମ୍ଏଲ୍ଇ ସ୍କୁଲରେ କୁଭି ଏବଂ ୩୨ଟି ଏମ୍ଏଲ୍ଇ ସ୍କୁଲରେସୌରା, ସମ୍ବଲପୁରରେ ୧୧ଶହ ପିଲାଙ୍କୁ ୩୭ଟି ଏମ୍ଏଲ୍ଇସ୍କୁଲରେ କିଶନ ଏବଂ ସୁନ୍ଦରଗଡ ଜିଲ୍ଲାରେ ୯ହଜାର ୨୭୬ପିଲାଙ୍କ ମଧ୍ୟରୁ ୫୦ଟି ଏମ୍ଏଲ୍ଇ ସ୍କୁଲରେ ଓରାନ୍, ୪୨ଟିଏମ୍ଏଲ୍ଇ ସ୍କୁଲରେ ମୁଣ୍ଡା, ୧୦ଟି ଏମ୍ଏଲ୍ଇ ସ୍କୁଲରେଖରିଆ, ୭ଟି ଏମ୍ଏଲ୍ଇ ସ୍କୁଲରେ ପାଉଡି ଭୁୟାଁ ଏବଂ ୨୦ଟିଏମ୍ଏଲ୍ଇ ସ୍କୁଲରେ ହୋ ଭାଷାରେ ପାଠପଢ଼ା ହେଉଛି । ସେହିପରି ୨୧ଟି ଭାଷାରେ ପାଠପଢ଼ାଇବା ପାଇଁ୨୩୯ଜଣ ଲାଙ୍ଗୁଏଜ୍ ଏନ୍ଷ୍ଟ୍ରକଟର୍ ନିଯୁକ୍ତି ପାଇଛନ୍ତି ।ସେମାନଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲାରେ ୧୮ ଜଣ ନିଯୁକ୍ତିପାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ୧୭ ଜଣ,ମୟୂଭଞ୍ଜରେ ୯୭ ଜଣ, ରାୟଗଡ଼ାରେ ୫୫ ଜଣ,ସମ୍ବଲପୁରରେ ୧୫ ଜଣ, ସୁନ୍ଦରଗଡ଼ରେ ୩୭ ଜଣ ଲାଙ୍ଗୁଏଜ୍ଏନ୍ଷ୍ଟ୍ରକଟର୍ ନିଯୁକ୍ତି ହୋଇଛନ୍ତି । ରାଜ୍ୟରେ ୬ରୁ ୧୪ବର୍ଷପର୍ଯ୍ୟନ୍ତ ସବୁ ବର୍ଗର ପିଲାଙ୍କ ଯେପରି ଗୁଣାତ୍ମକଶିକ୍ଷା ପ୍ରଦାନକରାଯିବ ସେ ଦିଗରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ଶିକ୍ଷାଦାନରେ ଯେପରିଭାଷା ଭିତିକ ସମସ୍ୟା ନରହେ ସେ ନେଇ ଅଧିକ ଗୁରୁତ୍ୱଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀସୂଚନା ଦେଇଛନ୍ତି । ଚଳିତବର୍ଷ ଠାରୁ ସମ୍ପୃକ୍ତ ୨୧ଟି ଭାଷାରେପଢ଼ାଯାଉଥିବା ସ୍କୁଲରେ ଅଧିକ ସୁବିଧା ଯୋଗାଇବାଲାଗି ନିଷ୍ପତିି ହୋଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର