କଟକ, ୦୧/୦୮/୨୦୧୯ (ଓଡ଼ିଶା ସମାଚାର)-ବ୍ରହ୍ମପୁରଦେଇ ଦୈନିକ ଚାଲୁଥିବା ବିଭିନ୍ନ ଏକ୍ସ୍ପ୍ରେସ୍ଟ୍ରେନ୍, ଲୋକାଲ୍ ଟ୍ରେନ୍ର ରହଣୀ ପାଇଁ ହାଇକୋର୍ଟରେ ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ୩ ମାସ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ରୁଜୁ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ର ମୁଖ୍ୟ ବିଚାରପତି କେ.ଏସ୍ଜାଭେରୀ ଓ ବିଚାରପତି କେ.ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରେଳବାଇ ବୋର୍ଡ ଓ ରେଳ ମନ୍ତ୍ରଣାଳୟକୁଏପରି ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଥାଉକି ଏହି ମାମଲାରେ ସମ୍ପର୍କକ୍ରାନ୍ତି ଏକ୍ସ୍ପ୍ରେସ୍ ଓ ରାଜଧାନୀ ଏକ୍ସ୍ପ୍ରେସ୍କୁ ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଚଳାଇବା ପାଇଁ ଆବେଦନ କରିଥିଲେ । ସେହିପରି ଲୋକମାନ୍ୟ ତିଲକ ଏକ୍ସ୍ପ୍ରେସ କୁ ବିଶାଖାପାଟଣାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । ଅନ୍ୟପକ୍ଷରେ ବ୍ରହ୍ମପୁରରେ ହାୱଡା ପଣ୍ଡିଚେରୀ ଏକ୍ସ୍ପ୍ରେସକୁ ବ୍ରହ୍ମପୁରରେ ଷ୍ଟପେଜ କରିବାକୁ ନିବେଦନ କରିଥିଲେ । ବ୍ରହ୍ମପୁରରୁ ଦୈନିକ ପୁରୀକୁଜଗନ୍ନାଥ ଦର୍ଶନ ନିମନ୍ତେ ହଜାର ହଜାରଲୋକ ଯାଉଥିବାରୁ ବ୍ରହ୍ମପୁରରୁ ପୁରୀକୁଦୈନିକ ଏକ ଲୋକାଲ ଟ୍ରେନ ଚଳାଚଳ କରିବା ସହ ଗୁଜୁରାଟରେ ବ୍ରହ୍ମପୁରରୁ ୩୦ଲକ୍ଷ ଲୋକ କାମ କରୁଥିବାରୁ ମଙ୍ଗଳବାର ଓ ବୁଧବାର ଏଠାରୁ ନୂତନ ଟ୍ରେନ ଚଳାଚଳ କରିବାକୁ ସେ ଆବେଦନରେ ଦର୍ଶାଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ହାଇକୋର୍ଟରେ ଆଇନଜୀବୀ ବାସୁଦେବବାରିକ ପରିଚାଳନା କରୁଛନ୍ତି । ଓଡ଼ିଶା ସମାଚାର