ଜଗତସିଂହପୁର, ୦୩/୦୮/୨୦୧୯ (ଓଡ଼ିଶା ସମାଚାର)-ଚିତାଲାଗି ଅମାବାସ୍ୟାର ସ୍ୱତନ୍ତ୍ର ପୂଜା କରିବାକୁ ନେଇ ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠରେ ଦେଖାଦେଇଥିଲା ବିବାଦ । କିଛି ଦିନ ପୂର୍ବେ ବଡ଼ପଣ୍ଡା ରୂପେ ସ୍ୱୀକୃତି ପାଇଥିବା୨ ଜଣ ପଣ୍ଡା ଏହି ପୂଜା କରିବାକୁ ଅଡ଼ି ବସିଥିଲେ । ଫଳରେ ସଂନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପୂଜା ନୀତି ରାତି ୨ଟାରେ ଆରମ୍ଭ ହୋଇଥିଲା । ମା ଶାରଳାଙ୍କବଡ଼ପଣ୍ଡା ଭାବେ ପ୍ରଜ୍ଞାଦୀପ ପଣ୍ଡା ଦାୟିତ୍ୱ ତୁଲାଇ ଆସୁଛନ୍ତି । ହେଲେ ବଡ଼ପଣ୍ଡାଙ୍କପରିବାରର ଅନ୍ୟ ଜଣେ ସଦସ୍ୟ ରଞ୍ଜନ ପଣ୍ଡା ଏହାକୁ ବିରୋଧ କରି ଦେବୋତର କମିଶନରେ ଆବେଦନ କରିଥିଲେ । ଏହାକୁ ବିଚାର କରି କମିଶନର ଗତ ମଇଁମାସ ୨୯ ତାରିଖରେ ଦେଇଥିବା ନିର୍ଦ୍ଦେଶନାମାରେ ଉଭୟ ପ୍ରଜ୍ଞାଦୀପ ଓ ରଞ୍ଜନଙ୍କୁବଡ଼ପଣ୍ଡା ଭାବେ ସ୍ୱୀକୃତି ଦେଇଥିଲେ । ଏହି ଆଦେଶକୁ ଭିତି କରି ରଞ୍ଜନ ଚିତାଲାଗି ଅମାବାସ୍ୟାର ସ୍ୱତନ୍ତ୍ର ପୂଜା କରିବାକୁ ଅଡ଼ି ବସିଥିଲେ । ଫଳରେ ଆରମ୍ଭ ହୋଇଥିଲା ବିବାଦ । ଏନେଇ ଖବର ପାଇ ମନ୍ଦିର ଟ୍ରଷ୍ଟି ତଥା ଜିଲ୍ଲାପାଳଙ୍କନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି ଓ ତିର୍ତୋଲ ଏସଡ଼ିପିଓ ଦୀପକ ଜେନା ମନ୍ଦିରରେ ପହଂଚି ଉଭୟଙ୍କ ସହିତ ଆଲୋଚନା କରିଥିଲେ । ଘଟଣାର ଆପୋଷ ସମାଧାନ ପରେ ରାତି ପ୍ରାୟ ୨ଟା ସମୟରେ ମା’ଙ୍କ ପୂଜାନୀତି ଆରମ୍ଭ ହୋଇଥିଲା । ଅନ୍ୟପକ୍ଷରେ ଉଭୟ ପକ୍ଷ ଦେବୋତର କମିଶନଙ୍କ ନିର୍ଦ୍ଦେଶନାମା ସହିତ ମା’ ଶାରଳାଙ୍କ ଟ୍ରଷ୍ଟି ତଥା ଜିଲ୍ଲାପାଳଙ୍କୁ ଭେଟିବେ । ସେଠାରେଏହି ବିବାଦର ସମାଧାନ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଓଡ଼ିଶା ସମାଚାର