ଭୁବନେଶ୍ୱର,୦୧/୦୮/୨୦୧୯ (ଓଡ଼ିଶା ସମାଚାର)-ଡେଙ୍ଗୁକୁ ନେଇ ସମଗ୍ର ରାଜ୍ୟବାସୀଙ୍କ ମଧ୍ୟରେ ଏବେ ଚିନ୍ତା ବଢ଼ିଯାଇଥିବା ବେଳେ ରାଜ୍ୟରେ ଚଳିତବର୍ଷ (ଜୁଲାଇ ୨୯) ସୁଦ୍ଧା ୧୮୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ରାଜ୍ୟ ବାହାରୁ ଡେଙ୍ଗୁ ବାହକ ଭାବରେ ୭୭ଜଣ ଆସିଛନ୍ତି ।ଏଥିରୁ ପ୍ରମାଣିତ ହୋଇଛି ଯେ ୧୮୫ ରୋଗୀଙ୍କ ମଧ୍ୟରୁ ପାୟ ଅଧା ରୋଗୀ ରାଜ୍ୟ ବାହାରୁ ରୋଗ ନେଇ ଆସିଛନ୍ତି । ଏହି ରୋଗୀଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଓ ଶ୍ରମିକ ଶ୍ରେଣୀର ଲୋକ ଅଛନ୍ତି । ଏହିମାନେ ଯେତେବେଳେ ସେଠାରେ ଡେଙ୍ଗୁ ରୋଗରେ ପୀଡ଼ିତ ହୁଅନ୍ତି, ସେମାନେ ଜୀବନ ବିକଳରେ ନିଜ ପରିବାର ପାଖକୁ ପଳେଇ ଆସନ୍ତି । ଆଉ ଏକ ମୁଖ୍ୟ କାରଣ ରହିଛି ମାଗଣା ଚିକିତ୍ସା । ଏହି ଡେଙ୍ଗୁ ରୋଗୀ ଚିକିତ୍ସା ପ୍ରାୟତଃ ବ୍ୟୟ ବହୁଳ । ରାଜ୍ୟ ସରକାର ଡେଙ୍ଗୁ ରୋଗୀଙ୍କ ପାଇଁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି । ଏହି ଭରସା ନେଇ ରୋଗୀ ନିଜ ରାଜ୍ୟକୁ ଫେରି ଆସିଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ବର୍ତମାନ ସୁଦ୍ଧା କଟକରେ ୩୧ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଆନ୍ଧ୍ର ପ୍ରଦେଶ-୧, ବାଙ୍ଗାଲୋର-୫ଚେନ୍ନାଇ-୧ ଓ ହାଇଦ୍ରାବାଦ୍-୩ରହିଛି । ଭଦ୍ରକରେ ୨୮ ରୋଗୀଙ୍କମଧ୍ୟରୁ କଲିକତା-୮, ହାଇଦ୍ରାବାଦ-୧,ତାମିଲନାଡ଼ୁ-୧, ବାଙ୍ଗାଲୋର-୧୮ଅଛନ୍ତି । ଯାଜପୁରରୁ ୨୬ ରୋଗୀଙ୍କମଧ୍ୟରୁ ବାଙ୍ଗାଲୋର-୮, ହାଇଦ୍ରାବାଦ-୭, ଆନ୍ଧ୍ରପ୍ରଦେଶ-୧, ପାଟନା-୧ରହିଛି । ବାଲେଶ୍ୱରରେ ୨୪ ରୋଗୀଙ୍କମଧ୍ୟରୁ ବାଙ୍ଗାଲୋର-୭, ହାଇଦ୍ରାବାଦ-୪, ପୁଣେ-୧ ରୋଗୀ ଅଛନ୍ତି ।ଗଞ୍ଜାମରେ ୧୭ ରୋଗୀଙ୍କ ମଧ୍ୟରୁବାଙ୍ଗଲୋର-୫, ଆନ୍ଧ୍ରପ୍ରଦେଶ-୧,ହାଇଦ୍ରାବାଦ-୪ ଜଣ ରୋଗୀ ଅଛନ୍ତି ।ସେହିପରି ଅନୁଗୁଳର ୮ ରୋଗୀଙ୍କ ମଧ୍ୟରୁ ବାଙ୍ଗାଲୋର-୩ ଜଣ ଅଛନ୍ତି । କଟକରେ ଯେଉଁ ୩୧ଟି ରୋଗୀ ଚିହ୍ନଟ ହୋଇଛନ୍ତି,ସେମାନେ ସବୁ କଟକ ଜିଲ୍ଲାର ନୁହନ୍ତି । କାରଣ କଟକରେ ଯେହେତୁ ଏସ୍ସିବି ମେଡିକାଲ କଲେଜ ରହିଛି । ବହୁଲୋକ ଚିକିତ୍ସା ପାଇଁ କଟକକୁ ଆସୁଛନ୍ତି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ୧୨, ଅନୁଗୁଳରେ ୮, ପୁରୀରେ ୬,ନୟାଗଡ଼ରେ ୧, ସୋନପୁରରେ ୧, କେନ୍ଦୁଝର ୧,ଖୋର୍ଦ୍ଧାରେ ୩, ନବରଙ୍ଗପୁରରେ ୫, ଢେଙ୍କାନାଳରେ ୪,ଗଜପତି-୧, ଜଗତସିଂହପୁରରେ ୭, କୋରାପୁଟରେ ୩ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ୨୦୧୬ମସିହାରେ ୧୪୧୭୪ ଜଣଙ୍କ ପରୀକ୍ଷା କରାଯାଇଥିଲା ।ସେମାନଙ୍କ ମଧ୍ୟରୁ ୨୯୪୨ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୮ ମସିହାରେ ୨୭୨୪ ଜଣଙ୍କ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୪୮ ଜଣଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ସେହିବର୍ଷ କୌଣସିରୋଗୀ ମୃତ୍ୟୁବରଣ କରିନଥିଲେ । ରାଜ୍ୟରେ ୨୦୧୮ମସିହାରେ ୫୦୩୮ ଜଣଙ୍କ ପରୀକ୍ଷା କରାଯାଇଥିଲା ।ସେମାନଙ୍କ ମଧ୍ୟରୁ ୭୯୬ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁହୋଇଥିଲା । ୨୦୧୯ ମସିହାରେ ୪୭୮୯ଜଣଙ୍କ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୮୫ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ସେହିପରି ୨୦୧୮ରେ ଜୁଲାଇ ମାସସୁଦ୍ଧା ୨୨୧୮ଙ୍କ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୬୬ ଆକ୍ରାନ୍ତ କରିଥିଲେ । ୨୦୧୯ରେ ଜୁଲାଇମାସ ସୁଦ୍ଧା ୧୭୮୯ଜଣ ପରୀକ୍ଷା କରିଥିଲେ । ସେମାନଙ୍କମଧ୍ୟରୁ ୧୨୧ଜଣ ଚିହ୍ନଟ ହୋଇଛନ୍ତି । ପ୍ରକାଶ ଥାଉ କିଗତବର୍ଷ ଜୁଲାଇ ୨୯ ସୁଦ୍ଧା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା୭୯୬ ଥିଲା । ଓଡ଼ିଶା ସମାଚାର