Wednesday , October 4 2023
Breaking News
Home / ବିଶେଷ / ଭିନ୍ନକ୍ଷମ ବୀଣାପାଣିଙ୍କ ଫନି ଘରଭଙ୍ଗା ତାଲିକାରୁ ବାଦ ? ଘରଖଣ୍ଡେ ପାଇଁ ଆକୁଳ ନିବେଦନ

ଭିନ୍ନକ୍ଷମ ବୀଣାପାଣିଙ୍କ ଫନି ଘରଭଙ୍ଗା ତାଲିକାରୁ ବାଦ ? ଘରଖଣ୍ଡେ ପାଇଁ ଆକୁଳ ନିବେଦନ

ନିରାକାରପୁର,୦୨/୦୮/୨୦୧୯(ଓଡ଼ିଶା ସମାଚାର)-ସରକାର ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସହଯୋଗ କରିବା ନିମନ୍ତେ ସହାୟତା ରାଶି ଘୋଷଣା କଲେ । ଫନି ବାତ୍ୟା ଅତିକ୍ରମ କରିବାର ପ୍ରାୟ ୩ମାସ ବିତିଯାଇଥିଲେ ବି ସରକାରଙ୍କ ତରଫରୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରାଜସ୍ୱ ନୀରିକ୍ଷକଙ୍କ ଅଧିନସ୍ଥ ବିପନ୍ନ ଲୋକମାନଙ୍କୁ ଏ ପର୍ଯ୍ୟନ୍ତ ନା ମଳିଲା ସହାୟତା ରାଶି ନା ମିଳିଛି ମୁଣ୍ଡଗୁଞ୍ଜିବାକୁ ଘରଖଣ୍ଡେ । କ୍ଷତିଗ୍ରସ୍ତ ଲୋକେ ଘରଖଣ୍ଡେ ନ କରିପାରି ଖରାବର୍ଷାରେ ନାହିଁ ନଥିବା ଅସୁବିଧାରେ ଦିନକାଟୁଛନ୍ତି ସହାୟତାକୁ ଅନାଇ କାଳେ ସେମାନେ ଘର ମରାମତି କଲେ ସହାୟତାରୁ ବଂଚିତ ହେବା ଭୟରେ ବର୍ଷା ପାଣିରେ ଖରାତାତିରେ କଷ୍ଟ ସହି ପଡ଼ିରହିଛନ୍ତି ପଛେ ଅଧିକାଂଶ ଲୋକେ ଘରର ମରାମତି କରୁନାହାଁନ୍ତି । ଏହାରି ଭିତରେ ଅନେକ ଇନକ୍ୱାରୀ ଦଳ ଆସି ରିପୋର୍ଟ ନେଲେଣି । କିନ୍ତୁ ସହାୟତାର ନା ଗନ୍ଧ ନାହିଁ । ସରକାର ପ୍ରଥମେ ପଂଚାୟତିରାଜ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତଭାବେ ଏକ ତଦନ୍ତ କରି ଆଂଶିକ ଓ ସଂପୂର୍ଣ୍ଣ ଘରଭଙ୍ଗା ତାଲିକା ପ୍ରସ୍ତୁତ କଲେ । ଯେଉଁମାନଙ୍କ ନାମ ସଂପୂର୍ଣ୍ଣ ଘରଭଙ୍ଗା ତାଲିକାରେ ନା ଗଲା ତାଙ୍କ ପାଇଁ ଅର୍ଥରାଶି ସହାୟତା ସାଙ୍ଗକୁ ତୁରନ୍ତ ଫନି ବାସଗୃହ ଦେବା ପାଇଁ ବ୍ୟବସ୍ଥା ରହିଲା । ଏହା ମଧ୍ୟରେ ଯେଉଁମାନେ ଘରଘର ବୁଲି ତଦନ୍ତ କଲେ ସେମାନେ କିଛି ଚାପରେ ପାତରଅନ୍ତର କରି ଦଳୀୟ ଭିତିରେ ଏହାକୁ ତାଲିକାଭୁକ୍ତ କରିଥିବାର ମଧ୍ୟ ଅଭିଯୋଗ ହେଉଛି । ସେହିପରି ଜଣେ ଭିନ୍ନକ୍ଷମ ମହିଳାଙ୍କୁ ଏହି ତାଲିକାରୁ ବାଦ ଦିଆଯାଇଥିବା ଅଭିଯୋଗ ସେ ଖୋର୍ଦ୍ଧା ଜିଲ୍ଲାପାଳ ଓ ବିଧାୟକ ନିକଟରେ କରିଛନ୍ତି । ତାଙ୍କୁ ଏହି ତାଲିକାରେ ତୁରନ୍ତ ଅନ୍ତର୍ଭୁକ୍ତ କରାଯାଇ ସଂପୂର୍ଣ୍ଣ ଘରଭଙ୍ଗା ସହାୟତା ରାଶି ପ୍ରଦାନ ସହ ଘର ଖଣ୍ଡେ ଯୋଗାଇବାକୁ ଦାବି କରିଛନ୍ତି । ସୂଚନାଯୋଗ୍ୟ କି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ତହସିଲ ନିରାକାରପୁର ରାଜସ୍ୱ ନୀରିକ୍ଷକଙ୍କ ଅଧୀନସ୍ଥ ଲେଣ୍ଡୁ ପଂଚାୟତ ଗୋପିନାଥପୁର ଗ୍ରାମର ଭିନ୍ନକ୍ଷମ ମହିଳା ବୀଣାପାଣି ବାରିକ ସ୍ୱାମୀ ଗଙ୍ଗାଧର ବାରିକଙ୍କ ଚାଳଘର ଗତ ଫନି ବାତ୍ୟାରେ ସଂପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ଉକ୍ତ ଅଂଚଳରେ ତଦନ୍ତ ଦାୟିତ୍ୱରେ ଥିବା କର୍ମଚାରୀ ତାଙ୍କ ଘରଟିକୁ ସଂପୂର୍ଣ୍ଣ ଭଙ୍ଗା ତାଲିକାରେ ନ ନେଇଥିବା ଯୋଗୁ ସେ ସେଥିରୁ ବଂଚିତ ହୋଇ ବର୍ତମାନ ଅଭିଯୋଗ ନେଇ ବାରଦୁଆର ଶୁଣ୍ଡିପିଣ୍ଢା ହେଉଛନ୍ତି । ବୀଣାପାଣି ଜଣେ ଅକ୍ଷମ ମହିଳା ହୋଇଥିବାବେଳେ ସ୍ୱାମୀ ଘର ଭରଣପୋଷଣ ଦାୟିତ୍ୱ ତୁଲାଇବାକୁ କ୍ଷମତା ନାହିଁ । ଉକ୍ତ ଅଂଚଳର ଅଧୀବାସୀ ହୋଇନଥିବା ବ୍ୟକ୍ତିଙ୍କ ନାମକୁ ସଂପୂର୍ଣ୍ଣ ଘରଭଙ୍ଗା ତାଲିକାରେ ଅର୍ନ୍ତଭୁକ୍ତ କରାଯାଇଥିବାବେଳେ କାହିଁକି କାହାସ୍ୱାର୍ଥ ଓ କାହା ନିର୍ଦ୍ଦେଶରେ ତାଙ୍କ ସଂପୂର୍ଣ୍ଣ ଭଙ୍ଗାଘରକୁ ସଂପୂର୍ଣ୍ଣ ଭଙ୍ଗାତାଲିକାରେ ଅର୍ନ୍ତଭୁକ୍ତ କରାଗଲା ନାହିଁ ସେଥିପାଇଁ ଅଭିଯୋଗ କରି ଏହାର ବିଧିବଦ୍ଧ ତଦନ୍ତ ପାଇଁ ନିବେଦନ କରିଛନ୍ତି । ଏହି ଲେଣ୍ଡୁ ପଂଚାୟତର ଜାଜପୁର,କୁନିଆସାମନ୍ତରାୟପୁର ଓ ଭଗବତୀପଡ଼ାରେ ଫନି ତଦନ୍ତରେ ଅବହେଳା କରାଯାଇଥିବା ବାରମ୍ବାର ମଧ୍ୟ ଅଭିଯୋଗ ହେଉଥିବା ଶୁଣିବାକୁ ମିଳୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *