କେନ୍ଦ୍ରାପଡା,୦୫/୦୮/୨୦୧୯( ଓଡ଼ିଶା ସମାଚାର)-ଏକ ଟ୍ରାକ୍ଟର ଚାପାରେ ଜନୈକ ଯୁବକଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ନରିଲୋ ଗ୍ରାମରେ ଏକ ସୋନାଲିକା ଟ୍ରାକ୍ଟର(ନମ୍ବର- ଓଡି – ୨୯ ଇ -୨୬୮୪)ଟି ଷ୍ଟାର୍ଟ ଅବସ୍ଥାରେ ଥାଇ ମରାମତି କରାଯାଉଥିବା ବେଳେ ସୋମବାର ସକାଳ ପ୍ରାୟ ୬ଟା ସମୟରେ ହଠାତ୍ ଗିୟର ପଡିଯାଇ ଗଡିବା ଆରମ୍ଭ କରିବାରୁ ଗାଡି ସମ୍ମୁଖରେ ଥିବା ଯୁବକ ସୁଶାନ୍ତ ଗିରିଙ୍କ ପୁଅ ରାକେଶ କୁମାର ଗିରି(୨୦)ଙ୍କ ଉପରେ ଟ୍ରାକ୍ଟରଟି ଚଢିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ମୃତ ରାକେଶଙ୍କ ଘର ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅଚଂଳରେ । ପିତାଙ୍କ ଦେହାନ୍ତ ପରେ ସେ ପିଲାଦିନୁ ମାମୁଁ ନବଘନ ବେହେରାଙ୍କ ଘର ନରିଲୋରେ ରହି ଆସୁଥିଲେ । ସେ ତାଙ୍କ ମା ଶୈଳବାଳାଙ୍କ ଏକମାତ୍ର ପୁତ୍ର ଅଟନ୍ତି । ମାମୁଁ ନବଘନଙ୍କ ଏତଲାକ୍ରମେ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଯବତ କରି ବ୍ୟବଛେଦ କରିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଏକ ଅପମୃତ୍ୟୁ ମାମଲା ଦାୟର କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଓଡ଼ିଶା ସମାଚାର