ପାରାଦୀପ,୦୫/୦୮/୨୦୧୯ ( ଓଡ଼ିଶା ସମାଚାର / ଦୀପକ କୁମାର ଦାସ )- ରାଜଧାନୀରେ କମିଶନରେଟ ପୋଲିସ ଅପରେସନ କ୍ଲିନ୍ ଚଳାଇ ୪୮ ଘଂଟା ରେ ପାଂଚ ପାଂଚଟି ଏନକାଉଂଟର କରି ରେକର୍ଡ଼ ଭାଙ୍ଗିଛି । ଏହା ସାଙ୍ଗକୁ ତାଳଦେଇ ରବିବାର ବିଳମ୍ବିତ ରାତି ରେ ବନ୍ଦରନଗରୀ ପାରାଦୀପ ଅଂଚଳର କୁଜଙ୍ଗ ଥାନା ଅଂଚଳରେ ପୋଲିସ ର ଏନକାଉଂଟର ରେ ଅଭ୍ୟାସଗତ ଦୁର୍ଦ୍ଦାନ୍ତ ଅପରାଧୀ ବିକ୍ରମ ପାଲ ଆଲିଆସ ଡ଼ନ୍ ଆହତ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଡ଼ନ୍ ଜଣେ ଅଭ୍ୟାସଗତ ଦୁର୍ଦ୍ଦାନ୍ତ ଅପରାଧୀ । ତା ନାମରେ ବିଭିନ୍ନ ଥାନାରେ ବୋମା ମାଡ଼, ଗୁଳି ମାଡ଼ ପରି ୪୦ ରୁ ଅଧିକ ମାମଲା ରହିଛି । ସେ ଅନେକ ଥର ଜେଲ ଯାଇଛି । ଜେଲ ରୁ ଫେରିବା ପରେ ସେ ପୁଣି ତାର ଅପରାଧୀକ କାର୍ଯ୍ୟକଳାପ ଚଳାଉଛି । ରବିବାର ରାତିରେ ଖବର ମିଳିଥିଲା ଯେ ସେ କାହାକୁ ମାରଧର କରୁଛି । ଏହି ଖବର ପାଇ କୁଜଙ୍ଗ ଥାନାର ପେଟ୍ରୋଲିଂ ଟିମ ବାଲିତୁଠ କଙ୍କରଡ଼ିଆ ରାସ୍ତାରେ ଯାଉଥିବାବେଳେ ବାମଦେଇପୁର ଜଙ୍ଗଲ ନିକଟରେ ଡ଼ନ ଏକ ମୋଟରସାଇକେଲ ରେ ଯାଉଥିଲା ଓ ପୋଲିସ କୁ ଦେଖି ପୋଲିସ ଉପରକୁ ସେ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା । ତା ଗୁଳିରେ ଜଣେ ପୋଲିସ ଏସଆଇ ଆହତ ହୋଇଥିଲେ । ପୋଲିସ୍ ଗାଡ଼ରେ ମଧ୍ୟ ଗୁଳି ବାଜିଥିଲା । ଯାହାକି ଗାଡ଼ିରେ ଚିହ୍ନ ରହିଛି । ଏହାର ଜବାବରେ ପୋଲିସ ପାଲଟା ଗୁଳି ଚଳାଇବାରୁ ୨ ଟି ଗୁଳି ଡ଼ନ ର ୨ ଗୋଡ଼ର ରେ ବାଜିଥିଲା । ଫଳରେ ସେ ଆଉ ଯାଇପାରିନଥିଲା । ପୋଲିସ ଟିମ ତାକୁ କାବୁ କରି ପ୍ରଥମେ କୁଜଙ୍ଗ ହସପିଟାଲକୁ ନେଇ ପ୍ରାଥମିକ ଚିକିତ୍ସା କରିବା ପରେ ତାକୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଓଡ଼ିଶା ସମାଚାର