Monday , October 18 2021
Breaking News
Home / ବିଶେଷ / ପ୍ରେମ ବିବାହର କରୁଣ ପରିଣତି : ବଧୂ ହତ୍ୟା ପାଇଁ ଯଡ଼ଯନ୍ତ୍ର ଅଭିଯୋଗ

ପ୍ରେମ ବିବାହର କରୁଣ ପରିଣତି : ବଧୂ ହତ୍ୟା ପାଇଁ ଯଡ଼ଯନ୍ତ୍ର ଅଭିଯୋଗ

ସାଲେପୁର, ୦୪/୦୮/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା) : ଭଲ ପାଇ ବାହା ହେବାର କରୁଣ ପରିଣତି । ଶାଶୁ ଘରେ ସ୍ୱାମୀ, ଶଶୁର, ଶାଶୁ , ଦେଢ଼ଶାଶୁ, ଯାଆ, ବଡ଼ ମାଉସୀ ଶାଶୁ, ସାନ ମାଉସୀ ଶାଶୁ ଓ ମାଉସୀ ପୁଅ ପ୍ରମୁଖ ଯୈାତୂକ ପାଇଁ ବୋହୂ ଦିପ୍ତୀମୟୀ ଉପରେ ଶାରିରୀକ ମାନସିକ ନିର୍ଯ୍ୟାତନା ଦେବା ଓ ସଂଘବଦ୍ଧ ଭାବେ ଆକ୍ରମଣ କରି ଜୀବନରୁ ମାରି ଦେବା ପାଇଁ ଉଦ୍ୟମ କରିଥିବା ବିଷୟ ବୋହୂ ଦିପ୍ତୀମୟୀ ସାଲେପୁର ଥାନାରେ ଏତାଲା ଦେବା ସହ ଡ଼ାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି । ସାଲେପୁର ଥାନାରେ ଦିଆଯାଇଥିବା ଏତାଲାରୁ ପ୍ରକାଶ ୦୬.୦୨.୨୦୧୭ରେ ସାଲେପୁର ଥାନା ଅଧିନ ନଈଗୁଆଁ ଗ୍ରାମର ଡ଼ମ୍ବରୁଧର ବେହେରାଙ୍କ ପୁଅ ସୁଦର୍ଶନ ବେହେରା ସେହି ଗ୍ରାମର ଦିପ୍ତୀମୟୀ ବେହେରାଙ୍କୁ ଭଲ ପାଇ ବିବାହ କରିଥିଲେ । ୧୦.୦୪.୨୦୧୭ରେ ସୁଦର୍ଶନ ପତ୍ନି ଦିପ୍ତିୀମୟୀଙ୍କୁ କେନ୍ଦ୍ରାପଡ଼ା ନେଇଆସି ତାଙ୍କ ସାଙ୍ଗ ଘରେ ରଖିଥିବା ପରେ କେନ୍ଦ୍ରାପଡ଼ାରୁ ଦିଲ୍ଲୀ ନେଇଯାଇଥିଲେ । ଦିଲ୍ଲୀରେ କିଛିଦିନ ରହିବା ପରେ ଶାଶୁଘର ଲୋକ ଦିପ୍ତୀମୟୀଙ୍କୁ ଶାଶୁ ଘରେ ଆଣି ଛାଡ଼ିବାକୁ ସୁଦର୍ଶନଙ୍କ ଉପରେ ଚାପ ପକାଇବାରୁ ଦିପ୍ତୀମୟୀଙ୍କୁ ଶାଶୁ ଘରକୁ ଆସିବାକୁ ପଡ଼ିଥିଲା । ଶାଶୁ ଘରେ ରହିଲା ପରେ ବାପ ଘରୁ ଯୋ÷ତୂକ ବାବଦ ୧ଲକ୍ଷ ଟଙ୍କା ,କଲର ଟିଭି ଓ ଗାଡ଼ି ଆଣିବା ପାଇଁ ବୋହୂ ଦିପ୍ତୀମୟୀକୁ ବାଧ୍ୟ କରିଥିଲେ । ମାତ୍ର ଦିପ୍ତୀମୟୀ ଭଲ ପାଇ ବାହା ହୋଇଥିବାରୁ ଘର ଲୋକଙ୍କୁ ଏ ବାବଦରେ କିଛି କହିପାରି ନଥିବା ଏତାଲାରେ ଉଲ୍ଲେଖ ରହିଛି । ବାପଘରୁ ଯୈାତୂକ ଆଣିବା ପାଇଁ ଶଶୁର ଡ଼ମ୍ବରୁଧର ବେହେରା, ଶାଶୁ ଶୋଭା ବେହେରା, ବଡ଼ ଦେଢ଼ଶୁର ରଂଜନ କୁମାର ବେହେରା, ଯାଆ ବର୍ଷାରଣୀ ବେହେରା, , ମଝିଆ ଦେଢ଼ଶୁର ମନୋଜ ବେହେରା, ବଡ଼ ମାଉସୀ ଶାଶୁ ନେଭା ବେହେରା, ସାନ ମାଉସୀ ଶାଶୁ ଶୈଳବାଳା ବେହେରା ଓ ମାଉସୀ ପୁଅ ସନ୍ତୋଷ ବେହେରା ଯୈାତୂକ ଆଣିବା ପାଇଁ ବାରମ୍ବାର ଶାରିରୀକ ମାନସିକ ନିର୍ଯ୍ୟାତନା ଦେଉଥିବା ଏତାଲାରେ ଉଲ୍ଲେଖ କରିଛନ୍ତି । ଶାଶୁଘରେ ରହୁଥିବା ସମୟରେ ଦେଢ଼ଶୁର ମନୋଜ ବେହେରା ଅଶାଳିନ ଇଙ୍ଗିତ ପ୍ରଦର୍ଶନ କରୁଥିଲେ । ଏହି ବିଷୟରେ ଦିପ୍ତୀମୟୀ ସ୍ୱାମୀଙ୍କୁ ଜଣାଇଥିଲେ ମଧ୍ୟ ସୁଦର୍ଶନ କଥାରେ ଗରୁତ୍ୱ ନଦେଇ ଓଲଟି ସ୍ତ୍ରୀକୁ ମାଡ଼ ମାରିଥିଲେ । ଗତ ୦୬.୦୪.୨୦୧୮ରେ ସୁଦର୍ଶନ ପୁନଃର୍ବାର ସ୍ତ୍ରୀ ଦିପ୍ତୀମୟୀକୁ ଦିଲ୍ଲୀ ନେଇଯାଇଥିଲେ । ଦିଲ୍ଲୀରେ ମଧ୍ୟ ବାପଘରୁ ଯୈାତୂକ ଆଣିବା ପାଇଁ ବାଧ୍ୟ କରାଇଥିଲେ । ସେ ସମୟରେ ଦିପ୍ତୀମୟୀ ଦିଲ୍ଲୀରେ ଥିବାରୁ ପରିବାର ଲୋକ ସାହାଯ୍ୟ କରିପାରି ନଥିଲେ । ୨୦.୦୬.୨୦୧୯ରେ ସ୍ୱାମୀ ସୁଦର୍ଶନ ଦିଲ୍ଲୀରୁ ଆଣି ଶାଶୁଘରେ ଛାଡ଼ି ଦେଇଥିଲେ ଓ ଘରକୁ ଯାଇ ଯୈାତୂକ ଆଣିବାକୁ ତାଗିଦ କରି ପୁଣି ଦିଲ୍ଲୀ ପଲାଇଥିଲେ । ୩୦.୦୭.୨୦୧୯ରେ ପୂର୍ବ ପ୍ରସ୍ତୁତି ଅନୁସାରେ ମୋ ସ୍ୱାମୀ ଦୁସର୍ଶନଙ୍କୁ ଦିଲ୍ଲୀରୁ ଡ଼କାଇଥିଲେ । ସେ ଆସିଲା ପରେ ୦୧.୦୮.୨୦୧୯ରେ ଯୈାତୂକ ଘଟଣାର ଆପୋଷ ସମାଧାନ ହୋଇଥିଲା । ତେବେ ତା’ ପରଦିନ ଅର୍ଥର୍ାତ୍ ୦୨.୦୮.୨୦୧୯ ଦିନ ମୋ ସ୍ୱାମୀ , ଶାଶୁ, ଶଶୁର , ଯାଆ, ଦେଢ଼ଶୁର, ମାଉସୀ ଶାଶୁ, ମାଉସୀ ପୁଅ ମୋତେ ଜୀବନରୁ ମାରିଦେବା ପାଇଁ ଯୋଜନା କରି ମୋ ମୁହଁରେ ତକିଆ ପକାଇ ଚାପି ଧରିଥିଲେ । ପରେ କିରୋସିନୀ ଢ଼ାଳି ପୋଡ଼ି ମାରିବାକୁ ଉଦ୍ୟମ କଲା ବେଳେ ମୁଁ ଚିତ୍କାର କରିବାରୁ ମୋର ଘର ନିକଟରେ ହୋଇଥିବାରୁ ମୋ ବାପା ଭାଇ ଓ ଗାଆଁ ଲୋକମାନେ ଆସି ସେମାନଙ୍କ କବଳରୁ ମୋତେ ଉଦ୍ଧାର କରିଥିଲେ । ସେମାନଙ୍କ ମାଡ଼ରେ ମୁଁ ଯନ୍ତ୍ରଣା ଜର୍ଜରୀତ । ମୋର ତଳିି ପେଟ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ଓ ମୁଁ ଚିକିତ୍ସିତ ହେଉଥିବା ଏତଲାରେ ଉଲ୍ଲେଖ ରହିଛି । ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦିପ୍ତୀମୟୀ ନ୍ୟାୟ ପାଇବା ପାଇଁ ଥାନାଅଧିକାରୀଙ୍କ ନିକଟରେ ଲିଖିତ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *