Tuesday , October 26 2021
Breaking News
Home / ବିଶେଷ / ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କ ଚୌଦ୍ୱାର ଜେଲ ପରିଦର୍ଶନ

ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କ ଚୌଦ୍ୱାର ଜେଲ ପରିଦର୍ଶନ

କଟକ,୦୪/୦୮/୨୦୧୯ ( ଓଡ଼ିଶା ସମାଚାର)- ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଆଜି ଚୌଦ୍ୱାର କେନ୍ଦ୍ରୀୟ ଜେଲ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଙ୍କ ପରିଦର୍ଶନ ସମୟରେ ଟାଙ୍ଗି ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ଜେଲ ଏଡ଼ିଜି ମହେନ୍ଦ୍ର ପ୍ରତାପ , ଡ଼ିଆଇଜି ଗୋପବନ୍ଧୁ ମଲିକ୍ ଙ୍କ ସମେତ କମିଶନରେଟ ଅଧିନରେ ଥିବା ୧୦ ଟି ଥାନା ର ଆଇଆଇସି, ଜେଲ ର କର୍ମଚାରୀ ଉପସ୍ଥିତ ଥିଲେ । ମନ୍ତ୍ରୀ ଜେଲ ପରିସରରେ ୨ ଘଂଟା ରହି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ଜେଲ ମଧ୍ୟରେ ଥିବା ବିଭିନ୍ନ ଅସୁବିଧା ଓ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଚୌଦ୍ୱାର ସର୍କଲ ଜେଲ କୁ ଏକ ଆଦର୍ଶ ଜେଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହା ମନ୍ତ୍ରୀ ଙ୍କ ଅଚାନକ ଜେଲ ପରିଦର୍ଶନ କହୁଥିବାବେଳେ ଯଦି ଅଚାନକ ପରିଦର୍ଶନ ଥିଲା ତେବେ ୧୦ ଟି ଥାନାର ଆଇଆଇସି କିପରି ଓ କାହିଁକି ସେଠାରେ ଉପସ୍ଥିତ ଥିଲେ । ସେହିପରି ବିଧାୟକ ଓ ଜେଲ ବିଭାଗ ଅଧିକାରୀ କିପରି ଉପସ୍ଥିତ ରହିଥିଲେ । ଏହା ଅଚାନକ ପରିଦର୍ଶନ ନୁହେଁ ବୋଲି କେତେକ ମତ ଦେଉଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *