Monday , December 6 2021
Breaking News
Home / ବିଶେଷ / ଗରଦପୁର ସମ୍ବାଦ ସାହିତ୍ୟଘର ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗରଦପୁର ସମ୍ବାଦ ସାହିତ୍ୟଘର ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗରଦପୁର, ୦୪/୦୮/୨୦୧୯ ( ଓଡ଼ିଶା ସମାଚାର)-ଗରଦପୁର ବ୍ଳକର ସମ୍ବାଦ ସାହିତ୍ୟ ଘର ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସ୍ଥାନୀୟ ନଇନ୍ଦିପୁର ହାଇସ୍କୁଲର ଛାତ୍ରଛାତ୍ରୀ,ଶିକ୍ଷକ,ଶିକ୍ଷୟତ୍ରୀ ଓ ସାହିତ୍ୟଘରର ସଦସ୍ୟମାନଙ୍କ ସହଯୋଗରେ ନଇନ୍ଦିପୁର ହାଇସ୍କୁଲ ପରିସର ସମେତ ପତି ସାହି, ଚାନ୍ଦପଲା, ଓସ୍ତିଆ, ମଦନା, ନଇନ୍ଦିପୁର,ପନ୍ଦିଆ, ପହଣା ଗ୍ରାମରେ ୫ ଶହରୁ ଉଦ୍ଧ୍ୱର୍ ଚାରାଗଛ ରୋପଣ କରାଯାଇଛି । ବିଶେଷକରି ଶିଶୁ, ଆକାଶିଆ, ଗହ୍ମାରୀ, ରାଧାଚୂଡା,କୂଣ୍ଣଚୂଡା,ଶାଗୁଆନ,ପିଜୁଳି, ଛୁରିଆନା, କଇଁଥ,ଆମ୍ବଡା, ମହାଲିମ୍ବ,କରଞ୍ଜ,ଝାଉଁ ଆଦି ବିଭିନ୍ନ କିସମର ଚାରାଗଛ ରୋପଣ କରାଯାଇଛି ।ଏହି ଉପଲକ୍ଷେ ବିଦ୍ୟାଳୟ ପରିସର ମଧ୍ୟରେ ସଙ୍ଗିତ ବିଶାରଦ ଶଶିଭୂଷଣ ମହାନ୍ତିଙ୍କ ସଭାପତିତ୍ୱରେ ଗରଦପୁର ସମ୍ବାଦ ସାହିତ୍ୟ ଘର ଓ ନଇନ୍ଦିପୁର ହାଇସ୍କଲର ମିଳିତ ସହଯୋଗରେ ଏକ ବୃକ୍ଷରୋପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୂଖ୍ୟ ଅତିଥି ଭାବରେ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସ ଯୋଗ ଦେଇ ଜୀବଜଗତ ବଂଚିିବା ପାଇଁ ଗଛର ମୌଳିକ ଆବଶ୍ୟକତା ରହିଛି,ଦୈନକ ଗଛ ଯାହା ମଣିଷଙ୍କୁ ଯୋଗାଉଛି,ତାହା କୌଣସି ମୂଲ୍ୟରେ ତୁଳନା କରାଯାଇ ପାରିବ ନାହିଁ ବୋଲି କହିବା ସହିତ ଭାରତବର୍ଷର ଜାମୁ କାଶ୍ମିର ପ୍ରଦେଶର ଲଦାଖ ମରୁଅଂଚଳରେ ଗଛ ଅଭାବରୁ କେତେକ ହୋଟେଲରେ ଏବେ ମଧ୍ୟ ଅମ୍ଳଯାନ ଥଳି ଯାତ୍ରୀମାନଙ୍କୁ ଯୋଗାଇ ଦିଆଯିବା ପାଇଁ କହି ଉଦ୍ବେଗ ପ୍ରକାଶ କରିଛନ୍ତି । ସେହିପରି ଉତ୍ସବରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ସ୍ତମ୍ବକାର ହିରଣ୍ୟ ମହାନ୍ତି ,ଆମେ ବଂଚିବା ଓ ଉତର ପିଢିକୁ ବଂଚାଇବା ପାଇଁ ଆଜି ଦିନରେ ବ୍ୟାପକ ଭାବରେ ବୃକ୍ଷରୋପଣ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏବେ ଓଡିଶାରେ ୧୯ ଭାଗ ଜମିରେ ଜଙ୍ଗଲ ରହିଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଥିବାବେଳେ, ସମଗ୍ର