Sunday , October 1 2023
Home / ବିଶେଷ / ଦେଶର ସର୍ବଶ୍ରେଷ୍ଠ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ବିଜେଡି ଲିଗାଲସେଲ ର ଅଭିନନ୍ଦନ

ଦେଶର ସର୍ବଶ୍ରେଷ୍ଠ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ବିଜେଡି ଲିଗାଲସେଲ ର ଅଭିନନ୍ଦନ

କେନ୍ଦ୍ରାପଡା, ୦୩/୦୮/୨୦୧୯ (ଓଡ଼ିଶା ସମାଚାର)-ଓଡିଶାର ଆଇନ,ନଗର ଉନ୍ନୟନ,ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ଦେଶର ସର୍ବଶ୍ରେଷ୍ଠ ମନ୍ତ୍ରୀ ଭାବରେ ଦିଲ୍ଲୀ ଠାରେ ଉପରାଷ୍ଠ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବାକୁ ଯାଉଥିବାରୁ ଆମ ରାଜ୍ୟ ଓଡିଶା ମନ୍ତ୍ରୀ ଶ୍ରୀ ଜେନାଙ୍କ ପାଇଁ ଗର୍ବିତ ହୋଇଛି । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ଆଇନଜୀବି ସାମ୍ମୁଖ୍ୟ ପକ୍ଷରୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ତାଙ୍କର ଏହି ଅଭୁତପୂର୍ବ ସଫଳତା ପାଇଁ ଶୁଭେଛା ପ୍ରଦାନ ସହିତ ଅଭିନନ୍ଦନ ଜଣାଇଦିଆଯାଇଛି । ରାଜ୍ୟ ବିଜେଡି ଆଇନଜୀବି ସାମ୍ମୁଖ୍ୟର ସଦସ୍ୟ ସଞ୍ଜୟ କୁମାର ଜେନା, ଜିଲ୍ଲା ଆବାହକ ଭୀମସେନ ଭୂୟାଁ, ଗଗନବିହାରୀ ଜେନା, ରମାକାନ୍ତ ସ୍ୱାଇଁ, ଗୋବର୍ଦ୍ଧନ ରାଉତ, ଗୋକୁଳିରଞ୍ଜନ ଦାସ, ସେକ ଅଜିମୁଦ୍ଦିନ, ମନୋଜ ସାହୁ, ମାନସରଞ୍ଜନ ଧଳ, ନିରଞ୍ଜନ ବଳ,ଧିରେନ୍ଦ୍ର କୁମାର ଦାସ, ଅରୁଣକୁମାର ଦାସ, ଲଳିତେନ୍ଦୁ ପଣ୍ଡା, ଶେଷଦେବ ଦାସ ପ୍ରମୁଖ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଶୁଭେଛା ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *