Sunday , October 24 2021
Breaking News
Home / ବିଶେଷ / ଓଡ଼ିଶା ବିନିଯୋଗ ବିଲ୍ ନଂ. ୨ ପାରିତ

ଓଡ଼ିଶା ବିନିଯୋଗ ବିଲ୍ ନଂ. ୨ ପାରିତ

ଭୁବନେଶ୍ୱର,୦୩/୦୮/୨୦୧୯ ( ଓଡ଼ିଶା ସମାଚାର)-ଗୃହରେଆଗତ ହୋଇଥିôବା ୨୦୧୯-୨୦ଆର୍ଥିକ ବର୍ଷ ପାଇଁ ଓଡ଼ିଶା ଆକସ୍ମିକପାଣ୍ଠିରୁ ଅଗ୍ରିମ ଅର୍ଥ ଭରଣା ପାଇଁ ପ୍ରଥମ ସ୍ୱତନ୍ତ୍ର ଅତିରିକ୍ତ ବ୍ୟୟ ତାଲିକାଜନିତ ୧ ହଜାର ୪୪୩ କୋଟି ୧୨ଲକ୍ଷ ୪୪ ହଜାର ଟଙ୍କାର ଓଡ଼ିଶାବିନିୟୋଗ ବିଲ୍ ନଂ. ୨ ପାରିତହୋଇଛି । ରାଜ୍ୟ ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀଏହି ବିଲ ଆଗତ କରିଥିଲେ । ଏହାଉପରେ ଉଭୟ ଶାସକ ଓ ବିରୋଧି ଦଳର ସଦସ୍ୟମାନେ ଆଲୋଚନା କରିଥିଲେ । ମାତ୍ର ମୁଖ୍ୟ ବିରୋଧି ବିଜେପି ଦଳ କକ୍ଷ ତ୍ୟାଗ କରିଥିବାରୁଏହି ଆଲୋଚନାରେ ଅଂଶ ଗ୍ରହଣ କରିନଥିଲେ । ଆକସ୍ମିକ ପାଣ୍ଠିରୁ ଅସାମ୍ବିଧାନିକ ଭାବରେ ରାଜ୍ୟସରକାର ଅର୍ଥ ନେଇ ରାଜ୍ୟ ଯୋଜନାରେ ଖର୍ଚ୍ଚ କରିଥିବାରୁ ତାର ପ୍ରତିବାଦରେ ଏମାନେ କକ୍ଷତ୍ୟାଗ କରିଥିଲେ । କକ୍ଷ ତ୍ୟାଗ କରିବା ସମୟରେ ବିରୋଧି ଦଳର ମୁଖ୍ୟସଚେତକ ମୋହନ ମାଝୀ କହିଥିଲେ ଯେ, ସରକାରଙ୍କର ଏହି ବେନିୟମ କାର୍ଯ୍ୟକୁ ଅବଗତ କରିବା ପାଇଁ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁଜଣାଇବେ । ଅନ୍ୟ ପକ୍ଷରେ ସରକାରଙ୍କର ଏହି ବେନିୟମ କାର୍ଯ୍ୟଉପରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବି କରିଥିଲେ । ବାଚସ୍ପତି ତା ଉପରେ କୌଣସି ରୁଲିଂ ଦେଇନଥିବାରୁ ବିଜେପି ଦଳର ସଭ୍ୟମାନେ ହଟ୍ଟଗୋଳକରିଥିଲେ । ହଟ୍ଟଗୋଳ ବେଳେ ବିଜେପି ସଦସ୍ୟମାନେ ଗୃହମଧ୍ୟଭାଗରେ ନାରାବାଜି କରିବା ସହ ପୋଡ଼ିୟମକୁ ବାଡ଼େଇବା,ବାଚସ୍ପତିଙ୍କର ମାଇକକୁ ଛଡ଼ାଇବାବେଳେ ସୁରକ୍ଷା କର୍ମୀମାନଙ୍କ ସହିତ ଠେଲା ପେଲା ହେବା, ବାଚସ୍ପତିଙ୍କର ଉଭୟ ପାଶ୍ୱର୍ରେ ଥିବା ସିଡ଼ିରେ ଚଢ଼ି ଆସନକୁ ମାଡ଼ିଯିବା ପାଇଁ ସଭ୍ୟମାନେ ଉଦ୍ୟମ କରିବା ଆଦି ଦୃଶ୍ୟମାନ ପରିଲକ୍ଷିତ ହୋଇଥିଲା । ଆଲୋଚନାର ଉତର ଦେଇ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, ଆକସ୍ମିକ ପାଣ୍ଠିରୁ ଅଗ୍ରିମ ନେଇଥିବା ଟଙ୍କା ସାଧାରଣ ଲୋକଙ୍କ କାର୍ଯ୍ୟରେ ଲଗାଯାଇଛି । ଏଥିରେ କୌଣସି ନୀତିନିୟମକୁ ଉଲ୍ଲଂଘନ କରାଯାଇନାହିଁ ।ଏହି ଗୃହରେ ଜୁଲାଇ ୧୨ ତାରିଖରେ ଚଳିତ ଆର୍ଥିକ ବର୍ଷ ପାଇଁ ଆକସ୍ମିକ ପାଣ୍ଠିରୁ ଅଗ୍ରିମ ଭରଣା ନିମନ୍ତେ ପ୍ରଥମ ସ୍ୱତନ୍ତ୍ର ଅତିରିକ୍ତ ବ୍ୟୟ ତାଲିକା ଉପସ୍ଥାପନ କରାଯାଇଥିଲା । ଏହି ବିଧେୟକକୁ ଗୃହର ମଂଜୁରୀ ମିଳିଲେ ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରିମ ଭରଣା ହେବ ଏବଂ ଅତ୍ୟାବଶ୍ୟକ ସ୍ଥଳରେ ଏହି ପାଣ୍ଠିରୁ ଅଗ୍ରିମ ନିଆଯାଇ ପାରିବ । ଆକସ୍ମିକପାଣ୍ଠିର କର୍ପସ ୪୦୦ କୋଟି ଟଙ୍କାଅଟେ । କାଳିଆ ଯୋଜନା ଅଧିନରେ କୃଷକ ମାନଙ୍କୁ ଜରୁରୀକାଳୀନ ସହାୟତା ରାଶି ପ୍ରଦାନ କରିବା ପାଇଁଏହାର ପରିମାଣକୁ ଗତ ଜାନୁୟାରୀ୧୧ ତାରିଖରେ ଓଡ଼ିଶା ଆକସ୍ମିକ ପାଣ୍ଠି(ସଂଶୋଧନ) ଅଧ୍ୟାଦେଶ ୨୦୧୯ବଳରେ ଅଧିକ ୧୨ ଶହ କୋଟି ଟଙ୍କାବୃଦ୍ଧି କରାଯାଇ ୧୬ ଶହ କୋଟି ଟଙ୍କାକରାଯାଇଥିଲା । ଓଡ଼ିଶା ବଜେଟ୍ ମାନୁଏଲର ନିୟମ ଅନୁଯାୟୀ ବଜେଟର ଅର୍ଥ ବରାଦ ଏବଂ ଅନୁମୋଦନ ପୂର୍ବରୁ “ନୂତନ ଯୋଜନା ତଥା ସେବା” ବାବଦକୁ ଆବଶ୍ୟକ ତଥ୍ୟ ଆକସ୍ମିକ ପାଣ୍ଠିରୁ ଅଗ୍ରିମ ଆକାରରେ ମେଂଟା ଯିବାର ବ୍ୟବସ୍ଥାରହିଛି । ଏହି ନିୟମ ଅନୁଯାୟୀ ଯଦିକୌଣସି ନୂତନ ଯୋଜନା ଅନଫରସିନ(ଅପ୍ରତ୍ୟାଶିତ) ହୋଇଥିବ ଏବଂ ଏହାରପ୍ରଣୟନ ଅତ୍ୟାବଶ୍ୟକ ହୋଇଥିବ ଯାହାକି ବିଧାନସଭାର ଅନୁମୋଦନପର୍ଯ୍ୟନ୍ତ ଅପେକ୍ଷା କରାଯାଇ ପାରିବନାହିଁ । ସେ କ୍ଷେତ୍ରରେ ଆକସ୍ମିକ ପାଣ୍ଠିରୁ ଅଗ୍ରିମ ନେଇ ସେ ଯୋଜନା ପ୍ରଣୟନକରିହେବ । କଂଗ୍ରେସ ବିଧାୟକ ଦଳରନେତା ନରସିଂହ ମିଶ୍ର ଅଗ୍ରିମର ବୈଧତା ଉପରେ ଅପ୍ରତ୍ୟାଶିତ ଶବ୍ଦର ଯେଉଁ ବ୍ୟାଖ୍ୟା କରିଛନ୍ତି ଏବଂ ପାଣ୍ଠିରୁ ନିଆଯାଇଥିବା ଅଗ୍ରିମର ବୈଧତାଉପରେ ଯେଉଁ ପ୍ରଶ୍ନ କରିଛନ୍ତି ସେଥିରେ ସେ ଏକମତ ନୁହଁନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଜନ ସାଧାରଣଙ୍କର ଜରୁରୀ ଆବଶ୍ୟକତା ପାଇଁ ପ୍ରଣୟନକରାଯାଉଥିବା ଯୋଜନା ପାଇଁ ରାଜ୍ୟ ଆକସ୍ମିକ ପାଣ୍ଠିରୁ ଅଗ୍ରିମ ନେବା ନିୟମ ସମତ । ଏହିପରି କ୍ଷେତ୍ରରେ ରାଜ୍ୟସରକାର ଅତୀତରେ ଆକସ୍ମିକ ପାଣ୍ଠିରୁ ଅଗ୍ରିମ ନେଉଥିଲେ ଏବେ ବି ମଧ୍ୟ ନେଉଛନ୍ତି ଏହା କିଛି ନୂଆ ନୁହେଁ ।ତେଣୁ ଆମେ ଯେଉଁସବୁ ଯୋଜନାପାଇଁ ଓଡ଼ିଶା ଆକସ୍ମିକ ପାଣ୍ଠିରୁ ଅଗ୍ରିମନେଇ ଖର୍ଚ୍ଚ କରିଛୁ ତାହା ଜରୁରୀ ଖର୍ଚ୍ଚା ଯାହାକି ପରବର୍ତୀ ବଜେଟ୍ ପ୍ରକ୍ରିୟାପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସମ୍ଭବପର ନଥିଲା । ଅଧ୍ୟାଦେଶ ବଳରେ ପାଣ୍ଠିରକର୍ପସକୁ ୧୬୦୦ କୋଟି ଟଙ୍କାକୁବୃଦ୍ଧି କରିଥିଲୁ । ଏହି ଅଧ୍ୟାଦେଶଟିରଅବଧି ଗତ ମାର୍ଚ୍ଚ ୧୮ ତାରିଖରେଶେଷ ହୋଇଛି । ଏହି କ୍ରମରେ ଓଡ଼ିଶା ଆକସ୍ମିକ ପାଣ୍ଠିର କର୍ପସ କମିଯାଇ୪୦୦ କୋଟି ଟଙ୍କା ହୋଇଛି । ବର୍ତମାନ ଯଦି ଓଡ଼ିଶା ଆକସ୍ମିକ ପାଣ୍ଠିରୁ ମଂଜୁର ହୋଇଥିବା ଅଗ୍ରିମ ପରିମାଣକୁ ଭରଣା କରାନଯାଏ ତେବେ ସମ୍ପୂର୍ଣ୍ଣ କର୍ପସ ଶେଷ ହୋଇଯିବ । ଭବିଷ୍ୟତରେ କୌଣସି ଅତ୍ୟାବଶ୍ୟକ ଖର୍ଚ୍ଚ ପାଇଁପାଣ୍ଠିରୁ ଅଗ୍ରିମ ଅର୍ଥ ମଂଜୁରୀ କରାଯାଇପାରିବ ନାହିଁ ମନ୍ତ୍ରୀ ଗୃହକୁ ଜଣାଇଥିଲେ ।ଏହି ଆଲୋଚନାରେ ପ୍ରତାପ ଦେବ,ପ୍ରଫୁଲ୍ଲ ସାମଲ, ପ୍ରୀତି ରଂଜନ ଘଡ଼େଇ,ତାରା ପ୍ରସାଦ ବାହିନୀପତି, ପ୍ରମୋଦମଲ୍ଲିକ, ସୁରେଶ ରାଉତରାୟ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *