ଗରଦପୁର ୦୫/୦୮/୨୦୧୯ ( ଓଡ଼ିଶା ସମାଚାର)-ଭାରତର ଅବିଛେଦ୍ୟ ଅଙ୍ଗ ଜାମ୍ମୁ କାଶ୍ମିରକୁ ନେଇ ଗତ ଦଶ ଦିନ ହେଲା ଲାଗି ରହିଥିବା ଆଶା ଆକାକ୍ଷାଂର ପୂର୍ଣ୍ଣଛେଦ ପଡିଛି । ଗତ ୭୦ ବର୍ଷ ଧରି ଜାମୁ କାଶ୍ମିରକୁ ଦିଆଯାଇଥିବା ସ୍ୱତନ୍ତ୍ର ସାମ୍ବିଧାନିକ ସୁବିଧା ସୁଯୋଗକୁ ଆଜି କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଛନ୍ତି । ସମ୍ବିଧାନର ୩୭୦ ଧାରାକୁ ଉଛେଦ କରାଯିବା ସହ ଜାମୁ କାଶ୍ମିରକୁ ପ୍ରଶାସନିକ ଦୃଷ୍ଟିରୁ ଶାସନ ପାଇଁ ଭାଗ ଭାଗ କରିଛନ୍ତି । ଲଦାଖ ଅଂଚକୁ ଜାମୁ କାଶ୍ମିର ଠାରୁ ଅଲଗା କରି ସ୍ୱତନ୍ତ୍ର ଭାବରେ କେନ୍ଦ୍ର ଶାସିତ ଅଂଚଳ ଭାବରେ ମାନ୍ୟତା ପ୍ରଦାନ କରିଛନ୍ତି । ସେହିପରି ବିଧାନ ସଭା ସୁବଧା ପ୍ରଦାନ କରିବା ସହିତ ଜାମୁ କାଶ୍ମିରକୁ ମଧ୍ୟ ସରକାର କେନ୍ଦ୍ର ଶାସିତ ଅଂଚଳ ଭାବରେ ଘୋଷିତ କରିଛନ୍ତି । ଶାସନର ଢିଲା ନେଇ ସେଠାରେ ଚାଲୁଥିବା ଆତଙ୍ଗବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ଦୀର୍ଘ ବର୍ଷ ପୂର୍ବରୁ ଏହି ପଦକ୍ଷେପ ଆଶା କରାଯାଉଥିଲା । ଆଜି କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ନେତୃତ୍ୱାଧିନ ସରକାର ଏହି ବଡ ନିଷ୍ପତି ନେଇ ଇତିହାସ ସୃଷ୍ଟି କରିଥିବା ସାଧାରଣରେ ଆଲୋଚନା ହେଉଛି । ଏଥି ପାଇଁ ଭାରତବର୍ଷ ସାରା ଆନନ୍ଦ ପ୍ରକାଶ ପାଉଥିବାବେଳେ,ସରକାରଙ୍କର ଏହି ପଦକ୍ଷେପକୁ ପାଟକୁରା ଓ ଗରଦପୁର ଅଂଚଳରେ ସାଧାରଣରେ ସ୍ୱଗତ କରାଯାଇଛି । ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସ,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କୋଲ ଇଣ୍ଡିଆର ସ୍ୱତନ୍ତ୍ର ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ଦାସ,ଗରଦପୁର ବ୍ଲକ ବିଜେଡି ସଭାପତି ଶୈଳେନ୍ଦ୍ର କୁମାର ମହାନ୍ତି,ବ୍ଳକ ମହିଳା ସଭାନେତ୍ରୀ ସୁଜାତା ମିଶ୍ର,ସରପଂଚ ଗୌରାଙ୍ଗ ଚରଣ ପରିଡା,ସୂର୍ଯ୍ୟମଣୀ ସେଠୀ,ପ୍ରତାପ ଚନ୍ଦ୍ର ସାହୁ,ଅରୁଣ କୁମାର ନାୟକ,ଅନୁଜ କୁମାର ମହାନ୍ତି, ପାଟକୁରାର ବିଜେପି ନେତା ମାନସ ମହାନ୍ତି,ଜିଲାପରିଷଦ ସଦସ୍ୟା ଅହଲ୍ୟ ଲେଙ୍କା,ୱାର୍ଡ ସଭ୍ୟ ଶୁକଦେବ ବିଶ୍ୱାଳ,ଜୋନ୍ ସଭାପତି ଶ୍ରୀକାନ୍ତ ସେନାପତି.କ୍ଷିରୋଦ ମହାନ୍ତି,ପ୍ରଶାନ୍ତ ମଲ୍ଲିକ,ପୂର୍ବତନ ସରପଂଚ କାଦମ୍ବିନୀ ରାଉତ,ପୂର୍ବତନ ସରପଂଚ ଦେବେନ୍ଦ୍ର ପଣ୍ଡା ପ୍ରମୁଖ ନିଷ୍ପତିକୁ ସ୍ୱଗତ କରିଛନ୍ତି । ସେହିପରି ତେଣ୍ଡାକୁଡ଼ାରୁ ମିର ଗୋଲାମ ଜିଲାନୀ, ଜମାଲ ଅଜଗର,ମିର ଜୁଲଫୁକର ଅଲୀ,ସେକ ଖଲିଦ ହୋସେନ , ଦୀପ୍ତିରଂଜନ କାନୁନଗୋ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା,ପୂର୍ବତନ ସରପଂଚ ରବିନ୍ଦ୍ର କୁମାର ମହାପାତ୍ର, ଦିଲିପ ସ୍ୱାଇଁ, ସତ୍ୟ ରଂଜନ ଦାଶ ପ୍ରମୁଖ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି । ଏହି ନିଷ୍ପିତିକୁ ସ୍ୱାଗତ କରି ପାଟକୁରା,ନୂଆପଡା,ଗରଦପୁର,କୋରୁଆ,କଳାବୁଦା ଆଦି ବିଭିନ୍ନ ପ୍ରମୁଖ ଛକ ସ୍ଥାନମାନଙ୍କରେ ଲୋକମାନେ ବାଣ ଫୁଟାଇ ଖୁସି ମନାଇଛନ୍ତି । ଅଧିକନ୍ତୁ ଗରଦପୁର ପତଞ୍ଜଳି ଯୋଗ ସମିତି ପକ୍ଷରୁ ଯୋଗ ଗୁରୁ ଦେବ କୁମାର ପାଣି, ଓପଲଫେଡ୍ ଡାଇରେକ୍ଟର ଘନଶ୍ୟାମ କାପଙ୍କ ନେତୃତ୍ୱରେ ଶତାଧିକ ସାମାଜିକ କର୍ମୀ ବାଜାବଜାଇ ଆତସବାଜ ଫୁଟାଇ ଗରଦପୁର ବଜାରରେ କେନ୍ଦ୍ର ସରକାରଙ୍କ ନିଷ୍ପିତକୁ ସ୍ୱାଗତ କରିଛନ୍ତିି । ସେହିପରି ପାଟକୁରା ନାଗରିକ ସମାଜ ସଭାପତି ନବଘନ ନାୟକ, ଆବାହକ ଶୈଳେନ୍ଦ୍ର କୁମାର ମହାନ୍ତି, ସମାଜସେବୀ ନରୋତମ ପରିଡା,ସାମ୍ବାଦିକ ଯଶୋବନ୍ତ ପାତ୍ର ଓ ଗରଦପୁର ସମ୍ବାଦ ସାହିତ୍ୟ ଘର ସଂଯୋଜକ ଶିଭୂଷଣ ମହାନ୍ତି, ବିଳ୍ପବୀ କବି ସୀତାକାନ୍ତ ନାୟକ,ଅନନ୍ତ ତୁଳସୀ ପରିବେଷ ସୁରକ୍ଷା ପରିଷଦ ଅଧ୍ୟକ୍ଷ ଦ୍ୱାରିକାନାଥ ସେନାପତି ପ୍ରମୁଖ ସରକାରଙ୍କର ଏହି ନିଷ୍ପତିକୁ ଆନ୍ତରିକତାର ସହ ସମର୍ଥନ ଜଣାଇଛନ୍ତି । ଓଡ଼ିଶା ସମାଚାର