ସାଲେପୁର, ୦୨/୦୮/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା) – ସାଲେପୁର ସହରକୁ ଆଲୋକୀକରଣ କରିବାପାଇଁ ଦୀର୍ଘଦିନ ଧରି ସାଲେପୁର ବ୍ୟବସାୟ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଆସୁଥିଲେ ମଧ୍ୟ ଅଦ୍ୟାବଧି ତାହା ହୋଇନଥିବାବେଳେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ଉଦ୍ୟମରେ ଆଜି ଏହି କାର୍ଯ୍ୟର ଶୁଭ ଶିଳାନ୍ୟାସ କରାଯାଇଛି । ଆଜି ସାଲେପୁର ବିଧାୟକ ଶ୍ରୀ ବେହେରା ସାଲେପୁର ବଜାରର ବିକେ ଟକିଜ୍ ନିକଟରେ ନଡ଼ିଆ ଭାଙ୍ଗି ଏହି କାର୍ଯ୍ୟର ଶୁଭ ଶିଳାନ୍ୟାସ କରିଥିଲେ । ସାଲେପୁର ସହରକୁ ୩ଟି ପର୍ଯ୍ୟାୟରେ ଆଲୋକୀକରଣ କରାଯିବ ବୋଲି ବିଧାୟକ ଶ୍ରୀ ବେହେରା ପ୍ରକାଶ କରିବା ସହ ପ୍ରଥମ ପର୍ଯ୍ୟାୟରେ ମାଛୁଆତି ତାରିଣୀ ଛକଠାରୁ ଥାନାଛକ ପର୍ଯ୍ୟନ୍ତ ଆଲୋକୀକରଣ କରାଯିବା ପାଇଁ ନିଷ୍ପତିି ନିଆଯାଇଥିବାବେଳେ ବଜାରର କୁଆଁପାଳ ରୋଡ୍ ଓ କଲେଜରୋଡ୍କୁ ଆଉ ଦୁଇଟି ପର୍ଯ୍ୟାୟରେ କରାଯିବ ବୋଲି ବିଧାୟକ ପ୍ରକାଶ କରିଛନ୍ତି । ଆଜିର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାଲେପୁର ବ୍ଲକ୍ ଉପାଧ୍ୟକ୍ଷ ରମେଶ ଜେନା, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ଦିଲ୍ଲୀପ ଦାଶ, ଜିଲ୍ଲାପରିଷଦ ସଭ୍ୟ ଚିତରଂଜନ ମହାନ୍ତି, ଅଶୋକ କୁମାର ଭୂୟାଁଙ୍କ ସମେତ ବହୁ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନବକିଶୋର କର, ବାବୁଲା ଭୂୟାଁ, ଯୁବନେତା ମିଟୁ ମହାନ୍ତି, ବିରଂଚିନାରାୟଣ କର, ସାଲେପୁର ବ୍ଲକ ବିଜୁ ଯୁବଜନତା ଦଳ ସଭାପତି ସଂଜିତ୍ ଦାଶ, ସମିତିସଭ୍ୟ ବିଭୁତିଭୂଷଣ ଦାଶ, ସୌମ୍ୟପ୍ରକାଶ ମଲ୍ଲ, ମିହିର ଦାସଙ୍କ ସମେତ ବହୁ ଯୁବନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର