Monday , October 18 2021
Breaking News
Home / ବିଶେଷ / ନାବାଳିକା ଯୌନ ନିର୍ଯାତନା ମାମଲାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନାବାଳିକା ଯୌନ ନିର୍ଯାତନା ମାମଲାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଭଦ୍ରକ, ୦୪/୦୮/୨୦୧୯ ( ଓଡ଼ିଶା ସମାଚାର)-ଏକ ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ବିଚାର କରି ଭଦ୍ରକର ସ୍ୱତନ୍ତ୍ର ପୋସ୍କୋ କୋର୍ଟ ତଥା ଅତିରିକ୍ତ ଜିଲା ଜଜ୍ ପ୍ରଣତି ଶାହା ଅଭିଯୁକ୍ତ ତିହିଡି ଥାନା ତଳଦପା ଗ୍ରାମର ସ୍ୱର୍ଗତ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ପୁତ୍ର କାର୍ତିକ ମଳିକ(୩୫)କୁ ୧୦ ବର୍ଷସଶ୍ରମ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ପ୍ରାପ୍ତ ଖବରରୁ ଯାହାଜଣାଯାଏ ଗତ ୨୦୧୭ ମଇଁ ୨୦ତାରିଖ ଦିନ ସେହି ଗ୍ରାମର କପିଳ ମଳିକଙ୍କ ନାବାଳିକା କନ୍ୟା ପଡୋଶୀ ଅଭୟ ଦାସଙ୍କ ଘରକୁ ଆସି ଟିଭିଦେଖିସାରି ନିଜ ଘରକୁ ଫେରୁଥିବାବେଳେ ଏକୁଟିଆ ପାଇ କାର୍ତିକ ତାକୁ ନିକଟସ୍ଥ ବିଲକୁ ନେଇ ଯୌନ ନିର୍ଯ୍ୟାତନା ଦେଇଥିଲା । ଏହି ଘଟଣାରେ ପିତା କପିଳଙ୍କ ଅଭିଯୋଗ କ୍ରମେ ତିହିଡି ଥାନାରେ କେଶ୍ ନଂ୧୮୯/୧୭, ଦଫା ୩୭୬/୫୦୬ଓ ପୋସ୍କୋ ଆଇନ୍ର ଦଫା ୬ରେ ଏକମାମଲା ରୁଜୁ କରି କାର୍ତିକୁ ଗିରଫ କରିକୋର୍ଟ ଚାଲାଣ କରିଥିଲା । ସେହିଦିନରୁ ସେ ଜେଲ୍ରେ ଅଟକ ରହିଛି । ଏହି ଘଟଣାରେ ସ୍ପେଶାଲ କେଶ୍ ନଂ ୫୭/୧୭ ମୂଳେ ମାମଲାଟିର ବିଚାର ହୋଇ କୋର୍ଟ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଅଭିଯୋଗକାରୀଙ୍କ ବୟାନରେ କାର୍ତିକଙ୍କ ବିରୁଦ୍ଧରେ କିଛି ଅଭିଯୋଗ ନଥିଲେ ବି ପୀଡିତା ନାବାଳିକା ଥିବା ଦୃଷ୍ଟେ ପେସ୍କୋ ଆଇନ୍ ଅନୁଯାୟୀ ଡାକ୍ତରଙ୍କ ରିପୋର୍ଟକୁ ଭିତିକରି କୋର୍ଟ ଉକ୍ତ ଆଦେଶ ଶୁଣାଇଛନ୍ତି ।ମାମଲାଟି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି କମଳାକାନ୍ତ ମହାପାତ୍ର ଓ ମନୋରଂଜନ ଦାସ ପରିଚାଳନା କରୁଥିଲେ ।ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *