Sunday , October 1 2023
Home / ତାଜା ଖବର / ରାଜଧାନୀରେ ପୁଣି ଡ଼ବଲ ଏନକାଉଂଟର – ନକଲି ଚୋରା ମଦ ବ୍ୟବସାୟ ର ଖୁଲାସା

ରାଜଧାନୀରେ ପୁଣି ଡ଼ବଲ ଏନକାଉଂଟର – ନକଲି ଚୋରା ମଦ ବ୍ୟବସାୟ ର ଖୁଲାସା

ଭୁବନେଶ୍ୱର,୦୪/୦୮/୨୦୧୯ ( ଓଡ଼ିଶା ସମାଚାର)- ରାଜଧାନୀରେ ପୁଣି ଡ଼ବଲ ଏନକାଉଂଟର । ୨୪ ଘଂଟାରେ ୪ ଏନକାଉଂଟର ରେକର୍ଡ଼ ଭାଙ୍ଗିଛି । ରସୁଲଗଡ଼ ଛଳରେ ଥିବା ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରାୟଙ୍କୁ ପାଲାମଣ୍ଡପ ନିକଟରେ ମରଣାନ୍ତକ ଆକ୍ରମଣ କରି ନଗଦ ଟଙ୍କା ସୁନା ଚେନ ଆଦି ଦୁର୍ବୃତ ଲୁଟିନେବା ପରେ ସ୍ଥାନୀୟ ଲୋକେ ରସୁଲଗଡ଼ ଠାରେ ଜାତୀୟ ରାଜପଥ ଅବରୋଧ କରିବା ପରେ କମିଶନରେଟ ପୋଲିସ୍ ଆକସନ୍ ମୋଡ଼ କୁ ଆସିଛି । ଦୁର୍ବୃତମାନେ ଆକ୍ରଣସ୍ଥଳରେ ଛାଡ଼ିଯାଇଥିବା ଏକ ମୋବାଇଲ ର ତଥ୍ୟକୁ ଆଧାର କରି ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ୍ ପୋଡ଼ା ଅରୁଣ କୁମାର ମଲିକ ଓ ବିବେକାନନ୍ଦ ନାୟକ ନାମକ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଂଟର କରି ଗିରଫ କରିବା ସହିତ ଓଙ୍ଗ଼ି୦୭ଏ ୯୩୪୨ ଗାଡ଼ି, ଅଫୁଟା ଗୁଳି ଆଦି ଜବତ କରିଥିଲା । ଆହତ ଦୁଇ ଅପରାଧୀ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଆହତ ଦୁଇ ଅପରାଧୀଙ୍କ ସହିତ ସେହିଦିନ ବୁଲୁ ସାମନ୍ତରାୟଙ୍କୁ ଆକ୍ରମଣ କରିବା ଓ ଲୁଟ କରିବା ଘଟଣାରେ ଦୁଇ ଜଣ ସହଯୋଗୀ ଧଉଳି ନିକଟ ଚିଲିପୋଖରୀ ବାପୁଜୀ ହାଇଟେକ ଆପାର୍ଟମେଂଟ ରେ ରହୁଥିବା ସୂଚନା ପାଇ ପୋଲିସ୍ ସେଠାରେ ଚଢ଼ାଉ କରିବା ପାଇଁ ଯାଇଥିବାବେଳେ ସେମାନେ ପୋଲିସ୍ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିବା ବେଳେ ପୋଲିସ ର ପାଲଟା ଗୁଳି ରେ ଦୁଇ ଅପରାଧୀ ସିପୁନ କୁମାର କବି ଓ ହରେକୃଷ୍ଣ ସ୍ୱାଇଁ ଆହତ ହୋଇଥିଲେ । ଦୁଇ ଜଣଙ୍କ ଗୋଡ଼ରେ ଗୁଳି ବାଜିଥିଲା । ପୋଲିସ୍ ସେମାନଙ୍କ ଠାରୁ ବାଇକ୍,ଗୋଟିଏ ମାଉଜର, ଗୋଟିଏ ଖେଳନା ବନ୍ଧୁକ, ଗୁଳି, ନଗଦ ୫୦ ହଜାର ଟଙ୍କା,୩ ଟି ମୋବାଇଲ ଜବତ କରିଛି । ଆହତ ଦୁଇ ଅପରାଧୀଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ପୋଲିସ୍ ସେହି ଆପାର୍ଟମେଂଟରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ମଦ , ନକଲି ସ୍ପିରିଟ, ନକଲି ସରକାରୀ ଟ୍ୟାଗ ଆଦି ଜବତ କରିଛି । ସେମାନେ କେବଳ ଅପରାଧ ଘଟାଉନଥିଲେ, ଚୋରା ନକଲି ମଦ ବ୍ୟବସାୟ ମଧ୍ୟ ଚଳାଉଥିବା ଏବେ ନଜରକୁ ଆସିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *