Friday , October 22 2021
Home / ବିଶେଷ / ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଏସଆଇଟି ଗଠନପାଇଁ ଏକ ସମ୍ଭାବିତ ୬ ଜଣିଆ ଲିଷ୍ଟ ଦାଖଲ କରିବାକୁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ

ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଏସଆଇଟି ଗଠନପାଇଁ ଏକ ସମ୍ଭାବିତ ୬ ଜଣିଆ ଲିଷ୍ଟ ଦାଖଲ କରିବାକୁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ

କଟକ, ୦୩/୦୮/୨୦୧୯ ( ଓଡ଼ିଶା ସମାଚାର)- ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି କେ ଏସ ଝାଭେରୀ ଓ ବିଚାରପତି କେ ଆର ମହାପାତ୍ରଙ୍କୁ ନେଇଗଠିତ ଖଣ୍ଡପୀଠ ତଦନ୍ତ ପ୍ରକ୍ରିୟା ଚାରି ସପ୍ତାହ ମଧ୍ୟରେ ଶେଷକରି ରିପୋର୍ଟ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶଦେବା ସହିତ ଘଟଣାର ସ୍ପେଶାଲ ଇନ୍ଭେଷ୍ଟିଗେସନ୍ ଟିମ୍ ଦ୍ୱାରା ତଦନ୍ତ ଲାଗି ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ଏହି ଏସଆଇଟିରେ କେନ୍ଦ୍ର ଓ ରାଜ୍ୟସ୍ତରୀୟ ଏଜେନ୍ସି ଅଧିକାରୀଙ୍କୁ ତଦନ୍ତରେ ରଖିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୭ ଅକ୍ଟୋବର୧୦ରେ ପୀଡିତା ଘରକୁ ଫେରୁଥିବା ବେଳେ ଏକ ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ତାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇଥିଲେ । ସେଠାରେ ଜଣକ ପରେଜଣେ ବଳାତ୍କାର କରି ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ସେହିସ୍ଥାନରେ ଛାଡି ଚାଲିଯାଇଥିଲେ । ସ୍ଥାନୀୟ ଜନସାଧାରଣ ପୀଡିତାଙ୍କୁ ଦେଖି ପ୍ରଥମେ ତାଙ୍କୁ ପଟାଙ୍ଗି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିବା ପରେ ତାଙ୍କ ପରିବାରଲୋକଙ୍କୁ ଖବର ଦେଇଥିଲେ । ତେବେ ପୀଡିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସୁସ୍ଥ ହେବାପରେ ତାଙ୍କୁ ସୁଧାର ଗୃହକୁ ପଠାଯାଇଥିଲା । କିନ୍ତୁ ପରେପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଉତମ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସା ପରେ ମଧ୍ୟ ତାଙ୍କର ମାନସିକ ସ୍ଥିତ ଭଲ ନଥିଲା । ତେବେ ଘରକୁ ଫେରିବାର କିଛିଦିନ ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ କୁନ୍ଦୁଲି ମେଡିକାଲକୁ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାମଲାର ତଦନ୍ତରେ ଅହେତୁକ ବିଳମ୍ବ ହେଉଥିବାରୁ ବରିଷ୍ଠ ବିଜେପି ନେତା ଐରଖାରବେଳ ସ୍ୱାଇଁ ମାମଲାରେ ପକ୍ଷ ହୋଇ କ୍ରାଇମବ୍ରାଂଚ ଜାଣିଣୁଣି ତଦନ୍ତକୁ ବିଳମ୍ବିତ କରୁଛି ବୋଲି ଅଭିଯୋଗ କରିଥିଲେ । ଶୁଣାଣି ସମୟରେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ତିନିମାସ ସମୟ ମାଗିଥିଲେ ମଧ୍ୟ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେବା ସହିତ ଏସଆଇଟି ଗଠନପାଇଁ ଏକ ସମ୍ଭାବିତ ୬ ଜଣିଆ ଲିଷ୍ଟ ଦାଖଲ କରିବାକୁନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *