Friday , September 29 2023
Breaking News
Home / ବିଶେଷ / ଓଡ଼ିଶା ସେଚାଂଚଳ ଉନ୍ନୟନ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତିର ରାଜ୍ୟସ୍ତରୀୟ ସମ୍ମିଳନୀ

ଓଡ଼ିଶା ସେଚାଂଚଳ ଉନ୍ନୟନ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତିର ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର,୦୫/୦୮/୨୦୧୯ (ଓଡ଼ିଶା ସମାଚାର)-କୃଷକମାନେ ଦେଶର ମେରୁଦଣ୍ଡ । ଚାଷୀର ଉନ୍ନତିରେ ହିଁ ଓଡ଼ିଶାର ଉନ୍ନତି । ଚାଷ ପାଇଁ ଜଳ ସେଚନ ଅପରିହାର୍ଯ୍ୟ ହୋଇଥିବା ବେଳେ ରାଜ୍ୟ ସରକାର ଓଡ଼ିଶାର କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ଜଳସେଚନକୁ ସର୍ବାଧତ୍କ ଗରୁତ୍ୱ ଦେଉଛନ୍ତି । ଉପଯୁକ୍ତ ଜଳ ସେଚନ ଯୋଗୁଁ ଆମ ରାଜ୍ୟର କୃଷି ଉତ୍ପାଦନ ବଡ଼ିଛି । ଏଥିପାଇଁ ଆମ ରାଜ୍ୟ ୫ ଥର କୃଷି କର୍ମଣୀ ପୁରସ୍କାର ପାଇଛି । କିନ୍ତୁ ଅନିୟମିତ ବର୍ଷା ଓ ଜଳବାୟୁ ପରିବର୍ତନ ହେତୁ ଧୀରେ ଧୀରେ ଭାରତ ସମେତ ସମଗ୍ର ପୃଥିବୀ ଜଳ ସଂକଟ ଆଡ଼କୁ ଗତି କରୁଛି ବୋଲି ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ।
ଓଡ଼ିଶା ସେଚାଂଚଳ ଉନ୍ନୟନ ଅଣ ଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି ତରଫରୁ ସତ୍ୟନଗର ସ୍ଥିତ କୃଷି ଯନ୍ତ୍ରପାତି, ଗବେଷଣା ଓ ଉନ୍ନୟନ କେନ୍ଦ୍ରରେ ଆୟୋଜିତ ରାଜ୍ୟସ୍ତରୀୟ କର୍ମଚାରୀ ସମ୍ମିଳନୀ ଓ ସମ୍ବଦ୍ଧର୍ନା ଉସôବରେ ମଖ୍ୟୁ ଅତଥିôଭାବେ ଯୋଗଦେଇ ଶ୍ରୀ ଦାସ କହିଲେ ଯେ ଜଳ ସୁପରିଚାଳନା କରି ସେଚାଂଚଳ ଉନ୍ନୟନ(କାଡା) କର୍ମଚାରୀମାନେ ସବୁ ଚାଷ ଜମିକୁ ପାଣି ପହଁଚାଇବାରେ ଗୁୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଏଣିକି ଜଳର ବ୍ୟବହାରିକ ପରିବର୍ତନ କରି ଜଳ ସଂରକ୍ଷଣ କରିବା, ଭୂତଳ ଜଳସ୍ତର ବୃଦ୍ଧି କରିବା ସହିତ ସବୁ ଚାଷ ଜମିକୁ ଜଳ ପହଂଚାଇବାକୁ କାଡା କର୍ମଚାରୀମାନେ ସହଯୋଗ କଲେ ଜଳ ସଂକଟ ରହିବ ନାହିଁ । ନଦୀଗୁଡ଼ିକରେ ବଡ଼ବଡ଼ ବ୍ୟାରେଜ୍ କରି ଜଳ ସଂଚୟ ଓ ଜଳସେଚନ କରିବା ସମୟ ସାପେକ୍ଷ ଓ ସମସ୍ୟା ବହୁଳ ହେଉଛି । କିନ୍ତୁ ଜଳ ସେଚନର ସୁବିଧା ପାଇଁ ନଦୀର ତଳମୁଣ୍ଡରେ ଛୋଟ ଛୋଟ ଆଡ଼ିବନ୍ଧ କରି ଜଳ ସଂଚୟ କଲେ ଜଳସେଚନ ହୋଇପାରିବ । ସେଚାଂଚଳର ଉନ୍ନତି ଓ ଜଳ ସୁପରିଚାଳନା ପାଇଁ ରାଜ୍ୟ ସରକାର ଏ ବର୍ଷ ସର୍ବାଧିକ ୩୧୩.୭୬ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଜଳ ସଂପଦର ସୁରକ୍ଷା ଓ ଜଳସେଚନର ସୁବିଧା ନିମନ୍ତେ କେବଳ ସେଚାଂଚଳ ଉନ୍ନୟନ କର୍ମଚାରୀ ନୁହନ୍ତି, ଏ ଦିଗରେ ଆମ ରାଜ୍ୟର ସାଢେ ଼ ୪ କୋଟି ଜନତାଙ୍କର ମଧ୍ୟ ଚିନ୍ତା କରବାର ସମୟ ଆସିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ ।
