Saturday , October 16 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ଆରଏସପି ସିଇଓଙ୍କ ଦ୍ୱାରା ସମ୍ମାନଜନକବିଶ୍ୱକର୍ମା ରାଷ୍ଟ୍ରୀୟ ପୁରସ୍କାର ବିଜେତା ସମ୍ବର୍ଦ୍ଧିତ

ଆରଏସପି ସିଇଓଙ୍କ ଦ୍ୱାରା ସମ୍ମାନଜନକବିଶ୍ୱକର୍ମା ରାଷ୍ଟ୍ରୀୟ ପୁରସ୍କାର ବିଜେତା ସମ୍ବର୍ଦ୍ଧିତ

ରାଉରକେଲା,୦୩/୦୮/୨୦୧୯ (ଓଡ଼ିଶା ସମାଚାର)-ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ସମ୍ମାନଜନକ ରାଷ୍ଟ୍ରୀୟପୁରସ୍କାର-୨୦୧୭ ପାଇବା ନିମନ୍ତେ ମନୋନୀତ କର୍ମଚାରୀମାନଙ୍କୁ ରାଉରକେଲା ଇସ୍ପାତ କାରଖାନାର ସିଇଓ ଶ୍ରୀ ଦୀପକ ଚଟ୍ଟରାଜ ଜୁଲାଇ ୨ ତାରିଖରେ ସିଇଓଙ୍କ ସମ୍ମେଳନ କକ୍ଷଠାରେ ଅନୁଷ୍ଠିତ ଏକ ଉତ୍ସବରେ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ ଯେ, ନିକଟରେ ଘୋଷିତ ଏହି ପୁରସ୍କାର ନିମନ୍ତେ ଆରଏସପିର ଦୁଇଟି କର୍ମଚାରୀ ଦଳ ଯୋଗ୍ୟ ବିବେଚିତ ହୋଇଛନ୍ତି । ହଟଷ୍ଟିପ୍ ମିଲ ବିଭାଗର ସିନିୟର ଟେକନିସିଆନ ଶ୍ରୀ ଦେବରାଜ ଷଡଙ୍ଗୀ, ଆସିଷ୍ଟାଂଟ ରୋଲର ଶ୍ରୀ ତାପସକୁମାର ଜେନା ବିଭାଗର ସିନିୟର ଟେକନିସିଆନ ଶ୍ରୀବେଣୁଧର ନାୟକ, ଆସିଷ୍ଟାଂଟ ରୋଲର ଶ୍ରୀ ପ୍ରଫୁଲ୍ଲକୁମାର ପାତ୍ର ଏବଂ ସିନିୟର ଟେକନିସିଆନ ଶ୍ରୀ ବିନୋଦବିହାରୀ ମହାପାତ୍ରଙ୍କୁ ନେଇ ଗଠିତ ଏକ ଦଳ କ୍ଲାସ‘ବି’ରେ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟତା ଲାଭକରିଛନ୍ତି । ସେମାନେ “ଫିନିସିଙ୍ଗ ମିଲରେ ସୂଚାରୁରୋଲିଙ୍ଗ ନିମନ୍ତେ ନୂତନ ରୋଲ ନିର୍ଦ୍ଧାରିତ ଚାପଯୁକ୍ତ ନିରବଚ୍ଛିନ୍ନ ପୁଲିଙ୍ଗ ୱାଟର ଯୋଗାଣ ସୁନିଶ୍ଚିତ କରିବା”ପ୍ରକଳ୍ପ ନିମନ୍ତେ ପୁରସ୍କାର ଲାଭ କରିଛନ୍ତି । ସେହିଭଳିଏନାର୍ଜି ମେନେଜମେଂଟ ବିଭାଗର ସିନିୟର ଟେକନିସିଆନ ରୂପେ କାର୍ଯ୍ୟରତ ଶ୍ରୀ ସୁରେଶ ଚନ୍ଦ୍ରନାୟକ, ଶ୍ରୀ ଭାଗୀରଥୀ ସେଠୀ, ଶ୍ରୀ ଅଜୟ କୁମାର ମହାନ୍ତି, ଶ୍ରୀ ଲଲାଟେନ୍ଦୁ କେଶରୀ ନନ୍ଦ ଏବଂ ହଟ ଷ୍ଟ୍ରପ୍ମିଲ୍ ବିଭାଗର ଆସିଷ୍ଟାଂଟ ରୋଲର ଶ୍ରୀ ପ୍ରଫୁଲ୍ଲ କୁମାରପାତ୍ରଙ୍କୁ ନେଇ ଗଠିତ ଅନ୍ୟ ଏକ କର୍ମଚାରୀ ଦଳକ୍ୟାଟେଗୋରୀ ସି’ରେ ଏହି ସମ୍ମାନଜନକ ପୁରସ୍କାରପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନେ ‘ସ୍ୱଳ୍ପସମୟରେ ବ୍ଲାଷ୍ଟ ଫର୍ଣ୍ଣେସ ଗ୍ୟାସ ବ୍ଲିଡର ଷ୍ଟାକ୍ ପାଇଲଟବର୍ଣ୍ଣରର ଲାଇଟିଙ୍ଗ’ ପ୍ରକଳ୍ପ ନିମନ୍ତେ ଏହି ପୁରସ୍କାରଲାଭ କରିଛନ୍ତି । ପୁରସ୍କାର ବିଜେତା ମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଚଟ୍ଟରାଜ କହିଥିଲେ ଯେ, “କାରଖାନା ସେମାନଙ୍କ ଉପଲବ୍ଧିକୁ ନେଇ ଗର୍ବିତ । ସେ କର୍ମଚାରୀମାନଙ୍କୁ ସୃଜନଶୀଳ କାର୍ଯ୍ୟଧାରା ଜାରି ରଖି ଇସ୍ପାତ କାରଖାନା ପାଇଁ ଅଧିକ ଗୌରବ ଆଣିବା ପାଇଁ ଆହ୍ୱାନ ଜଣାଇଥିଲେ । ବଜାରରେ ଅନୁଭୂତ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ଚଟ୍ଟରାଜକହିଥିଲେ ଯେ, ଏଭଳି ପରିସ୍ଥିତିରେ ତିଷ୍ଠି ରହିବା ପାଇଁପ୍ରତ୍ୟେକ କମ୍ପାନୀ ସର୍ବନିମ୍ନ ଦରରେ ସର୍ବୋକ୍ରୃଷ୍ଟ ଉତ୍ପାଦନ ସାମଗ୍ରୀ ଯୋଗାଇଦେବା ପାଇଁ ପ୍ରଚେଷ୍ଟାରତ ରହିଛନ୍ତି” ।ଷ୍ଟିଲ ମେକିଙ୍ଗ ପ୍ରକ୍ରିୟାରେ ବ୍ଲାଷ୍ଟ ଫର୍ଣ୍ଣେସ- ଷ୍ଟିଲ ମେଲ୍ଟିଂସପ ପଦ୍ଧତିକୁ ପରିବର୍ତନ କରିବାର କୌଣସି ବିଶେଷ ସୁଯୋଗ ଉପଲବ୍ଧ ନାହିଁ । ତେଣୁ ଅନୁରୂପ ଢାଂଚା ମଧ୍ୟରେ ସୃଜନଶୀଳ ପ୍ରୟାସ ଦ୍ୱାରା ଉତ୍ପାଦନ ଖର୍ଚ୍ଚକୁ କମ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଅପରିହାର୍ଯ୍ୟ ଅଟେ । ଏହି ଅବସରରେ ନିଜର ବକ୍ତବ୍ୟରେ କାର୍ମିକ ଓ ପ୍ରଶାସ ନବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ରାଜବୀର ସିଂହ କର୍ମଚାରୀ ମାନଙ୍କୁ ଅନୁରୂପ ବହୁ ସୃଜନଶୀଳ କାର୍ଯ୍ୟ ହାତକୁନେବା ସଙ୍ଗେସଙ୍ଗେ ସେଗୁଡିକୁ ରେକର୍ଡଭୁକ୍ତ କରିବା ପାଇଁ ଆହ୍ୱାନ ଜଣାଇଥିଲେ । “ଆମେ ଯଦି ଫଳପ୍ରଦ ରୂପେ ସମ୍ପାଦିତ ସମସ୍ତ ସୃଜନଶୀଳ କାର୍ଯ୍ୟଗୁଡିକୁ ଲିପିବଦ୍ଧ ପୂର୍ବକ ପୁରସ୍କାର ପାଇଁ ଆବେଦନ କରିବା ତେବେ ଆମର ପୁରସ୍କାର ସଂଖ୍ୟା ଯଥେଷ୍ଟ ଅଧିକ ହୋଇପାରି” ବୋଲି ସେ ଉଲ୍ଲେଖ କରିଥିଲେ । ନିଜର ବକ୍ତବ୍ୟରେ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଗୌତମ ବାନାର୍ଜୀ ସପପ୍ଲୋରରେ ଦୀର୍ଘଦିନର ଅଭିଜ୍ଞତା କର୍ମଚାରୀମାନଙ୍କୁ ସିଷ୍ଟମ ଓ ପ୍ରଣାଳୀରେ ଅଧିକ ଉନ୍ନତି ସାଧନ ନିମନ୍ତେ ନୂତନ କୌଶଳ ଓ ଚିନ୍ତାଧାରା ଉପଲବ୍ଧ କରାଉଛି । ଏହି ସମସ୍ତ କୌଶଳ ଗୁଡିକରୁ ଅଧିକାଂଶଗୁଡିକୁ କାର୍ଯ୍ୟାନ୍ୱିତ କରି କାରଖାନାର ପ୍ରଦର୍ଶନରେ ଆପେକ୍ଷିକ ଉନ୍ନତି ହାସଲ କରାଯାଇପାରିବ । ପୁରସ୍କାର ବିଜେତାମାନଙ୍କୁ ସହକର୍ମୀମାନଙ୍କୁ ସୃଜନଶୀଳ ଚିନ୍ତନରେ ସାମିଲ ହେବା ପାଇଁ ଅନୁପ୍ରେରିତ କରିବା ପାଇଁ ଆହ୍ୱାନ ଜଣାଇ ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର କହିଥିଲେ ଯେ, ଏହା କାରଖାନା ମଧ୍ୟରେ ସୃଜନ ଶୀଳତା ସଂସ୍କୃତିକୁ ଅଧିକ ସୁଦୃଢ କରିବ । କାର୍ମିକ ଅଣକାର୍ଯ୍ୟ ବିଭାଗର ଡିଜିଏମ ସୁଶ୍ରୀ ବିଜୟା ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ମିକ କଲ୍ୟାଣ ବିଭାଗର ଏଜିଏମ ଶ୍ରୀ ଏସ ବଡପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉଲ୍ଲେଖନୀୟ ଯେ, ବିଶ୍ୱକର୍ମା ରାଷ୍ଟ୍ରୀୟ ପୁରସ୍କାର ୧୯୬୫ ମସିହାରେ ଆରମ୍ଭ ହୋଇଥିଲା । ଏବଂ ଅଦ୍ୟାବଧି ୨୦୫ ଜଣ ଆରଏସପି କର୍ମଚାରୀ ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କଳିଙ୍ଗ ଏନଭିରୋନମେଂଟ ଏକି୍ସଲେନ୍ସ ଆଓାର୍ଡ ଫାଇଭ୍ ଷ୍ଟାର ସମ୍ମାନ ହାସଲ କଲା ଇଫକୋ

ପାରାଦୀପ,୦୯/୧୦/୨୦୨୧(ଓଡ଼ିଶା ସମାଚାର)-  ପାରାଦୀପର ଇଫକୋ ସାରକାରଖାନା ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୨୦୨୦ବର୍ଷ ପାଇଁ କଳିଙ୍ଗ ଏନଭିରୋନମେ …

Leave a Reply

Your email address will not be published. Required fields are marked *