Sunday , October 1 2023
Home / ବିଶେଷ / ପାରାଦ୍ୱୀପ ସିଆଇଏସ୍ଏଫ୍ ଦ୍ୱାରା ବନ ମହୋତ୍ସବ -୨୦୧୯ ଆୟୋଜିତ

ପାରାଦ୍ୱୀପ ସିଆଇଏସ୍ଏଫ୍ ଦ୍ୱାରା ବନ ମହୋତ୍ସବ -୨୦୧୯ ଆୟୋଜିତ

ପାରାଦ୍ୱୀପ ୦୨/୦୮/୨୦୧୯ (ଓଡ଼ିଶା ସମାଚାର/ଦୀପକ କୁମାର ଦାସ)- କେନ୍ଦ୍ରୀୟ ଶିଳ୍ପ ନିରାପତା ବାହିନୀ (ସିଆଇଏସ୍ଏଫ୍)ଦିଲ୍ଲି ମୁଖ୍ୟ କାର୍ଯ୍ୟାଳୟ ନିର୍ଦ୍ଦେଶ ଅନୁଯାୟୀ ବନମହୋତ୍ସବ -୨୦୧୯ ପାରାଦ୍ୱୀପ ବନ୍ଦର କେନ୍ଦ୍ରିୟ ଶିଳ୍ପ ନିରାପତା ବାହିନୀ ଆବାସିକ କମ୍ପ୍ଲେକ୍ସରେ ଜୁଲାଇ ୩୦ ତାରିଖ ଦିନ ଆୟୋଜିତ ହୋଇଯାଇଅଛି । ଏହି ଅବସରରେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ପାରାଦ୍ୱୀପ ସିଆଇଏସ୍ଏଫ୍ କମାଣ୍ଡାଂଟଣ୍ଟ ମାଧବାନନ୍ଦ ବିଶ୍ୱାଳଙ୍କ ତତ୍ୱାବଧନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଆଇଏସ୍ଏଫ୍ ଓ ବନ୍ଦରର ବହୁ ଅଧିକାରୀ ଓ କର୍ମଚାରିମାନେ ଯୋଗଦେଇଥିଲେ । ଏହି ବନମହୋତ୍ସବ କାର୍ଯ୍ୟକ୍ରମରେ ୧୬୦ଜଣ ସିଆଇଏସ୍ଏଫ୍ କର୍ମଚାରୀ ଓ ତାଙ୍କ ପରିବାର ସଭ୍ୟ ମାନେ ବିଭିନ୍ନ ଫଳ ଗଛ ଚାରା ରୋପଣ କରିଥିଲେ । ଏହି ବୃକ୍ଷ ରୋପଣ ଭବିଷ୍ୟତରେ ପାରାଦ୍ୱୀପ ପରିବେଶ ସନ୍ତୁଳନ କ୍ଷେତ୍ରରେ ସହାୟକ ଭୂମିକା ଗ୍ରହଣ କରିବ ବୋଲି କମାଣ୍ଡାଂଟଣ୍ଟ ବିଶ୍ୱାଳ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *