କନ୍ଧମାଳ, ୦୪/୦୮/୨୦୧୯ ( ଓଡ଼ିଶା ସମାଚାର)- ଫୁଲବାଣୀ ଅବକାରୀ ବିଭାଗ ପକ୍ଷରୁ ଫୁଲବାଣୀ ସଦର ଥାନା ଅଂଚଳର ଜାମୁଝରୀ ଗ୍ରାମପଂଚାୟତ ଅନ୍ତର୍ଗତ ମାଦିଖୋଲ ଗ୍ରାମର ଗଣେଶ ଷଣ୍ଢ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ଉ କରାଯାଇ ୧୮ କିଗ୍ରା ଗଞ୍ଜେଇ ଗୋଟିଏ ଜରି ବସ୍ତାରେବନ୍ଧା ଯାଇଥିବା ଅବସ୍ଥାରେ ଜବତ କରାଯାଇଛି । ଏହି ଗଞ୍ଜେଇକୁ ସେ ବୌଦ୍ଧ ଜିଲାକୁ ଚାଲାଣ ପାଇଁ ରଖିଥିଲା ବୋଲି ଅବକାରୀ ବିଭାଗକୁ କହିଥିବା ଜଣାପଡିଛି । ପୂର୍ବ ସୂଚନା ପ୍ରକାରେ, ଗଣେଷ ତା’ର ଘରେଏହି ଗଞ୍ଜେଇ ଚାଲାଣ ପାଇଁ ରଖିଥିବାନେଇ ବିଭାଗୀୟ ଅଧିକାରୀ ମାନେ ସୂଚନା ପାଇଥିଲେ । ଫୁଲବାଣୀ ଅବକାରୀ ଇନ୍ସିପେକ୍ଟର ପ୍ରବୀଣକୁମାର ପ୍ରଧାନ ଓ କନେଷ୍ଟବଲ କଂଗ୍ରେସ ବେହେରା, ରାଧାକୃଷ୍ଣ ସାହୁ ଏବଂ ଶ୍ୟାମଘନ ପ୍ରଧାନ ସଦଳବଳେ ସକାଳ ୯ଟା ସମୟରେ ମାଦିଖୋଲା ସ୍ଥିତ ଗଣେଷର ଘରେ ଚଢ଼ଉ କରିଥିଲେ । ସେଠାରେ ତଲାସୀ ପରେ ଏହି ଗଞ୍ଜେଇ ମିଳିଥିଲା । ଗଞ୍ଜେଇଳୁ ଜବତ କରାଯିବା ସହିତ ଘଟଣାରେ ଗଣେଷକୁ ଗିରଫ କରାଯାଇଛି । ଅବକାରୀ ବିଭାଗ ତା ବିରୁଦ୍ଧରେ ଏକ ମାମଲା ୧୦/୧୯ ରେ ରୁଜ୍ଜୁକରିବା ସହିତ ତାକୁ କୋର୍ଟ ଚାଲାଣ କରିଥିବା ନେଇ ଇନ୍ସିପେକ୍ଟର ପ୍ରବୀଣ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର