Thursday , September 28 2023
Home / ବିଶେଷ / ସଂକ୍ଷେପରେ ତାଜା ଖବର : ପୋଲିସ ର ଏନକାଉଂଟରରେ ତୃପ୍ତି ହୋଟେଲ ମାଲିକଙ୍କୁ ଆକ୍ରମଣ ଓ ଲୁଟ ରେ ସମ୍ପୃକ୍ତ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ସଂକ୍ଷେପରେ ତାଜା ଖବର : ପୋଲିସ ର ଏନକାଉଂଟରରେ ତୃପ୍ତି ହୋଟେଲ ମାଲିକଙ୍କୁ ଆକ୍ରମଣ ଓ ଲୁଟ ରେ ସମ୍ପୃକ୍ତ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭୁବନେଶ୍ୱର,୦୩/୦୮/୨୦୧୯ ( ଓଡ଼ିଶା ସମାଚାର)- ଗତ କିଛି ଦିନ ତଳେ ପୁରୀ ବାଇପାସ ରୋଡ଼ ରେ ଥିବା ଏକ ପୁରୁଣା ମୋଟର ସୋ ରୁମ ରୁ କିଛି ଦୁର୍ବୃତ ବନ୍ଧୁକ ମୁନରେ ଲୁଟ କରିବା ପରେ ସେହି ନିକଟରୁ ଅନ୍ୟ ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ପଦାର୍ଥ ଲୁଟ କରିଥିଲେ । ପୁଣି ତାହା ପର ଦିନ ରସୁଲଗଡ଼ ଛକରେ ଥିବା ତୃପ୍ତି ହୋଟେଲ ମାଲିକ ବୁଲୁ ସମାନ୍ତରାୟ ଙ୍କୁ ମଧ୍ୟ ଦୁର୍ବୃତମାନେ ମରଣାନ୍ତକ ଆକ୍ରମଣ କରି ତାଙ୍କ ନିକଟରୁ ମଧ୍ୟ ଲୁଟ କରିଥିଲେ । ଏହାପରେ ଲୋକମାନେ ରସୁଲଗଡ଼ ଠାରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଏହା ପରେ କମିଶନରେଟ ପୋଲିସ୍ ଆକସନ୍ ମୁଡ଼ କୁ ଆସିଛି । ସାରା ରାତି ବିଭିନ୍ନ ସ୍ଥାନରେ ଚଢ଼ାଉ, ଯାଂଚ, ଫିଙ୍ଗର ପ୍ରିଂଟ ଆଦି ଚଳାଇଛି । ଏହି ପରି ଗତକାଲି ବିଳମ୍ବିତ ରାତି (ପ୍ରାୟ ଭୋର ୪ ଟା ବେଳେ) ରାଜଧାନୀ ର ଟଙ୍କପାଣିରୋଡ଼ ନିକଟରେ କୌଣସି ସ୍ଥାନରେ କିଛି ଲୁଟପାଟ କରିବାକୁ ଯାଉଥିବା ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଙ୍କୁ ଶହିଦନଗର ଥାନା ପୋଲିସ୍ ପିଛା କରିଥିଲା । ତେବେ ପୋଲିସ୍ ତାଙ୍କୁ ପିଛା କରୁଥିବା ସେମାନେ ଜାଣିପାରି ପୋଲିସ୍ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ । ହେଲେ ପୋଲିସ ର ପାଲଟା ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହେବାରୁ ଆଉ ଯାଇପାରିନଥିଲେ । ପୋଲିସ୍ ସେମାନଙ୍କୁ ଗିରଫ କରି ତାଙ୍କ ଠାରୁ ଏକ ପିସ୍ତଲ ଓ ଗୁଳି ଜବତ କରିଥିଲେ ଓ ସେମାନେ ବ୍ୟବହାର କରିଥିବା କାର ନଂ – ଓଡ଼ି ୦୭ଏ ୯୩୪୨ କୁ ଜବତ କରିଥିଲେ । ଗିରଫ ହୋଇଥିବା ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ହେଉଛନ୍ତି ଅରୁଣ କୁମାର ମଲିକ (ପୋଡ଼ା) ଓ ବିବେକାନନ୍ଦ ନାୟକ । ଉଭୟଙ୍କ ଗୋଡ଼ରେ ପୋଲିସ୍ ଗଜଳି ବାଜିଛି । ତାଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲ ରେ ଭର୍ତି କରାଯାଇଥିଲା ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ନାମରେ ୧୦ ରୁ ଉଦ୍ଧ୍ୱର୍ ଅପରାଧୀକ ମାମଲା ରହିଛି । ଜବତ କରାଯାଇଥିବା କାର ଟି ଛତ୍ରପୁର ର ଟୁଟୁ ବେହେରାଙ୍କ ନାମରେ ରହିଛି । ତେବେ ଏହି ଗାଡ଼ିଟି ଚୋରା ଗାଡ଼ି ହୋଇଥିବା ପୋଲିସ୍ ଅନୁମାନ କରୁଛି । ଏମାନେ ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରାୟଙ୍କ ଆକ୍ରମଣ ଓ ଲୁଟ ରେ ସମ୍ପୃକ୍ତ ଥିବା ବୋଲିସ୍ ସୂଚନା ଦେଇଛି । ବୁଲୁ ସାମନ୍ତରାୟଙ୍କୁ ଆକ୍ରଣ କରିବାବେଳେ ସେଠାରେ ଗୋଟିଏ ମୋବାଇଲ ସେମାନେ ଚାଡ଼ିଯାଇଥିଲେ । ସେହି ମୋବାଇଲ ସାହାଯ୍ୟରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ଓ ଏମାନେ ସେହି ଅପରାଧରେ ଜଡ଼ିତ ଥିବା ଜାଣି ତାହାକୁ ଆଧାର କରି ତଦନ୍ତ ଚଳାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *