ପାଟକୁରା ୦୧/୦୮/୨୦୧୯ ( ଓଡ଼ିଶା ସମାଚାର)- ମହାନଦୀ ଓ ଚିତ୍ରୋତ୍ପଳା ନଦୀରେ ଗତ କାଲି ରାତ୍ରୀ ଠାରୁ ପ୍ରଥମ ବନ୍ୟା ଜଳ ପ୍ରବାହିତ ହେଉଛି । ଉପର ମୁଣ୍ଡରେ କ୍ରମାଗତ ଭାବରେ ବର୍ଷା ହେଉଥିବାରୁ ଏହି ନଦୀରେ ଏବେ ବନ୍ୟା ପାଣି ଆସିଛି ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି । ଦୀର୍ଘ ଦିନ ହେଲା ଅନେକ ସ୍ଥାନରେ ଶୁଖିଲା ପଡିଥିବା ନଦୀରେ ପାଣି ଆସିଥିବାରୁ ନଦୀର ବିଭିନ୍ନ ସ୍ଥାନ ମଧ୍ୟରେ ଥିବା ବାଲି କୁଦ ଓ ବାଲି ପଠାଗୁଡିକୁ ବନ୍ୟା ପାଣି ସ୍ପର୍ଶ କରିଛି । କେତେକ ସ୍ଥାନରେ ନଦୀ ପାଶ୍ୱର୍ରେ ଥିବା ମଇଁଷି ଗୋଠ ଗୁଡିକ ବନ୍ୟା ପାଣିରେ ବୁଡିଯାଇଛି । ପ୍ରଥମ କରି ନଦୀରେ ବନ୍ୟା ପାଣି ଆସିଥିବାରୁ ବନ୍ୟା ପାଣିର ସ୍ରୋତରେ ନଦୀର ଉପର ମୁଣ୍ଡରୁ ବିଭିନ୍ନ ପ୍ରକାର ଅଳିଆ,ଆବର୍ଜ୍ଜନାମାନ ଭାଷି ଆସୁଥିବାର ଦେଖାଯାଇଛି । ପ୍ରଥମ କରି ନଦୀରେ ବନ୍ୟା ପାଣି ଆସିଥିବାରୁ ଏଥିରେ ଦୂଷିତ ଜଳ ପ୍ରବାହିତ ହେଉଥିବାବେଳେ,ଏହି ପାଣିକୁ ବ୍ୟବହାର କଲେ ବିଭିନ୍ନ ପ୍ରକାର ଚର୍ମ ରୋଗ ହେବାର ଆଶଙ୍କା ରହିଥିବା ସମ୍ପର୍କରେ ପାଟକୁରା ମେଡିକାଲର ଭାରପ୍ରାପ୍ତ ଡାକ୍ତର ହିମାଂଶୁ ଭୂଷଣ ଷଢଙ୍ଗି ସତର୍କ କରାଇ ଦେଇଛନ୍ତି । ଏହି ଅଂଚଳରେ ଆବଶ୍ୟକ ପରିମାଣରେ ବର୍ଷା ନ ଥିବାବେଳେ ,ନଦୀରେ ପାଣି ଆସିଥିବାରୁ ନଦୀ ପାଶ୍ୱର୍ବର୍ତୀ ଗ୍ରାମଗୁଡିକର ଲୋକମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ତେବେ ଏହା ବନ୍ୟା ଜଳ ନୁହେଁ ଯୋବ୍ରା ଆନିକଟ ପାଣି ବୋଲି ଲୋକେ କହୁଛନ୍ତି । ଓଡ଼ିଶା ସମାଚାର