Monday , December 6 2021
Breaking News
Home / ସ୍ୱାସ୍ଥ୍ୟ / ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ବାଙ୍କୀ ଗସ୍ତ

ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ବାଙ୍କୀ ଗସ୍ତ

କଟକ, ୦୧/୦୮/୨୦୧୯ ( ଓଡ଼ିଶା ସମାଚାର)- କଟକ ଜିଲା ମଖ୍ୟୁ ଚିକିତ୍ସା ଅଧିକାରୀ ଡାକ୍ତର ବିଭୁତି ଭୁଷଣ ନାୟକ ବୁଧବାର ବାଙ୍କୀ ଗସ୍ତରେ ଆସି ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ବରପୁଟ ଓ ବ୍ରହ୍ମପୁରା ପ୍ରାଥମିକ ସ୍ୱାସ୍ୟ୍ଥକେନ୍ଦ୍ର ପରଦିର୍ଶନ କରି କେତେକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛିିା ଏହି ପରିପ୍ରେକ୍ଷୀରେ ଶ୍ରୀ ନାୟକ ବାଙ୍କୀ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ପହଂଚି ଚିକିତ୍ସାସେବା ଅନୁଧ୍ୟାନ କରିଛନ୍ତି । ଅଧ୍ୟିକ୍ଷକଙ୍କ କାର୍ଯ୍ୟାଳୟରେ ଉପସ୍ଥିତ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ସହ ଆଲୋଚନା କରି ନିଷ୍ଠା ଓ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀଙ୍କ ଚିକିତ୍ସା ସେବା ପ୍ରତି ଧ୍ୟାନଦେବାକୁ ପରାମର୍ଶ ଦେଇଛନ୍ତି । ବାଙ୍କୀର ଅଭାବୀ ଡାକ୍ତର ଓ ସ୍ୱାସ୍ୟ୍ଥସେବା ସମ୍ପର୍କେର ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ସମ୍ପର୍କରେ ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ଧୂଳେଶ୍ୱର ପ୍ରଧାନ ଜିଲା ମୁଖ୍ୟଚିକିତ୍ସା ଅଧକିାରୀଙ୍କ ଦୃଷ୍ଟିଆକଷର୍ଣ କରି ଖାଲିପଡିଥିବା ପଦକୁ ପୂରଣ କରିବା ପାଇଁ ଅନୁରୋଧ କରିଥିଲେ । ସେହିପରି ଅପରାହ୍ନରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ଡାକ୍ତର ଓ କମର୍ଚାରୀଙ୍କ ସହ ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ଆଲୋଚନା କରିଥିବା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧୀକ୍ଷକ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାନୁଷ୍ଠାନରେ ଏତେ ସଂଖ୍ୟକ ସଂକ୍୍ରମିତ ଚିହ୍ନଟ ହେବା ଚିନ୍ତାର ବିଷୟ

ଢେଙ୍କାନାଳ, ୦୨/୧୨/୨୦୨୧(ଓଡ଼ିଶା ସମାଚାର)-ଢେଙ୍କାନାଳ ର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ ମହାବିଦ୍ୟାଳୟ କଲେଜ ହଷ୍ଟେଲରୁ ଗତ ଦୁଇଦିନ ପୂର୍ବେ ୪ଜଣ …

Leave a Reply

Your email address will not be published. Required fields are marked *