ଭୁବନେଶ୍ୱର,୦୩/୦୮/୨୦୧୯ ( ଓଡ଼ିଶା ସମାଚାର)- କେନ୍ଦ୍ରୀୟରେଶମ ବୋର୍ଡର ୧୩୬ତମ ପରିଚାଳନା ପରିଷଦ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତହୋଇଯାଇଛି । କେନ୍ଦ୍ରୀୟ ରେଶମ ବୋର୍ଡ ଚେୟାରମ୍ୟାନ କେ ଏମ ହନୁମନ୍ଥରାୟାପ୍ପାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ୨୦ଟି ରାଜ୍ୟର ସେରିକଲ୍ଚର୍ ବିଭାଗର ସଚିବ, ନିର୍ଦ୍ଦେଶକ ଏବଂ ପରିଚାଳନା ପରିଷଦର ଅନ୍ୟାନ୍ୟ ସଭ୍ୟ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ପରିଚାଳନା ପରିଷଦରସଭ୍ୟ ହିସାବରେ ଓଡ଼ିଶାର ହସ୍ତତନ୍ତ, ବୟନଓ ହସ୍ତଶିଳ୍ପ ବିଭାଗ ଶାସନ ସଚିବ ଶୁଭା ଶର୍ମା ଉପସ୍ଥିତ ରହି ସମସ୍ତ ବୋର୍ଡ ସଦସ୍ୟଙ୍କୁ ଟସର ଉତରୀୟ ଏବଂ ଓଡ଼ିଶାର ହସ୍ତକଳା ଉପହାର ପ୍ରଦାନ କରି ଅଭ୍ୟର୍ଥନା ଜଣାଇଥିଲେ । ଉକ୍ତ ଅବସରରେ ଓଡ଼ିଶା ଟସର ଚାଷର ଉନ୍ନତିକରଣ ନିମନ୍ତେ ବ୍ୟାପକ ଭାବେ ଆଲୋଚନା କରାଯାଇ ଭବିଷ୍ୟତର ରୋଡମ୍ୟାପ ନିର୍ଦ୍ଧାରଣ କରାଯାଇଛି । କେନ୍ଦ୍ରୀୟ ବୋର୍ଡ ଅଧ୍ୟକ୍ଷ କେ ଏମହନୁମନ୍ଥରାୟାପ୍ପା ଏବଂ କେନ୍ଦ୍ରୀୟ ବୋର୍ଡର ସଦସ୍ୟ ସଚିବ ରଜତ ରଞ୍ଜନ ଓଖାଁଡିଆ ଓଡ଼ିଶାରେ ଭାରତ ସରକାରଙ୍କ ମହାକାଶ ବିଭାଗ ଦ୍ୱାରା କରାଯାଇଥିବା ରିମୋଟ ସେନ୍ସିଂ ଏବଂ ଜିଆଇଏସ୍ ସର୍ଭେ ଅନୁସାରେ ଓଡ଼ିଶାର ବ୍ୟାପକ ଅଂଚଳ ଟସର ଚାଷ ପାଇଁ ଅତ୍ୟନ୍ତ ଅନୁକୂଳ ଥିବା ପ୍ରକାଶ କରିଥିଲେ ।ଏଦିଗରେ ଓଡ଼ିଶା ସରକାରଙ୍କ ଦ୍ୱାରା ବିଗତ ୩/୪ ବର୍ଷ ମଧ୍ୟରେ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିବା ସହିତ ଭବିଷ୍ୟତରେ ଟସର ଚାଷ ମାଧ୍ୟମରେ ଓଡ଼ିଶାର ଆଦିବାସୀ ମାନଙ୍କ ଆର୍ôଥକ ଏବଂ ସାମଗ୍ରିକ ବିକାଶ ପାଇଁ ବ୍ୟାପକ ଅଂଚଳରେ ଟସର ଜଙ୍ଗଲ ସୃଷ୍ଟି କରି ଟସର ଚାଷକୁ ସମ୍ପ୍ରସାରଣ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବା ପାଇଁ ଆଲୋଚନା ହୋଇଥିଲା । ଉକ୍ତ ପରିଚାଳନା ପରିଷଦ ବୈଠକରେ ବୟନଶିଳ୍ପ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାଶ, ଯୁଗ୍ମ ନିର୍ଦ୍ଦେର୍ଶକ ରେଶମ ଓଡ଼ିଶା, ସୂର୍ଯ୍ୟ ପଟ୍ଟନାୟକ ଏବଂ ସତ୍ୟରଞ୍ଜନ ସାହୁ, ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ଟସର ମହାସଂଘ ପ୍ରମୁଖ ଉପସ୍ଥିତ ଥିଲେ । ରେଶମ ବୋର୍ଡର ସଦସ୍ୟମାନେ ଅଗଷ୍ଟ୧ତାରିଖ ଦିନ କଳାଭୂମି ପରିଦର୍ଶନ କରିଥିଲେ । ଓଡ଼ିଶା ସରକାରଙ୍କ ତରଫରୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଭାରତର ବିଭିନ୍ନ ପ୍ରାନ୍ତରରୁ ଆସିଥିବା କେନ୍ଦ୍ରୀୟ ବୋର୍ଡର ସଦସ୍ୟ ମାନଙ୍କୁ ସ୍ୱାଗତଜଣାଇ ନୈଶ୍ୟ ଭୋଜିରେ ଆପ୍ୟାୟିତ କରିଥିଲେ । କେନ୍ଦ୍ରୀୟ ବୋର୍ଡ ସଦସ୍ୟମାନଙ୍କ ଗସ୍ତ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକରେ ପ୍ରତିଷ୍ଠା ହେବାକୁ ଯାଉଥିବା ଟସର ସିଲକପାର୍କ ଭଗାମୁଣ୍ଡାକୁ ପରିଭ୍ରମଣପାଇଁ ବ୍ୟବସ୍ଥା କରାଯାଇଛି । ଓଡ଼ିଶା ସମାଚାର