ଭୁବନେଶ୍ୱର,୦୪/୦୮/୨୦୧୯ (ଓଡ଼ିଶା ସମାଚାର)-ଆଜିକା ସମୟରେ କିଛି ଯୁବସମାଜ ବନ୍ଧୁତ୍ୱ ଦିବସଟିକୁ ଆନନ୍ଦ ଉଲ୍ଲାସରେ ପାଳନ କରୁଥିବା ବେଳେ ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ ‘ଫିନିକ୍ସ ସେବା’ ଭଳି ଅନୁଷ୍ଠାନ ତରଫରୁ ବିଶ୍ୱ ବନ୍ଧୁତ୍ୱ ଦିବସ ଚିନ୍ତାମଣିଶ୍ୱର ମନ୍ଦିର ନିକଟସ୍ଥ “ପରିବାର ଓଡ଼ିଶା’ ଅନୁଷ୍ଠାନରେ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ଅନୁଷ୍ଠାନର ସ୍ୱେଚ୍ଛାସେବୀ ସଦସ୍ୟ / ସଦସ୍ୟାମାନେ ମାନସିକ ଅନଗ୍ରସର ପିଲାଙ୍କ ସହ ଭାବ ବିନିମୟ କରିଥିଲେ ଓ ପିଲାମାନଙ୍କ ମଧ୍ୟରେ ନୃତ୍ୟ ଗୀତରେ ନିଜକୁ ହଜାଇ ଦେଇଥିଲେ । ଏହା ସହ ପିଲାମାନଙ୍କ ମଧ୍ୟରେ କେକ୍ କାଟିବା ସହିତ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ଫିନିକ୍ସ ସେବାର ଅଧ୍ୟକ୍ଷ ମଲ୍ଲିକ ଆୱେସ୍ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟେଲି ଅଭିନେତ୍ରୀ ପୂର୍ବୀ ପ୍ରିୟଙ୍କା, ଅଭିନେତା ଜ୍ୟୋତିରଞ୍ଜନ ସାହୁ, ଅଭିନେତ୍ରୀ ସୁଶ୍ରୀ ଏଲିନା ମହାନ୍ତି, ଶାଶ୍ୱତ ପଣ୍ଡା, ଅର୍ପିତା ଜେନା, ବିଶ୍ୱଜିତ୍ ବେହେରା, ଅର୍ପିତା ପଢ଼ିହାରୀ, ମିଲନ୍, ଚନ୍ଦନ ମହାନ୍ତି, ଚନ୍ଦ୍ରଶେଖର ଶତପଥୀ, ଶ୍ରୀମୟୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
