Tuesday , January 18 2022
Breaking News
Home / ତାଜା ଖବର / ଅଜଣା ଗାଡ଼ି ଧକାରେ କାଉଡ଼ିଆଙ୍କ ମତ୍ୟୁ

ଅଜଣା ଗାଡ଼ି ଧକାରେ କାଉଡ଼ିଆଙ୍କ ମତ୍ୟୁ

ଚଣ୍ଡିଖୋଲ, ୦୫/୦୮/୨୦୧୯ ( ଓଡ଼ିଶା ସମାଚାର)- ଭୋର ୫ ଟା ସମୟରେ ୧୬ନଂଜାତୀୟ ରାଜପଥ କଡ଼େଇ ଛକନିକଟରେ ଏକ ଅଜଣା ଗାଡ଼ିଧକାରେ ଜଣେ କାଉଡ଼ିଆ ଭକ୍ତଙ୍କରମୃତ୍ୟୁ ଘଟିଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ କୁଆଖିଆ ନରସିଂଡପୁର ଗ୍ରମାର ସୁଶାନ୍ତକୁମାର ସାହୁ (୨୧) କଟକ ଗଡ଼ଗଡ଼ିଆ ଘାଟରୁ ପାଣି ଭାରଧରି ଜାରକା ସ୍ଥିତ ଗୋକଣ୍ଣେଶ୍ୱର ମନ୍ଦିରରେ ଜଳାଭିଶେକ କରିବା ପାଇଁ ପାଣି ଭାର ଧରି ଆସୁଥିବା ସମୟରେ କଡ଼େଇ ଛକ ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବଡ଼ଚଣା ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ସହିତ ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଚାଲୁ ରଖିଛି । ବ୍ୟବଚ୍ଛେଦ ପରେ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା : ଜଣେ ଗୁରୁତର ଆହତ

ବାଲିଗୁଡା,୧୬/୦୧/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଦଣ୍ଡପଦର ଠାରେ ରବିବାର ସନ୍ଧ୍ୟାରେ ଦୁଇ  ବାଇକ୍ ମୁହାଁ ମୁହିଁ …

Leave a Reply

Your email address will not be published. Required fields are marked *