ଘଟଗାଁ,୦୨/୦୮/୨୦୧୯(ଓଡିଶା ସମାଚାର)- ଘଟଗାଁର ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ସ୍ୱାଧିନତା ଦିବସ ପାଳନ ପାଇଁ ଗୁରୁବାର ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏବିଡିଓ ତଥା କମିଟି ସଂପାଦକ ବିଚିତ୍ର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ତହସିଲଦାର ସାଗର ମୁର୍ମୁ,ଜିପିଇଓ ଚିତରଂଜନ ନାୟକ,ଏବିଇଓ ରମେଶଚନ୍ଦ୍ର ବେହେରା,ସମାଜସେବୀ ପଦ୍ମଲୋଚନ ବଳ,ଅଲ୍ଲୀ ଅହମ୍ମଦ,ଗଣେଶ୍ୱର ରାଉତ,ସୁରେନ୍ଦ୍ର ପଟ୍ଟନାୟକ,ସୁରେନ୍ଦ୍ର ଜେନା,ଫାୟାର ଅଫିସର ଗଜେନ୍ଦ୍ର ସିଂଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ,ବୁଦ୍ଧିଜୀବୀ,ବରିଷ୍ଟ ନାଗରିକ,ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ସ୍ୱାଧିନତା ଦିବସକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ମତ ରଖିଥିଲେ । ଶିକ୍ଷକ ରୋହିତ କୁମାର ବେହେରା ବୈଠକରେ ପୂର୍ବ ବିବରଣୀ ପାଠ କରିଥିଲେ । ବୈଠକର ନିଷ୍ପତି ଅନୁଯାୟୀ ଉକ୍ତ ଦିବସର ପ୍ରତ୍ୟୁଷରୁ ରାମଧ୍ୱନ ପରିବେଷଣ,ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ,ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ,ଦେଶାତ୍ମ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏବଂ ବିଭିନ୍ନ ପ୍ରତିଯୋଗୀତାରେ ଶ୍ରେଷ୍ଟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ,ମିଷ୍ଟାନ୍ନ ବଂଟନ,ସ୍ଥାନୀୟ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଂଟନ କରାଯିବ । ଶେଷରେ ଜିପିଇଓ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର