Saturday , November 27 2021
Breaking News
Home / କୃଷି / ଫନି କ୍ଷତିଗ୍ରସ୍ତ ତାଲିକା ଓ ଜଳସେଚନ ସମସ୍ୟା ନେଇ ରଘୁନାଥପୁର ତହସିଲ ଘେରାଉ 

ଫନି କ୍ଷତିଗ୍ରସ୍ତ ତାଲିକା ଓ ଜଳସେଚନ ସମସ୍ୟା ନେଇ ରଘୁନାଥପୁର ତହସିଲ ଘେରାଉ 

ରଘୁନାଥପୁର, ୦୧/୦୮/୨୦୧୯ (ଓଡ଼ିଶା ସମାଚାର)- ବାତ୍ୟା ଫନି କ୍ଷତିଗ୍ରସ୍ତଙ୍କ ତାଲିକା ଓ ବର୍ତମାନ ପରିସ୍ଥିତିରେ ଜଳସେଚନ ଓ ଜଳ ନିସ୍କାସନ ସମସ୍ୟା ନେଇ ରଘୁନାଥପୁର ତହସିଲ ଘେରିଲା ନବ ନିର୍ମାଣ କୃଷକ ସଂଗଠନ ।  ଗତ ମେଁ ୨୭ ତାରିଖରେ ଭାଙ୍ଗିଯାଇଥିବା ଘର , ଉଜୁଡ଼ି ଯାଇଥିବା ରବି ଫସଲ , ପନି ପରିବା ଫସଲର ସଠିକ ଆକଳନ  କରାଯିବା ନିମନ୍ତେ ସଂଗଠନ ପକ୍ଷରୁ ତହସିଲଦାରଙ୍କୁ ଦାବି ପତ୍ର ଦିଆଯାଇଥିଲା । ଦାବି ପତ୍ର ପ୍ରଦାନ କରାଯିବାର ୧୫ ଦିନ ପରେ ଏ ସମ୍ପର୍କିତ ତଥ୍ୟ ସଂଗଠନକୁ ପ୍ରଦାନ କରାଯିବ ବୋଲି ତହସିଲଦାର ପ୍ରତିଶୃତି ଦେଇଥିଲେ । ତେବେ ଏହାଭିତରେ ୨ ମାସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସଂଗଠନକୁ କୌଣସି ସହଯୋଗ କରାଯାଇନଥିବା ସମ୍ପର୍କରେ ରାଜ୍ୟ ସହ ସଂଯୋଜକ ରଶ୍ମିରଂଜନ ସ୍ୱାଇଁ ଅଭିଯୋଗ କରିଛନ୍ତି ।  ଏ ବିଷୟରେ ଚାଷୀ ଭାଇଙ୍କ ସହିତ ଗତ ଗୁରୁବାର ଆଲୋଚନା ସମ୍ପର୍କରେ ତହସିଲଦାର ଦେବାଶିଷ ପାତ୍ରଙ୍କୁ ଲିଖିତ ଅବଗତ କରାଯାଇଥିଲା । ଆଜି ପୂର୍ବାହ୍ନରେ ବ୍ଲକ୍ ସଂଯୋଜକ ଶରତ ମହାପାତ୍ର,  କର୍ମକର୍ତା ଦେବୀପ୍ରସାଦ ମହାରଣା ଙ୍କ ନେତୃତ୍ୱରେ ଚାଷୀମାନେ ତହସିଲ ସମ୍ମୁଖରେ ସବବେତ ହୋଇଥିଲେ ।  ତେବେ ତହସିଲଦାର ଶ୍ରୀ ପାତ୍ର ଓ ଅତିରିକ୍ତ ତହସିଲଦାର ମାନସ କୁମାର ତ୍ରିପାଠୀ କାର୍ଯ୍ୟାଳୟକୁ ଆସି ନିଜ ଅଫିସ ଭିତରକୁ ଚାଲିଯାଇଥିଲେ । ଦୀର୍ଘ ସମୟ ଅପେକ୍ଷାରତ ଚାଷୀ ମାନଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହେବା ସହ ତହସିଲଦାରଙ୍କ ପାଖକୁ ଯାଇ ଆଲୋଚନା କରାଯିବ ନଚେତ ତହସିଲଦାର ଚାଷୀଙ୍କ ପାଖକୁ ଆସନ୍ତୁ ବୋଲି ମତ ପ୍ରକାଶ ପାଇଥିଲା । ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଏସଡ଼ିପିଓ ଡ଼ି ଆର ଜେନା ଏକ ୫ ଜଣିଆ ଟିମ ଆଲୋଚନାରେ ଭାଗ ନେବା ପାଇଁ କହିଥିଲେ ସୁଦ୍ଧା ଚାଷୀମାନେ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ତେବେ ୨ ଘଂଟାର ଅପେକ୍ଷା ପରେ  ତହସିଲଦାର ଓ ଅତିରିକ୍ତ ତହସିଲଦାର କାର୍ଯ୍ୟାଳୟ ଗେଟ ପାଖରେ ଛିଡ଼ା ହୋଇ ଚାଷୀଙ୍କ ପ୍ରଶ୍ନର ଉତର ରଖିଥିଲେ । ତେବେ ସମସ୍ତ ପ୍ରଶ୍ନର ଉତର ଦେଇନପାରିବାରୁ ଚାଷୀମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା । ଜିଲାର ସମସ୍ତ ତହସିଲ କ୍ଷୟକ୍ଷତି ଜନିତ ତାଲିକା ପ୍ରସ୍ତୁତ କରି ପଠାଇ ସାରିଥିବାବେଳେ ରଘୁନାଥପୁର ତହସିଲ ଏଥିରୁ ବିଚ୍ୟୁତ ରହିବା କାର୍ଯ୍ୟଦକ୍ଷତାର ପରିପନ୍ଥି ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଆଗାମୀ ଏକ ସପ୍ତାହ ମଧ୍ୟରେ ବ୍ଲକ୍ କାର୍ଯ୍ୟାଳୟ ମଧ୍ୟରେ  ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ଏବଂ ଏଥିରେ କୃଷକ ସଂଗଠନର ସମସ୍ତ ସଦସ୍ୟମାନଙ୍କର ଅଭିଯୋଗ ଶୁଣାଯିବ ବୋଲି ନିଷ୍ପତି ପରେ ଚାଷୀମାନେ ତହସିଲ ଘେରାଉ ରୁ ନିବୃତ ରହିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଆଜି ପ୍ରଥମାଷ୍ଟମୀ: ହଳଦୀ ପତ୍ର ବାସ୍ନାରେ ମହକୁଛି କଟକ ସଦର ଅଞ୍ଚଳ

କଟକ ସଦର,୨୭/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆଜି ପ୍ରଥମାଷ୍ଟମୀ।ଓଡିଆ ପାଞ୍ଜି ଅନୁସାରେ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି।ଏହି …

Leave a Reply

Your email address will not be published. Required fields are marked *