Tuesday , December 7 2021
Breaking News
Home / ତାଜା ଖବର / କମିଶନରେଟ ପୋଲିସ ର ଅପରେସନ୍ କ୍ଲିନ୍ : ରାଜଧାନୀରେ ପୁଣି ଏନକାଉଂଟର – ଗ୍ୟାଙ୍ଗ ଲିଡ଼ର ରବି ରାଓ ଆହତ

କମିଶନରେଟ ପୋଲିସ ର ଅପରେସନ୍ କ୍ଲିନ୍ : ରାଜଧାନୀରେ ପୁଣି ଏନକାଉଂଟର – ଗ୍ୟାଙ୍ଗ ଲିଡ଼ର ରବି ରାଓ ଆହତ

ଭୁବନେଶ୍ୱର,୦୪/୦୮/୨୦୧୯ ( ଓଡ଼ିଶା ସମାଚାର)- ରାଜଧାନୀରେ କମିଶନରେଟ ପୋଲିସ ର ପୁଣି ଏକ ଏନକାଉଂଟର । ୪୮ ଘଂଟା ମଧ୍ୟରେ ରାଜଧାନୀରେ ୫ ଟି ଏନକାଉଂଟର କରି ରେକର୍ଡ଼ ଭାଙ୍ଗିଛି କମିଶନରେଟ ପୋଲିସ୍ । ଲୁଟେରା ଓ ଗୁଣ୍ଡା ବଦମାସ ହୁଅ ହୁସିଆର । ରବିବାର ସନ୍ଧ୍ୟାରେ କମିଶନରେଟ ପୋଲିସ ଖଣ୍ଡଗିରି ଭରତପୁର ଅଂଚଳରେ ଅପରାଧୀ ରବି ରାଓ କୁ ଏନକାଉଂଟର କରିଛି । ରବି ରାଓ ର ଗୋଡ଼ରେ ଗୁଳି ବାଜିଛି । ଆହତ ଅବସ୍ଥାରେ ତାକୁ କ୍ୟାପିଟାଲ ହସପିଟାଲ ରେ ଭର୍ତି କରାଯାଇଛି । ୪୮ ଘଂଟାରେ ଯେଉଁ ୫ ଜଣଙ୍କୁ କମିଶନରେଟ ପୋଲିସ୍ ଏନକାଉଂଟର କରିଛି , ସମସ୍ତେ ସେହି ଗୋଟିଏ ଗ୍ୟାଙ୍ଗ ର । ଆହତ ରବି ରାଇ ଥିଲା ଏହି ଗ୍ୟାଙ୍ଗ ର ଲିଡ଼ର ବୋଲି ପୋଲିସ କହିଛି । ରବି ରାଓ କୁ ଖଣ୍ଡଗିରି ଭରତପୁର ଅଂଚଳରେ ପୋଲିସ୍ ପିଛା କରିବା ପରେ ଏକ ମନ୍ଦିର ନିକଟରେ ଏକ ଇନୋଭା ଗାଡ଼ିରେ ଥିବା ଜାଣି ସେଠାରେ ପହଂଚିବାରୁ ପୋଲିସ ଉପରକୁ ସେ ୩ ରୁ ୪ ରାଉଣ୍ଡ ଗୁଳି ଚଳାଇଥିଲା । ପୋଲିସ୍ ଏହାର ଜବାବରେ ଗୁଳି ଚଳାଇବାରୁ ରବି ରାଓ ର ଗୋଡ଼ରେ ବାଜିବାରୁ ସେ ଆହତ ହୋଇଥିଲା । ରବି ରାଓ ନାମରେ ୫୦ ରୁ ଅଧିକ ଅପରାଧିକ ମାମଲା ରହିଛି । ଆହତ ରବି ରାଓ କୁ କ୍ୟାପିଟାଲ ହସପିଟାଲ ରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତା ଇନୋଭା କାର ରୁ ବୋମା , ବନ୍ଧୁକ ଆଦି ଜବତ ହୋଇଛି । ପୂର୍ବରୁ ଆଉ ଥରେ ମଧ୍ୟ ରବି ରାଓ କୁ ଏନକାଉଂଟର କରାଯାଇଥିଲା । ରବି ରାଓ ହତ୍ୟା, ଲୁଟ ତରାଜ, ଚୋରୀ, ଡ଼କାୟତି, ଛିନତାଇ ଭଳି ସଙ୍ଗୀନ ମାମଲା ରେ ସମ୍ପୃକ୍ତ ଥିଲା ଓ ସେ କମିଶନରେଟ ପୋଲିସ ର ମୋଷ୍ଟ ୱାନଟେଡ଼ ଥିଲା । ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *