Monday , June 27 2022
Breaking News
Home / କ୍ରୀଡ଼ା / ରୌପ୍ୟ ଜିତିଲେ ଓଡ଼ିଆ ଝିଅ ପାର୍ବତୀ

ରୌପ୍ୟ ଜିତିଲେ ଓଡ଼ିଆ ଝିଅ ପାର୍ବତୀ

ଭୁବନେଶ୍ୱର,୦୩/୦୮/୨୦୧୯ ( ଓଡ଼ିଶା ସମାଚାର)-ଓଡ଼ିଆ ଆଥଲେଟ ପାର୍ବତୀ ସେଠୀ ଇଟାଲୀରେ ଅନୁଷ୍ଠିତ ୟୁରୋପୀୟ ମାଷ୍ଟର ଗେମ୍ସ୨୦୧୯ରେ ରୌପ୍ୟ ପଦକ ପାଇଛନ୍ତି । ଡିସକସ ଥ୍ରୋ ରେ ସେ ଏହି ସଫଳତା ପାଇଛନ୍ତି । ତିନିଦିନ ତଳେ ସେ ଏହି ପ୍ରତିଯୋଗିତାରେ ସଟପଫଟ ରେ ମଧ୍ୟ କାଂସ୍ୟପଦକ ପାଇଥିଲେ । ପାର୍ବତୀଙ୍କ ଏହି ସଫଳତାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି । ନିଜର ଅଭିନନ୍ଦନ ବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଇଟାଲୀରେ ଅନୁଷ୍ଠିତ ୟୁରୋପୀୟ ମାଷ୍ଟର ଗେମ୍ସ ୨୦୧୯ରେ ରୋପ୍ୟ ପଦକ ପାଇଥିବାରୁ ପାର୍ବତୀ ସେଠୀଙ୍କୁ ଅଭିନନ୍ଦନ । ତାଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଇଟାଲୀରେ ଅନୁଷ୍ଠିତ ୟୁରୋପୀୟ ମାଷ୍ଟର ଗେମ୍ସରେ ଚମକ୍ରାର ପ୍ରଦର୍ଶନ ପାଇଁ ପାର୍ବତୀଙ୍କୁ ଅଭିନନ୍ଦନ । ଓଡ଼ିଶା ସମାଚାର

About admin

Check Also

ବାଲିଗୁଡା ର ବିଭିନ୍ନ ଅନୁଷ୍ଠାନ ତରଫରୁ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ବାଲିଗୁଡା, ୨୧/୦୬/୨୦୨୨ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) ଯୋଗ ହିଁ ନୀରୋଗ ରହିବାର ଏକ ମାତ୍ର ଆଧାର ଏଣୁ ଆସନ୍ତୁ …

Leave a Reply

Your email address will not be published. Required fields are marked *