ସଂଘର ରାଜ୍ୟ ଉପଦେଷ୍ଟା ସଂଜୟ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ମାନନୀୟ ଅତିଥିଭାବେ କଳିଙ୍ଗ ସଂସ୍କୃତି ଓ ଏା÷÷ତିହ୍ୟ ସୁରକ୍ଷା ମକ୍ଟକ୍ଟ୍ରର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ଯୋଗଦେଇ କାଡା ଅଣ ଗେଜେଟେଡ୍ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ସେହିପରି ଚଳିତ ଆର୍ଥିକ ବର୍ଷରେ ଅବସର ଗ୍ରହଣ କରିଥିବା କାଡା ଅଣଗେଜେଟେଡ୍ ସମନ୍ୱୟ ସମିତିର ପୂର୍ବତନ ସଭାପତି ରାମଚନ୍ଦ୍ର ସାହ,ୁ ରାଜ୍ୟ କୋଷାଧ୍ୟକ୍ଷ ଅକ୍ଷୟ ମହାନ୍ତ,ି ସଭ୍ୟ ସୁରେଶ ମଲ୍ଲିକ, ରବିନ୍ଦ୍ରନାଥ ଭୋଇ, ଅଭୟ କୁମାର ଖିଲାର, କାହ୍ନୁଚରଣ ପଣ୍ଡା ପ୍ରମୁଖଙ୍କୁ ମନ୍ତ୍ରୀ ଶ୍ରୀ ଦାସ ସଂବର୍ଦ୍ଧିତ କରିଥିଲେ । କାଡା ଡିଭିଜନଗୁଡିକରେ ଖାଲି ପଡିଥିବା ଆବଶ୍ୟକ ସଂଖ୍ୟକ କର୍ମଚାରୀ ପଦବୀ ପୂରଣ, ସଂସ୍ଥାର ଚାକିରି ସମ୍ବନ୍ଧୀୟ କ୍ୟାଡର ନିୟମାବଳୀର ଅନୁମୋଦନ, ସେଚାଂଚଳ ଉନ୍ନୟନ ସଂସ୍ଥାକୁ ଅଣ ଯୋଜନାଭୁକ୍ତ କରି ସଂପୂର୍ଣ୍ଣ ଆର୍ଥିକ ଅନୁଦାନ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ, ପୁରାତନ ସେଚାଞ୍ଚଳର ସଂପ୍ରସାରଣ, ଆଧୁନିକିକରଣ ଓ ପୁନର୍ଗଠନ କାର୍ଯ୍ୟ ପାଇଁ ଅର୍ଥବରାଦ, ଛୋଟ ନାଳରେ ଆଡିବନ୍ଧ କରି ଜଳ ସେଚନ ପାଇଁ ଚାଷୀ କ୍ଷେତ୍ରରୁ ସୁଷମ ଜଳ ବଂଟନ ନିମନ୍ତେ କାଡା ସଂସ୍ଥାକୁ ଦାୟିତ୍ୱ ଦେବା, ଜଳ ସଂପଦ ବିଭାଗ ଦ୍ୱାରା ନିଯୁକ୍ତି ପାଇଥିବା ଅସ୍ଥାୟୀ କନିଷ୍ଠଯନ୍ତ୍ରୀଙ୍କୁ ସ୍ଥାୟୀ କରାଯିବା, ନିୟମିତ ଦରମା, ୩୦ଟି ଜିଲ୍ଲାରେ କାଡାର ୩୦ଟି ଡିଭିଜନ ଖୋଲାଯିବା ସଂପର୍କରେ ସମନ୍ୱୟ ସମିତି ତରଫରୁ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥଲିା । ଅନ୍ୟ ପକ୍ଷରେ କାଡା କମର୍ଚାରୀମାନଙ୍କର ସମସ୍ତ ସମସ୍ୟାର ସମାଧାନ ଦଗିରେ ସାଧ୍ୟ ମତେ ଉଦ୍ୟମ କରିବାକୁ ମନ୍ତ୍ରୀ ଶ୍ରା ଦାସ ପ୍ରତିଶ୍ରୁତି ଦେଇଥିଲେ । ପରିଶେଷରେ ସମିତିର ସମୀକ୍ଷକ ବୃନ୍ଦାବନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *