Wednesday , December 7 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ସାର ସଂରକ୍ଷଣରେ ଅବହେଳାକୁ ନେଇ ପିଆଇସିଟି ବିରୁଦ୍ଧରେ ଆନ୍ତର୍ଜାତିକ ମାନବାଧିକାର ପରିଷଦ ଅଭିଯୋଗ

ସାର ସଂରକ୍ଷଣରେ ଅବହେଳାକୁ ନେଇ ପିଆଇସିଟି ବିରୁଦ୍ଧରେ ଆନ୍ତର୍ଜାତିକ ମାନବାଧିକାର ପରିଷଦ ଅଭିଯୋଗ

ପାରାଦ୍ୱୀପ ୦୩/୦୮/୨୦୧୯ ( ଓଡ଼ିଶା ସମାଚାର / ଦୀପକ କୁମାର ଦାସ)-ପାରାଦ୍ୱୀପ ବନ୍ଦର ୫ନମ୍ବର ଗେଟ୍ ମଧ୍ୟରେ ଥିବା ପାରାଦ୍ୱୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ (ପିଆଇସିଟି) ଓଡିଆ ଚାଷୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବାର ଏକ ସଙ୍ଗିନ୍ ଅଭିଯୋଗ ଆନ୍ତର୍ଜାତିକ ମାନବାଧିକାର ପରିଷଦ ଜଗତସିଂହପୁର ଜିଲ୍ଲା ଶାଖା ସଭାପତି ସତ୍ୟପ୍ରକାଶ ମହାନ୍ତି ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସତ୍ୟପ୍ରକାଶଙ୍କ ଅଭିଯୋଗ ଅନୁସାରେ ଏହି କମ୍ପାନୀ ଗତ କିଛି ମାସ ହେବ ଚାଷିଙ୍କ ପାଇଁ ଉଦ୍ଧିଷ୍ଟ ବହୁ ସାରକୁ ପିଆଇସିଟି ଖୋଲା ଆକାଶ ତଳେ ଅଳ୍ପ କେତୋଟି ଚିରା ଫଟା ପାଲ ଘୋଡାଇ ରଖିଛି । ବର୍ତମାନର ବର୍ଷାଦିନ ହୋଇଥିବାରୁ ଏହି ସାର ସବୁ ପାଣିରେ ଭିଜି ନଷ୍ଟ ହେବା ସହ ତାର ଗୁଣବତ୍ତା ହରାଉଛି ଓ ଅନେକ ସାର ମୁଣ୍ଡା ମଧ୍ୟ ହୋଇଗଲାଣି । ସାରଗୁଡିକ କମ୍ପାନୀ ଭିତରେ ରିପ୍ୟାକିଙ୍ଗ କରି ଅନ୍ୟତ୍ର ପଠାଉଛି । ଏହି ସାର ଯେଉଁ ଚାଷୀ ବ୍ୟବହାର କରିବ, ତାର ସେତେମାତ୍ରାରେ କାର୍ଯ୍ୟକ୍ଷମ ହୋଇନପାରେ । ସାରଗୁଡିକ ଓୟାର ହାଉସ ରେ ନରଖି ଏଭଳି ଖୋଲା ଆକାଶ ତଳେ ରଖିବାର ଉଦ୍ଦେଶ୍ୟ ବୁଝା ପଡୁନଥିବା ସ୍ଥଳେ ଏହି ଆଗାମୀ ଦିନରେ ଚାଷୀ ପାଇଁ ଯେ ଚିନ୍ତା ନ ବଢାଇବ ତାହା କିଏ କହିବ । ରାଜ୍ୟ ଓ ଦେଶରେ ଚାଷୀ ଆତ୍ମହତ୍ୟା ଭଳି ସଙ୍ଗିନ ଅଭିଯୋଗ ପ୍ରତିବର୍ଷ ହେଉଥିବା ବେଳେ ପିଆଇସିଟି କେତେପରିମାଣର ସାର କେଉଁଠୁ ବିନା ପ୍ୟାକିଙ୍ଗ୍ରେ କାହିଁକି ହେଉଛି ଓ କେଉଁଆଡେ ଯାଉଛି ଏହାର ତଦନ୍ତ କରି ଗୁଣବତ୍ତା ହରାଉଥିବା ସମସ୍ତ ସାରକୁ ତୁରନ୍ତ ଚାଷିକୂଳ ଠାରୁ ଦୂରରେ ରଖିବାକୁ ଓ ପିଆଇସିଟି କମ୍ପାନୀ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସତ୍ୟପ୍ରକାଶ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଆବେଦନ କରିଛନ୍ତି । ଏଥିସହିତ ବର୍ଷାରେ ଭିଜିଥିବା ସାରରୁ ପାଣି ବାହାରି ସମୁଦ୍ରରେ ମିଶୁଥିବାରୁ ମତ୍ସ୍ୟସମ୍ପଦ ନଷ୍ଟ ହେବା ଆଶଙ୍କା ମଧ୍ୟ ସୃଷ୍ଟି ହେଇଥିବା ସତ୍ୟପ୍ରକାଶ ମଧ୍ୟ ଅଭିଯୋଗ କରିଛନ୍ତି । ଏତେବଡ ପ୍ରକଳ୍ପ ଯାହା ବିନା ସୁରକ୍ଷାରେ କାର୍ଯ୍ୟକାରୀ ହେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.