Saturday , October 16 2021
Breaking News
Home / ବିଶେଷ / ଗୋବରୀ କେନାଲକୁ ପ୍ରଦୁଷଣରୁ ମୁକ୍ତ କରି ଉଭୟ ପାଶ୍ୱର୍କୁ ସ୍ୱଛ ଓ ସୁସ୍ଥ ପରିବେଶ ସୃଷ୍ଟି କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଗୋବରୀ କେନାଲକୁ ପ୍ରଦୁଷଣରୁ ମୁକ୍ତ କରି ଉଭୟ ପାଶ୍ୱର୍କୁ ସ୍ୱଛ ଓ ସୁସ୍ଥ ପରିବେଶ ସୃଷ୍ଟି କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା,୦୫/୦୮/୨୦୧୯( ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହର ମଧ୍ୟଦେଇ ଗଣ୍ଡାଖିଆ ପର୍ଯ୍ୟନ୍ତ ପ୍ରବାହିତ ହୋଇଥିବା ଗୋବାରୀ କେନାଲ ମହାନଦୀ ବେସିନର ଏକ ପ୍ରମୁଖ ଜଳସେଚନ ପ୍ରଣାଳୀ ଅଟେ । ଅତୀତରେ ଏହି କେନାଲ ମଧ୍ୟରେ ସ୍ୱଛ ଜଳ ପ୍ରବାହିତ ହେବା ସହ ନୈାଚାଳନା ଦ୍ୱାରା ବ୍ୟବସାୟ ବାଣିଜ୍ୟ ମଧ୍ୟ ହେଉଥିଲା । ସଂପ୍ରତି ଏହି କେନାଲଟି ଏକ ଆବର୍ଜ୍ଜନା ପୂର୍ଣ୍ଣ ପୂତିଗନ୍ଧମୟ ନାଳରେ ପରିଣତ ହୋଇଛି । ସାନ୍ତସାହି ଠାରୁ ଗଣ୍ଡାଖିଆ ପର୍ଯ୍ୟନ୍ତ ଏହି କେନାଲଟି ବିଲାତି ଦଳରେ ପରିପୂର୍ଣ୍ଣ ହୋଇ ବିଷଧର ସରୀସୃପମାନଙ୍କର ଆଶ୍ରୟ ସ୍ଥଳରେ ପରିଣତ ହୋଇଛି । ଏହି କେନାଲକୂଳରେ ଥିବା ଓସ୍ତପୁର, କଂସାର, ପୁରୁଷୋତମପୁର, ଆୟବା ଭଳି ଘନ ଜନ ସମ୍ପନ୍ନ ଗ୍ରାମପଂଚାୟତର ଜନସାଧାରଣ ଗୋବରୀ କେନାଲ ଉପରେ ଜଳସେଚନ,ସ୍ନାନାଦି କର୍ମ ଓ ସ୍ଥଳ ବିଶେଷରେ ପାନୀୟ ଜଳ ସଂଗ୍ରହ ପାଇଁ ନିର୍ଭରଶୀଳ ହେବା ବେଳେ ଏହି କେନାଲ ଏବେ ଭୟଙ୍କର ନର୍କ କୁଣ୍ଡରେ ପରିଣତ ହେବା ଜନମାନସକୁ ବ୍ୟଥିତ କରିଛି । ପ୍ରତିବର୍ଷ ଜଳସଂପଦ ବିଭାଗ ଦଳ ସଫେଇ ନାମରେ ପ୍ରଭୁତ ଅର୍ଥର ଅସଦଉପଯୋଗ କରୁଥିଲେ ମଧ୍ୟ କେନାଲଟି ଅପରିବର୍ତିତ ସ୍ଥିତିରେ ରହିଛି । କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ ରଘୁଜୀଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଫଳରେ ସେହି କେନାଲର ସହର ମଧ୍ୟଦେଇ ଯାଇଥିବା ଅଂଶର ସଫେଇ କରାଯିବା ସହ ଉଭୟ ପାଶ୍ୱର୍ର କେନାଲବନ୍ଧକୁ ଜବରଦଖଲମୁକ୍ତ କରାଯାଇ ତାର ଘେରାଯାଇଥିଲା ।  କେନାଲ ଉନ୍ନତିକରଣ କାର୍ଯ୍ୟ ନିମନ୍ତେ ଅଟକଳ ଓ ନକ୍ସା ପ୍ରସ୍ତୁତ କରାଯାଇ ବିଭାଗୀୟ ଉଚ୍ଚକର୍ତୃପକ୍ଷଙ୍କୁ ମଞ୍ଜୁର ନିମନ୍ତେ ପଠାଯାଇଥିଲା । କିନ୍ତୁ ରଘୁଜୀଙ୍କ ଏଠାରୁ ବଦଳି ପରେ ସେସବୁ କାର୍ଯ୍ୟ ସେଇଠି ଅଟକି ଯିବା ସହିତ ତାର ଘେରାକୁ ନିକଟସ୍ଥ ଲୋକମାନେ ଭାଙ୍ଗିଦେବାକୁ ଆରମ୍ଭ କରିଥିବାର ଦେଖାଯାଇଛି । ତେଣୁ ଏଭଳି ପରିସ୍ଥିତିରେ ଗୋବରୀ କେନାଲକୁ ପ୍ରଦୁଷଣ ମୁକ୍ତ କରାଯିବା ସହ ଜଳସେଚନ ବ୍ୟବସ୍ଥାକୁ ସୁଗମ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ସୈାମେନ୍ଦ୍ର କୁମାର ଦାସ,ଓସ୍ତପୁର ସମିତିସଭ୍ୟ ପ୍ରସନ୍ନ କୁମାର ରାଉତ,ଗଣେଶ୍ୱର ନାୟକ,ଓସ୍ତପୁର ସରପଂଚ କବିତା ବାରିକ,ଅଯୋଧ୍ୟାନାଥ ବିଶ୍ୱାଳ ପ୍ରମୁଖ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭୁବନର ପ୍ରସିଦ୍ଧ ବଳଦ ଯାତ୍ରା ଓ ଦୁର୍ଗାମେଢ ଭସାଣି ଶେଷ

     କୋଭିଡ କଟକଣା ପାଇଁ ଫିକା ପଡିଲା ଦଶହରା, ଅପରାହ୍ନ ସୁଦ୍ଧା ଭସାଣି ଶେଷ ଭୁୁବନ ୧୬/୧୦/୨୦୨୧(ଓଡ଼ିଶା ସମାଚାର)- ସରକାରଙ୍କ …

Leave a Reply

Your email address will not be published. Required fields are marked *