Thursday , September 28 2023
Home / ବିଶେଷ / ସୁନାଇଲୋ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ସୁନାଇଲୋ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

କେନ୍ଦ୍ରାପଡା ୦୪/୦୮/୨୦୧୯ ( ଓଡ଼ିଶା ସମାଚାର)-ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ମୁଖ୍ୟ ପ୍ରଶାସିକା ଦାଦି ପ୍ରକାଶମଣୀଜୀଙ୍କ ପୁଣ୍ୟତିଥି ଅବସରରେ ସହରର ସୁନାଇଲୋ ସ୍ଥିତ ଜ୍ଞାନଜ୍ୟୋତି ଭବନ ପରିସରରେ ବିଶ୍ୱ ବନ୍ଧୁତ୍ୱ ଦିବସ ଉପଲକ୍ଷେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।  ରକ୍ତଦାନ ଏକ ମହତ୍ଦାନ ଏହା ପ୍ରତ୍ୟେକ ବ୍ୟକ୍ତି ନିଜେ ହୃଦୟଙ୍ଗମ କରିବା ସହିତ ଅନେକଙ୍କର ମୂଲ୍ୟବାନ୍ ଜୀବନ ବଂଚାଇବାରେ ସହାୟକ ହୋଇପାରିବେ । ଏହି ରକ୍ତଦାନ ଶିବିରରେ ସ୍ୱେଚ୍ଛାକୃତ ଭାବରେ ପ୍ରାୟ ୫୦ ଜଣ ଭାଇଭଉଣୀ ରକ୍ତଦାନ କରିଥିଲେ ଏବଂ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରର କର୍ମକର୍ତାମାନେ ସହଯୋଗ କରିବା ସହିତ ଡାକ୍ତରଖାନା ପରିଚାଳକ ସୁବାସିସ ସାଠୁଆ  ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଶିବିରକୁ  ସୁନାଇଲୋ ସେବା କେନ୍ଦ୍ରର ମୁଖ୍ୟ ସଂଚଳିକା ବ୍ର.କୁ. ସ୍ନେହ ଭଉଣୀ ପରିଚାଳନା କରିଥିବା ବେଳେ  ବ୍ର.କୁ ବିଭବ, ବ୍ର.କୁ ରବିନ୍ଦ୍ର, ବ୍ର.କୁ ଭବେଶ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *