Wednesday , October 27 2021
Breaking News
Home / କୃଷି / ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅବଧି ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢେଇବାକୁ ଦାବି : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ସମାଜବାଦୀ ପାର୍ଟି

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅବଧି ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢେଇବାକୁ ଦାବି : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର,୦୪/୦୮/୨୦୧୯ (ଓଡ଼ିଶା ସମାଚାର)-ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଶସ୍ୟବୀମା ଯୋଜନା ଅନ୍ତର୍ଭୁକ୍ତ ହେବାର ଅବଧି ଜୁଲାଇ ୩୧ ତାରିଖରେ ଶେଷ ହୋଇଯାଇଛି । ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ବୀମା କରିପାରିନାହାଁନ୍ତି । ସ୍ୱଳ୍ପ ବୃଷ୍ଟି ଏବଂ ବିଳମ୍ବିତ ମୌସୁମୀ ଯୋଗୁଁ ରାଜ୍ୟରେ ଚାଷ କାର୍ଯ୍ୟ ବହୁ ପଛେଇ ଯାଇଛି । ଅନେକ ଯାଗାରେ ତଳି ବୁଢା ହେବାକୁ ଲାଗିଲାଣି । ବର୍ଷାକୁ ଚାତକ ଭଳି ଚାହିଁ ରହି ଚାଷୀ ଦିନ ଗଣୁଛି । ମରୁଡ଼ିର ଭୟରେ ଚାଷୀମାନେ ବିଭିନ୍ନ ସମବାୟ ସମିତି ଆଗରେ ବୀମାଭୁକ୍ତ ହେବାପାଇଁ ଧାଡ଼ି ଲଗାଇଛନ୍ତି, କିନ୍ତୁ ସମୟ ସରିଯାଇଥିବା ଯୋଗୁଁ ହତାଶ ହୋଇ ସମବାୟ ସମିତିରୁ ତାଙ୍କୁ ଫେରିବାକୁ ପଡ଼ୁଛି । ଆଗାମୀ ଦିନରେ ଯଦି ମରୁଡ଼ି ହୁଏ, ଶସ୍ୟହାନୀ ଜନିତ ବୀମା ପାଇବାରୁ ଓଡ଼ିଶାର ଲକ୍ଷଲକ୍ଷ ଚାଷୀ ବଞ୍ଚିିତ ହେବାର ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ଫସଲବୀମା ଅବଧିକୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ତୁରନ୍ତ ବୀମା ଅବଧି ୨ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶାର ଚାଷୀମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଦିଗରେ ସମ୍ବେଦନଶୀଳ ପଦକ୍ଷେପ ନେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖଥାଉକି, ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟରେ ୧୭% ରୁ ୫୯% ପ୍ରତିଶତ ପର୍ଯ୍ୟନ୍ତ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ବୁଣାବୁଣି ଓ ରୁଆ ବେଉଷଣ କାର୍ଯ୍ୟ ପଛେଇ ଯାଇଛି । ୪ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ଫଳରେ ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଯଦି ତାହା ହୁଏ, ତାହେଲେ ରାଜ୍ୟରେ ଚାଷ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି । ତେଣୁ ରାଜ୍ୟର ଚାଷୀମାନଙ୍କର ସ୍ୱାର୍ଥକୁ ଆଖି ଆଗରେ ରଖି ଅନ୍ତତଃପକ୍ଷେ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଫସଲବୀମା ଅବଧି ବଢାଇବା ପାଇଁ ସମାଜବାଦୀ ପାର୍ଟି ରାଜ୍ୟ କମିଟି ଦାବି କରିଛି । ଓଡ଼ିଶା ସମାଚାର

About admin

Check Also

ଗରଦପୁର ବ୍ଲକ ବିଜେଡ଼ି କାର୍ୟ୍ୟକାରିଣୀ ବୈଠକ -ଦଳିୟ କନ୍ଦଳ ର ପ୍ରଭାବ ପଂଚାୟତ ନିର୍ବାଚନରେ ପଡ଼ିବା ସ୍ପଷ୍ଟ

ଗରଦପୁର, ୨୫/୧୦/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ୍ ବିଜେଡ଼ି ପକ୍ଷରୁ ଦଳିୟ କାର୍ୟ୍ୟକାରିଣୀ ବୈଠକ ସ୍ଥାନୀୟ କଳାବୁଦା ପଂଚାୟତ …

Leave a Reply

Your email address will not be published. Required fields are marked *