Sunday , October 17 2021
Breaking News
Home / ବିଶେଷ / ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ – ଏ ବର୍ଷ୨.୬୫ ଲକ୍ଷ ହେକ୍ଟରକୁ ସେଚ ସୁବିଧା

ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ – ଏ ବର୍ଷ୨.୬୫ ଲକ୍ଷ ହେକ୍ଟରକୁ ସେଚ ସୁବିଧା

ଭୁବନେଶ୍ୱର,୦୧/୦୮/୨୦୧୯ ( ଓଡ଼ିଶା ସମାଚାର)-ରାଜ୍ୟରେ ସ୍ୱଳ୍ପ, ଅନିଶ୍ଚିତ ଓ ଅନିୟମିତ ବର୍ଷା କୃଷିଉପରେ ବହୁ ପ୍ରଭାବ ପକାଉଛି । ସେଥିପାଇଁମୁଖ୍ୟମନ୍ତ୍ରୀ ଜଳସେଚନକୁ ସର୍ବାଧିକ ଗୁରୁତ୍ୱ ଦେଇଆସିଛନ୍ତି । ବିଗତ ୫ ବର୍ଷରେ ୯ ଲକ୍ଷ ହେକ୍ଟର ଜମିକୁଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି । ୨୦୧୯-୨୦ ଆର୍ôଥକ ବର୍ଷରେ ଅତିରିକ୍ତ ୨ ଲକ୍ଷ ୬୫ ହଜାରହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇଦେବାପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଅର୍ଥମନ୍ତ୍ରୀନିରଞ୍ଜନ ପୂଜାରୀ କହିଛନ୍ତି ।ବୁଧବାର ବିଧାନସଭାରେ ଚଳିତ ଆର୍ଥିକବର୍ଷ ପାଇଁଏକ ଲକ୍ଷ ଛୟାଳିଶି ହଜାର ଏକଷଠି କୋଟି ନଅ ଲକ୍ଷବତିଶି ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ବିଧେୟକପାରିତ ହୋଇଛି । ଏହି ଆଲୋଚନାର ଉତର ରଖିମନ୍ତ୍ରୀ କହିଲେ, ଶିକ୍ଷା ଓ ଦକ୍ଷତା ମାନସମ୍ବଳର ବିକାଶକୁତ୍ୱରାନ୍ୱିତ କରିବା ସଙ୍ଗେସଙ୍ଗେ ନିଯୁକ୍ତି ଓ ଜୀବିକାନିର୍ବାହରେ ସହାୟକ ହୁଏ । ଏ ନେଇ ଆମ ସରକାରବିଶେଷ ଭାବେ ଯତ୍ନବାନ ରହିଛନ୍ତି । ଚଳିତବଜେଟରେ ଏଥିପାଇଁ ୧୯ ହଜାର ୪୯୨ କୋଟିଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ଅନୁସୂଚିତଜାତି ଓ ଜନଜାତି ଉନ୍ନୟନ ନିମିତ ଆମ ସରକାରସବୁବେଳେ ଯତ୍ନବାନ ରହିଛନ୍ତି । ବିଭାଗ ଦ୍ୱାରା ଚିହ୍ନିତଯୋଜନାଗୁଡ଼ିକ ପାଇଁ ସର୍ବମୋଟ ୨୩ ହଜାର ୭୬୦କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀକହିଛନ୍ତି । ଏହି ବଜେଟ୍ରେ ମହିଳା ସଶକ୍ତୀକରଣଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଅଭିନବ‘ମମତା’ ଯୋଜନା ଅଧୀନରେ ଅଦ୍ୟାବଧି ୩୫ ଲକ୍ଷରୁଅଧିକ ହିତାଧିକାରୀଙ୍କୁ ୧ ହଜାର ୬୫୫ କୋଟି ଟଙ୍କାହସ୍ତାନ୍ତର କରାଯାଇ ସାରିଛି । ମମତା ଯୋଜନା ପାଇଁ୨୦୧୯-୨୦ ଆର୍ôଥକ ବର୍ଷରେ ୩୦୫ କୋଟି ଟଙ୍କାବ୍ୟବସ୍ଥା କରିବାକୁ ପ୍ରସ୍ତାବ ରଖାଯାଇଛି । ସେହିପରିଚଳିତ ବଜେଟ୍ରେ ଶକ୍ତି କ୍ଷେତ୍ରରେ ୨ ହଜାର ୨୫୧କୋଟି ଟଙ୍କା ନିବେଶ ପାଇଁ ବ୍ୟୟବରାଦ କରାଯାଇଛି ।ଜନସାଧାରଣଙ୍କୁ ପାଇପ୍ ଯୋଗେ ଶୁଦ୍ଧ ପାନୀୟଜଳଯୋଗାଇ ଦେବା ପାଇଁ ବସୁଧା ଯୋଜନାରେ ମୋଟ ୫ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ ବୋଲିଗୃହରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି ।୨୦୧୯-୨୦ ଆର୍ôଥକ ବର୍ଷରେ ରାଜସ୍ୱ ଖର୍ଚ୍ଚ ୧ ଲକ୍ଷ୮ ହଜାର ୭୩୮ କୋଟି ଟଙ୍କା ହେବ ବୋଲି ଆକଳନକରାଯାଇଛି । ତେଣୁ ରାଜସ୍ୱ ହିସାବରେ ସନ୍ତୁଳନଆଣିବା ପରେ ଆମେ ୬ ହଜାର ୫୨୮ କୋଟି ଟଙ୍କାରରାଜସ୍ୱ ବଳକା ହେବ ବୋଲିଅନୁମାନ କରୁଛୁ, ଯାହାକିସାମଗ୍ରିକ ରାଜ୍ୟ ଘରୋଇଉତ୍ପାଦର ୧.୨୧ ପ୍ରତିଶତଅଟେ । ବିତୀୟ ନିଅଂଟ ୧୮ହଜାର ୮୭୭ କୋଟି ଟଙ୍କାହେବାର ଆକଳନକରାଯାଇଛି, ଯାହାକିସାମଗ୍ରିକ ରାଜ୍ୟ ଘରୋଇଉତ୍ପାଦର ୩.୪୯ ପ୍ରତିଶତ ।ତେବେ ବିରୋଧୀ ଦଳନେତା ୟୁପିଏ ତୁଳନାରେଏନ୍ଡିଏ ଅଧିକ ଅନୁଦାନଦେଉଥିବା ଦାବିକୁ ଅର୍ଥମନ୍ତ୍ରୀ ଖଣ୍ଡନ କରିଥିଲେ । ତ୍ରୟୋଦଶ ଅର୍ଥ କମିଶନରେକେନ୍ଦ୍ରୀୟ ଅଂଶ ଓ ଅନ୍ୟାନ୍ୟ ଅନୁଦାନ ବାବଦରେରାଜ୍ୟ ପାଇଁ ୭୮ ହଜାର ୯୭୫ କୋଟି ଟଙ୍କା ସୁପାରିସକରିଥିବା ବେଳେ ରାଜ୍ୟକୁ ୭୫ ହଜାର ୫୫୩ କୋଟିଟଙ୍କା ମିଳିଥିଲା । ସେହିପରି ଚତୁର୍ଦ୍ଦଶ ଅର୍ଥ କମିଶନ୨୦୧୫-୧୬ ମସିହାରେ ୨୦୧୫ରୁ ୨୦୧୯ମଧ୍ୟରେ ରାଜ୍ୟ ପାଇଁ ୧ ଲକ୍ଷ ୮୪ ହଜାର ୭୦ କୋଟିଟଙ୍କା ସୁପାରିସ କରିଛନ୍ତି । ତେବେ ଚଳିତବର୍ଷରେକେନ୍ଦ୍ର ସରକାରଙ୍କ ବଜେଟକୁ ଆକଳନ କଲେ ରାଜ୍ୟକୁଚଳିତ ଥର ୨୭ ହଜାର ୯୮୯ କୋଟି କମ ମିଳିବାରସମ୍ଭାବନା ରହିଛି । ତେଣୁ ଅଧିକ କେନ୍ଦ୍ରୀୟ ଅନୁଦାନମିଳିବା ସମ୍ପୂର୍ଣ୍ଣ ରୂପେ ମିଥ୍ୟା । ସେହିପରି ପୂର୍ବରୁସରଚାର୍ଜ, ସେସ୍ ୭.୫ ପ୍ରତିଶତ ଥିବା ବେଳେ୨୦୧୯ ମସିହାରେ କେନ୍ଦ୍ର ସରାକର ଏହାକୁ ୧୩.୧ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଏପଟେ ବିଭିନ୍ନ କେନ୍ଦ୍ରୀୟଯୋଜନାରେ କେନ୍ଦ୍ର ଓ ରାଜ୍ୟର ଅନୁଦାନକୁ ହ୍ରାସକରିଦେଇଛନ୍ତି । କେନ୍ଦ୍ରକୁ ବର୍ତମାନ କୌଣସି ଯୋଜନାର ୬୦ ପ୍ରତିଶତ ବ୍ୟୟଭାର ବହନ କରିବାକୁପଡ଼ୁଥିବା ବେଳେ ରାଜ୍ୟକୁ ୪୦ ଭାଗ ବହନ କରିବାକୁପଡ଼ୁଛି । ତେଣୁ ରାଜ୍ୟ ପରୋକ୍ଷରେ ସିଧାସଳଖ ଭାବେକ୍ଷତିଗ୍ରସ୍ତ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି ।ସେହିପରି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ନିମିତ କେନ୍ଦ୍ରୀୟ ଅନୁଦାନ ମଧ୍ୟ ଧୀରେ ଧୀରେକମିବାରେ ଲାଗିଛି । ୨୦୧୫-୧୬ରୁ ୨୦୧୮-୧୯ମଧ୍ୟରେ ଏ ବାବଦରେ ୩୫୫ କୋଟି ଟଙ୍କା କମ ମିଳିଥିବାବେଳେ, ଚଳିତ ଥର ମଧ୍ୟ ସରକାର ଅନୁଦାନରେ କାଟ୍ କରିଛନ୍ତି । ୨୦୧୯-୨୦ଆର୍ଥିକବର୍ଷ ପାଇଁ କେନ୍ଦ୍ରୀୟ ଅଂଶ ୮୧୮ କୋଟି ଟଙ୍କାଥିବାବେଳେ କେନ୍ଦ୍ର ପକ୍ଷରୁ ୫୫୨ କୋଟି ଟଙ୍କାମିଳିଛି । ଏ ଦୃଷ୍ଟିରୁ ୨୦୧୫-୧୬ରୁ ୨୦୧୯-୨୦ମଧ୍ୟରେ ମୋଟ ସୁପାରିସ ପରିମାଣ ୩୭୧୮ କୋଟିଟଙ୍କା ଥିବାବେଳେ ରାଜ୍ୟକୁ ୩୦୯୭ କୋଟି ଟଙ୍କାମିଳିଛି । ଫଳରେ ଏ ବାବଦରେ ମୋଟ ଉପରେ୬୨୧ କୋଟି ଟଙ୍କା କମ ମିଳିଥିବା ମନ୍ତ୍ରୀ ଗୃହରେତଥ୍ୟ ରଖିଛନ୍ତି । ସେହିପରି ସହରାଂଚଳ ସ୍ୱାୟତଶାସନସଂସ୍ଥାମାନଙ୍କ ପାଇଁ ୨୦୧୬-୧୭ରୁ ୨୦୧୮-୧୯ପର୍ଯ୍ୟନ୍ତ ୨୩୮ କୋଟି ଟଙ୍କା ମିଳିବାକୁ ଥିବା ବେଳେକେବଳ ୨୦୧୬-୧୭ ବର୍ଷ ପାଇଁ ୬୮ କୋଟି ଟଙ୍କାମିଳିଛି । ଏହି ଅନୁଦାନ ୨୦୧୭-୧୮ ଓ ୨୦୧୮-୧୯ ବର୍ଷ ପାଇଁ ମିଳିନାହିଁ । ଏଥିରୁ କେନ୍ଦ୍ର ସରକାରଲଗାତାର ଭାବେ ରାଜ୍ୟର ଅର୍ଥକୁ କାଟି ଦେଉଥିବାପ୍ରମାଣିତ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଉଚ୍ଚତର ଗବେଷଣା ପାଇଁ ଦୁଇଭାଇଙ୍କୁ ସମ୍ବର୍ନ୍ଧନା

କେନ୍ଦ୍ରାପଡ଼ା,୧୭/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ, ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଓ ସମର୍ଥକଙ୍କ ପକ୍ଷରୁ ପ୍ରାଧ୍ୟାପକ ନନ୍ଦ …

Leave a Reply

Your email address will not be published. Required fields are marked *