ଜୟପାଟଣା୦୩/୦୮/୨୦୧୯ ( ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ତରାପୁର ଗ୍ରାମରେ ବିଲରେ କାଦୁଅ କରୁଥିବା ସମୟରେ ଅଘଟଣ ଘଟିଛି । ବିଲରେ କାଦୁଅ କରୁଥିବା ସମୟରେ ଟ୍ରାକ୍ଟର ଆଗଚକ ଉଠି ପଛକୁ ଓଲଟି ପଡିଥିଲା । କାଦୁଅ ଚକତଲେ ଚାପିହୋଇ ଘଟଣା ସ୍ଥଳରେ ଡ୍ରାଇଭର ର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଝାରକୁଣ୍ଡାମାଲ ଗ୍ରାମର ଦୁଶାସନ ବାଗ ବୋଲି ଜଣାପଡିଛି । ଓଡ଼ିଶା ସମାଚାର