ବାଲେଶ୍ୱର ୦୫/୦୮/୨୦୧୯ ( ଓଡ଼ିଶା ସମାଚାର)-: ବାଲେଶ୍ୱରର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ କ୍ୱାରସମର ସଫଳ ପରୀକ୍ଷଣ ହୋଇଛି। ରବିବାର ପୂର୍ବାହ୍ନ ୧୧ଟା ୫ରେ ଏହି ପରୀକ୍ଷଣ କରାଯାଇଛି। ଏହୀ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର। ଏହା ଭୂପୃଷ୍ଠରୁ ଆକାଶକୁ କ୍ଷେପଣ କରାଯାଇପାରିବ। ୨୦୧୬ ଫେବୃୟାରୀ ୨୬ ଏବଂ ୨୦୧୭ ଜୁନ୍ ୪ରେ ଏହାର ସଫଳ ପରୀକ୍ଷଣ ହୋଇଥିଲା। ତୃତୀୟ ଥର ପାଇଁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଥିବା ଡିଆର୍ଡିଓ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ସମାଚାର
