Friday , September 30 2022
Breaking News
Home / ତାଜା ଖବର / କଳାହାଣ୍ଡି କୋକସରା ବ୍ଳକ ବେହେରା ଗ୍ରାମରେ ମନ୍ଦିରରୁ ଚୋରୀ

କଳାହାଣ୍ଡି କୋକସରା ବ୍ଳକ ବେହେରା ଗ୍ରାମରେ ମନ୍ଦିରରୁ ଚୋରୀ

ଜୟପାଟଣା୦୩/୦୮/୨୦୧୯ ( ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ବେହେରା ଗ୍ରାମସ୍ଥିତ ଦନ୍ତେଶ୍ୱରୀ ମନ୍ଦିରରୁ ଲୁଟେରାମାନେ ମା ଙ୍କ ସୁନାରୁପା ଅଳଙ୍କାର ଲୁଟିନେଇ ଫେରାରହୋଇ ଯାଇଛନ୍ତି । ଖବର ପାଇ କୋକସରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବାସହ ସାଇଂଟିଫିକଟିମ ଓ ସନ୍ଧାନୀ କୁକୁର ସାହାଯ୍ୟ ନେଇ ଧରପଗଡ ଆରମ୍ଭ କରିଛନ୍ତି । ଅନ୍ୟ ପକ୍ଷେ ଚୋରୀ ଯାଇଥିବା ମା ଙ୍କ ପ୍ରାୟ ୬ ଭରି ସୁନା ଓ ୧୦ ଭରି ରୁପା ଯାହାରମୂଲ୍ୟ ଅନୁମାନିକ ୩ ଲକ୍ଷଟଙ୍କା ଥିବାଜଣା ପଡିଛି । ଚୋରୀ ହେବାପରେ ଅଂଚଳରେ ଛନକା ପଶିଯାଇଛି । ଚୋରମାନଙ୍କୁ ଶୀଘ୍ର ଧରିବା ପାଇଁ ଜନସାଧାରଣରେ ଦାବିହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.