ଓଡିଶାରେ ମାତ୍ର ୭ରୁ ୮ ଭାଗ ଜମିରେ ଜଙ୍ଗଲ ରହିଥିବା ସାଟେଲାଇଟ୍ ପକ୍ଷରୁ ଜଣାଯାଇଛି ବୋଲି ଶ୍ରା ମହାନ୍ତି ପ୍ରକାଶ କରିଛନ୍ତି । ତେଣୁ ଆଜିର ଦିନରେ ସରକାର ଓ ଜନସାଧାରଣ ସମସ୍ତେ ବ୍ୟାପକ ଭାବରେ ବୃକ୍ଷରୋପଣ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଗରଦପୁର ସରପଂଚ ସୁକାନ୍ତି ମୁଦୁଲି,ପାଖଡ ସରପଂଚ ଗୌରାଙ୍ଗ ଚରଣ ପରିଡା,ନିଇନ୍ଦିପୁର ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରଣତି ପଣ୍ଡା ଅତିଥି ଭାବରେ ଯୋଗ ଦେଇଥିଲେ । ଗରଦପୁର ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ନବଘନ ନାୟକ ଓ ଶିକ୍ଷକ ଜ୍ୟୋତିଭୂଷଣ ମିଶ୍ର କାର୍ଯ୍ୟକମ ପରିଚାଳନା କରିଥିବାବେଳେ, ଶୈଳେନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟ ଘରର ସଦସ୍ୟ ସର୍ବଶ୍ରୀ ସାରଦା ପ୍ରସାଦ ଶତପଥୀ,ସୀତାକାନ୍ତ ନାୟକ,ଅରୁଣ କୁମାର ପଣ୍ଡା, ଦେବ କୁମାର ପାଣି,ଅମିୟ ରଞ୍ଜନ ରାୟ,ଘନଶ୍ୟାମ କାପ୍,ପ୍ରଭାତ କୁମାର ପରିଡା,ପୁରସ୍ତମ ପତି,ବିଭୁରଞ୍ଜନ ପରିଡା,ଜୟଦେବ ସାହୁ,ସତଦଳ ମହାନ୍ତିଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ କୁମାର ସାହୁ,ଇତିଶ୍ରୀ ଦାସ, ନମିତା ସାହୁ,ନିବେଦିତା ପରିଡା,ଆଶିଷ କୁମାର ଜେନା,ଅଭିମନ୍ୟୁ ସାହୁ,ଅରୁଣ ସ୍ୱାଇଁ ଓ ଅନଙ୍ଗ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସର ମଧ୍ୟରେ ଛାତ୍ରଛାତ୍ରୀ ଓ ସାହିତ୍ୟ ଘରର ସଦସ୍ୟମାନଙ୍କ ଦ୍ୱାରା ବ୍ୟାପକ ବୃକ୍ଷରୋପଣ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିଜ ନିଜ ବାଡିବଗିଚାରେ ଲଗାଯାଇଥିବା ଚାରାଗଛ ଗୁଡିକର ଯତ୍ନ ନେବାପାଇଁ ଉପସ୍ଥିତ ଅତିଥିମାନେ ଛାତ୍ର୍ରଛାତ୍ରୀମାନଙ୍କୁ ପୀରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଜୱାଦ ବାତ୍ୟା ଜନିତ ବର୍ଷାରେ ସହର ସମେତ ଗ୍ରାମାଂଚଳ ଜଳାର୍ଣ୍ଣବ

କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଲଘୁଚାପ ଯୋଗୁ ଜୱାଦ ବାତ୍ୟା ଜନିତ ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରର ଆଖପାଖ ଗ୍ରାମାଂଚଳର …

Leave a Reply

Your email address will not be published. Required fields are marked *