ପାରାଦ୍ୱୀପ ୦୨/୦୮/୨୦୧୯ ( ଓଡ଼ିଶା ସମାଚାର/ଦୀପକ କୁମାର ଦାସ)- ବନ୍ଦର କର୍ତୃପକ୍ଷ୍ୟ ପାରାଦ୍ୱୀପ ର ଅନ୍ତେବାସିଙ୍କ ସୁବିଧା ନିମନ୍ତେ ବିଭିନ୍ନ ସ୍ଥାନରେ ମାର୍କେଟ କମ୍ପେ୍ଳକ୍ସ ତିଆରି କରିଛନ୍ତି । ବନ୍ଦର ଅନ୍ତେବାସି ଏହାଦ୍ୱାରା ବହୁଳ ଭାବେ ଉପକୃତ ହେଉଛନ୍ତି । ପାରାଦ୍ୱୀପ ବ୍ୟାଙ୍କ ଷ୍ଟ୍ରିଟ୍ ଲାଇନରେ ଏକ ଟ୍ରେଡ ସେଂଟର ବା ବାଣିଜ୍ୟ କେନ୍ଦ୍ର ପାରାଦ୍ୱୀପ ବନ୍ଦର ଦ୍ୱାରା ନିର୍ମିତ ହୋଇଛି । ପାରାଦ୍ୱୀପ ବନ୍ଦର ବ୍ୟବସାୟକାରୀ ସଂସ୍ଥା ଯେମିତିକି ଷ୍ଟିଭେଡୋର୍ସ, ଟ୍ରାନ୍ସପୋଟର , ସିପିଙ୍ଗ ଏଜେଂଟ ମାନେ ପାରାଦ୍ୱୀପରେ ସେମାନଙ୍କର କାର୍ଯ୍ୟାଳୟ ଖୋଲିବାରେ ଏହା ସହାୟକ ହେବ ବୋଲି ଲକ୍ଷ୍ୟ ଥିଲା । ଏହି ବହୁତଳ ବାଣିଜ୍ୟକେନ୍ଦ୍ର ତଳମହଲା ଯାହାକି ପାର୍କିଙ୍ଗ ପାଇଁ ରହିଛି । ଏହାର ପ୍ରଥମ ମହଲାରେ ଶ୍ରୀ ବଜାର ନାମକ ଏକ ସଂସ୍ଥା ବନ୍ଦରରୁ ଲିଜ୍ ନେଇ ତାର ବ୍ୟବସାୟ କରୁଛି । ରାସନ ସାମଗ୍ରୀ ଠାରୁ ଆରମ୍ଭ କରି ଇଲୋକଟ୍ରୋନିକ୍ସ , ମୋବାଇଲ, ଡ୍ରେସ୍ ଆଦି ସାମଗ୍ରୀ ବିକ୍ରି କରୁଛି । ଏଥି ସହିତ ଫ୍ରିଜ୍, ଓ୍ୟାସିଙ୍ଗ ମେସିନ ଇତ୍ୟାଦି ସମସ୍ତ ପ୍ରକାର ଦ୍ରବ୍ୟ ମଧ୍ୟ ବିକ୍ରି କରୁଛି । ଶ୍ରୀବଜାର ପାରାଦ୍ୱୀପ ବନ୍ଦର ଠାରୁ ସରକାରୀ ଭାବେ ଯେତିକି ଜାଗା ଲିଜ ନେଇଛି ତାଠାରୁ ବହୁଗୁଣା ଅଧିକା ଜାଗା ଜବର ଦଖଲରେ ରଖି ବ୍ୟବହାର କରୁଛି । ସେହି ବିଲ୍ଡିିଙ୍ଗରେ ଅନ୍ୟାନ୍ୟ କିଛି ସଂସ୍ଥା ଥିବା ବେଳେ ଯାତାୟତ ପଥରେ ଶ୍ରୀବଜାର ତାର ଫ୍ରିଜ୍, ଏସି, ୱାସିଙ୍ଗ ମେସିନି ଭଳି ଜିନିଷ ଗୁଡିକ ରାସ୍ତା ଅବରୋଧ କରୁଛି, ଏହି ବହୁତଳ ପ୍ରାସାଦରେ ଥିôବା ଅନ୍ୟାନ୍ୟ ବ୍ୟବସାୟୀକ ସଂସ୍ଥାକୁ ଯାଉଥିବା ଲୋମାନେ ନାହିଁ ନଥିôବା ଅସୁବିଧାର ସମ୍ମୁଖୀନ ହୋଇ ଫେରିଯାଉଛନ୍ତି । ସବୁଠି ଖାଲି ଶ୍ରୀବଜାରର ସାମଗ୍ରୀ ଭର୍ତିହୋଇଛି । ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ଏହି ସଂସ୍ଥାର ଜବର ଦଖଲ ଯୋଗୁଁ ସେଠାରେ ଥିବା ରାଷ୍ଟାୟତ ଆନ୍ଧ୍ରବ୍ୟାଙ୍କ, ଆଇସିସିଆଇ ବ୍ୟାଙ୍କ, ଆକ୍ସିସି ବ୍ୟାଙ୍କର ଯିବା ରାସ୍ତାକୁ ସଂପୁଣ୍ଣ ଦଖଲ କରି ନିଜର ସାମଗ୍ରୀ ରଖିଥିବା ବେଳେ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେଉଛି । ଏହି ସଂସ୍ଥା ଗୁଡିକୁ ନଦେଖି ଲୋକମାନେ ପୁଣି ଫେରିଯାଉଥିବା ଦେଖାଯାଇଛି । ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଅଳ୍ପଜାଗାନେଇ ଶ୍ରୀବଜାର ସମଗ୍ର ବାଣିଜ୍ୟ କେନ୍ଦ୍ରକୁ ନିଜ ଦଖଲକୁ ନେଇ ଯାଇଛି । ତଳ ମହଲାଠାରୁ ଆରମ୍ଭ କରି ସମଗ୍ର ବାଣିଜ୍ୟ କେନ୍ଦ୍ର ଏବେ ଶ୍ରୀ ବଜାର ର ଜବର ଦଖଲରେ । ଦେଖିଲେ ବି କେହି ପ୍ରତିବାଦର ସ୍ୱର ଉଠାଉ ନାହାନ୍ତି । କାରଣ ଏହି ସଂସ୍ଥା ମାଲିକ ବେନିୟମ ଭାବେ ସମଗ୍ର ବାଣିଜ୍ୟ କେନ୍ଦ୍ରକୁ ଦଖଲ କରିବା ପଛରେ ରହିଛି ବନ୍ଦରର କିଛି ବଡ ବାବୁଙ୍କର ପାରିବା ପଣିଆ । ପାରାଦ୍ୱୀପ ଗଲ୍ଫ କ୍ଳବର ସଦସ୍ୟ ହେଲେ ବନ୍ଦରର ବହୁ ବଡବଡ ବାବୁଙ୍କର ହାତ ବାରିଶି କରି ଚଳାଇଛନ୍ତି ତାଙ୍କର ସାମ୍ରାଜ୍ୟ ବା ନିଜର ରାଜ । କେବଳ ସେତିକି ନୁହେଁ ତାରେଣି ଗଡାରେ ବିଭିନ୍ନ ଲୋକଙ୍କ ଘର କମ୍ପାନୀ ମାନଙ୍କୁ ଭଡାରେ ଲଗାଇ ଭଲ ମୁନାଫା ବା ଦଲାଲି କରୁଥିବା ଶୁଣିବାକୁ ମଧ୍ୟ ମିଳୁଛି । ଏଥିପ୍ରତି ଯଦି ବନ୍ଦର କର୍ତୃପକ୍ଷ ଦୃଷ୍ଟି ନଦିଅନ୍ତି ତେବେ ଶ୍ରୀବଜାର ତାର କାୟା ବିସ୍ତାର କରି ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିଦେବାର ଯୋଜନା କରୁଥିବାର ଶୁଣିବାକୁ ମିଳୁଛି । ପ୍ରକାଶ ଥାଉକି ଗ୍ରାହାକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଶ୍ରୀବଜାର ସଂସ୍ଥା ଦୁଇଜହାର ଟଙ୍କାରୁ ଅଧିକ କ୍ରୟ କଲେ ଏକ ଲଟେରୀ କୁପନ ଦେଉଥିଲା । ମାତ୍ର ଦୁଇବର୍ଷ ବିିତିଯାଇଥିଲେ ବି ଲଟେରୀ ଉଠାଣ ଏପର୍ଯ୍ୟନ୍ତ ହୋଇନାହିଁ ବୋଲି ଗ୍ରାହାକ ମାନେ ଅଭିଯୋଗ କରିଛନ୍ତି । ଯାହା କି ସଂସ୍ଥାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶା ସମାଚାର