ତାଳଚେର, ୦୩/୦୮/୨୦୧୯ ( ଓଡ଼ିଶା ସମାଚାର)- ଏମ୍ସିଏଲ ତାଳଚେର କୋଲଫିଲ୍ଡରେ ଧର୍ମଘଟ ଯୋଗୁଁ କୋଇଲା ଯୋଗାଣରେ ବ୍ୟାହତ ହେତୁ ୩୦୦ମେଗାୱାଟ କ୍ଷମତା ବିଶିଷ୍ଟ କଣିହାଁ ଏବଂ ୪୬୦ମେଗାୱାଟ ଉତ୍ପାଦନ କ୍ଷମତା ବିଶିଷ୍ଟ ତାଳଚେରପ୍ଲାଂଟରେ ୧୦ ଦିନ ଧରି କୋଇଲା ସଂକଟ ଦେଖାଦେଇଛି । କୋଇଲାର ଅଭାବ ଯୋଗୁଁ କଣିହାଁ ୫୦୦ ମେଗାୱାଟ ବିଶିଷ୍ଟ ୩ଟି ୟୁନିଟ୍ ଥିବାବେଳେ ତାଳଚେର ଥର୍ମାଲର ୬ଟି ୟୁନିଟ୍ ମଧ୍ୟରୁ ଗୋଟିଏ ୟୁନିଟ୍ରୁ ଉତ୍ପାଦନ ଚାଲୁରହିଛି । କୋଇଲାର ଉକ୍ରଟ ଅଭାବ ଫଳରେ ଏନଟିପିସି ତାଳଚେର କଚ୍ଚିହାଁର ୩୦୦ ମୋଗାୱାଟ୍ ମଧ୍ୟରେ ରହିଅଛି । ୩ଟି ୟୁନିଟ୍ରୁ ଆଂଶିକ ଭାବେ ଉତ୍ପାଦନ ଏହି ଅବସ୍ଥା ଅପରିବର୍ତିତ ରହିଲେ ଓଡିଶା ସହିତ ବିହାର,ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ଦେଶର ଦକ୍ଷିଣାଂଚଳ ରାଜ୍ୟ ଗୁଡିକରେ ମଧ୍ୟ ବିଦ୍ୟୁତ ଯୋଗାଣରେ ଉକ୍ରଟ ଅଭାବ ପରିଲକ୍ଷିତ ହେବ । କୋଇଲାର ଉତ୍ପାଦନ ବନ୍ଦ ଯୋଗୁ ପାୱାର ପ୍ଲାଂଟ ଗୁଡିକୁ ଜୁଲାଇ ୨୫, ୨୦୧୯ ଠାରୁ କୋଇଲା ଯୋଗାଣ ବନ୍ଦ ରହିଛି । ତାଳଚେର କଣିହାଁ ପ୍ଲାଂଟର ୬ଟି ଯାକ ୟୁନିଟକୁ ପୂର୍ଣ୍ଣ କ୍ଷମତାରେ ଉତ୍ପାଦନ କରିବାକୁ ହେଲେ ଦୈନିକ୫୮,୦୦୦ ମେଟ୍ରିକ ଟନ୍ କୋଇଲାର ଆବଶ୍ୟକତା ରହିଅଛି ଏବଂ ତାଳଚେର ଥର୍ମାଲର ପୂର୍ଣ୍ଣ କ୍ଷମତାରେ ଉତ୍ପାଦନ କରିବାକୁ ହେଲେ ଦୈନିକ ୯୦୦୦ ମେଟ୍ରିକ୍ ଟନ୍ କୋଇଲାର ଆବଶ୍ୟକତା ରହିଅଛି । ଏନଟିପିସି ତରଫରୁ ବିଭିନ୍ନ ବାହ୍ୟ ଉତ୍ସରୁ କୋଇଲା ସଂଗ୍ରହ କରାଯାଇ ବିଦ୍ୟୁତ ଉତ୍ପାଦନ ଚାଲୁରଖିବାକୁ ଉଦ୍ୟମ ଅବ୍ୟାହତ ରହିଛି । ଓଡ଼ିଶା ସମାଚାର
Home / ବ୍ୟବସାୟ ବାଣିଜ୍ୟ / କୋଇଲା ଅଭାବ ଯୋଗୁ ଏନଟିପିସି କଣିହାଁ ଏବଂ ତାଳଚେର ଥର୍ମାଲ ପାୱାରଷ୍ଟେସନ ବ୍ୟାପକ ପ୍ରଭାବିତ