ଭୁବନେଶ୍ୱର,୦୨/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଏଣିକି ଦଶମରେ କୌଣସିଶ୍ରେଣୀରେ ସେକ୍ସନକୁ ‘ଏ’, ‘ବି’, ‘ସି’, ‘ଡି’କିମ୍ବା ‘କ’, ‘ଖ’, ‘ଗ’, ‘ଘ’ ନାମରେ ନାମିତ କରାଯିବ ନାହିଁ । ଶ୍ରେଣୀଗୁଡ଼ିକର ଏପରି ନାମକରଣ ଦ୍ୱାରା ଭଲ ପିଲାଙ୍କ ଲାଗି ‘ଏ’ କିମ୍ବା‘କ’ ଶ୍ରେଣୀ ବୋଲି ଛାତ୍ରଛାତ୍ରୀଙ୍କ ମନରେ ଚାପସୃଷ୍ଟି ହେଉଛି । ତେଣୁ ସବୁ ଶ୍ରେଣୀକୁ ମହାପୁରୁଷଙ୍କ ନାମରେ କିମ୍ବା ଦେଶର ପ୍ରମୁଖନଦୀ ନାମରେ ନାମିତ କରିବାକୁ ସ୍କୁଲ ଓଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଥିବା ହାଇସ୍କୁଲଗୁଡ଼ିକରେ ଦଶମରେ ଯେତେଜଣ ଛାତ୍ରଛାତ୍ରୀ ମେଧା ତାଲିକାରେ ରହିବେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ତାଲିକା ମଧ୍ୟ ବିଭାଗ ପାଖକୁ ପଠାଯିବ । ଏହାବ୍ୟତୀତ ସମ୍ପୃକ୍ତ ମେଧା ତାଲିକାରେ ଯେଉଁ ସବୁ ଛାତ୍ରଛାତ୍ରୀ ରହିବେ ସେମାନଙ୍କର ପ୍ରତି ବିଷୟରେ କେଉଁ ପିଲାର କେତେ ମାର୍କ ରହିଛି ତାହା ମଧ୍ୟ ଦର୍ଶାଯିବ । ସ୍କୁଲ ଗୁଡ଼ିକରେ ଯେଉଁ ମେଧା ତାଲିକା ପ୍ରସ୍ତୁତକରାଯିବ ସେଥିରେ ସର୍ବାଧିକ ମାର୍କ ରଖିଥିବାପିଲାଙ୍କୁ କ୍ରମିକ ଭାବେ ତାଲିକାଭୁକ୍ତ କରାଯିବ ।ସେହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଯେଉଁ ପିଲାମାନେଆର୍ôଥକ ଅନଗ୍ରସର ଏବଂ କେଉଁମାନେ ବିପିଏଲ୍ ବର୍ଗର ଏବଂ କେଉଁ ପିଲାର ପିତା କିମ୍ବା ମାତାଙ୍କର ମୃତ୍ୟୁ ଘଟିଛି ସେ ସବୁକୁ ନଜର ଦେଇ ମଧ୍ୟ ସ୍ୱତନ୍ତ୍ର ତାଲିକା ହେବ ।ଫଳରେ ସେହି ମେଧାବୀ ପିଲାଙ୍କୁ ସେମାନଙ୍କର ସୁବିଧା ଅନୁଯାୟୀ ଦଶମ ପରୀକ୍ଷା ଲାଗି ପ୍ରସ୍ତୁତ କରାଯିବ । ଅନେକ ସମୟରେ ଅଷ୍ଟମ ଏବଂ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଭଲ ମାର୍କ ରଖୁଥିବା ଛାତ୍ରଛାତ୍ରୀମାନେ ଠିକ୍ ଯତ୍ନ ଅଭାବରୁ ସେମାନଙ୍କର କ୍ୟାରିୟର ଉପରେ ପ୍ରଭାବ ପଡ଼ିଥାଏ । ଏପରିକି ରିର୍ପୋଟ ଅନୁଯାୟୀ ଉଭୟ ଅଷ୍ଟମ ଏବଂ ନବମ ଶ୍ରେଣୀ ବାର୍ଷିକପରୀକ୍ଷାରେ ୭୫ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ମଧ୍ୟରୁ ୫୫ପ୍ରତିଶତ ପିଲାଦଶମ ପରୀକ୍ଷାରେ ଉପଯୁକ୍ତ ଯତ୍ନରଅଭାବରୁ ଖରାପ ପ୍ରଦର୍ଶନ କରିଥାନ୍ତି । ତେଣୁ ରାଜ୍ୟରେ ଏପରି ମେଧା ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଲାଗି ପ୍ରଥମ ଥର ଏହି ବ୍ୟବସ୍ଥା ହେଉଛି । ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏନେଇ ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର କରାଯିବ । ରାଜ୍ୟରେ ଜିଲ୍ଲାୱାରୀ ସ୍କୁଲରେ ମେଧାବୀଙ୍କ ତାଲିକା ପ୍ରସ୍ତୁତ ହେବା ପରେ ପିଲାଙ୍କର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ସମ୍ପୃକ୍ତ ବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ କରାଯିବ । ଓଡ଼ିଶା ସମାଚାର