Sunday , October 17 2021
Breaking News
Home / ଶିକ୍ଷା / କେନ୍ଦ୍ରାପଡା କଲେଜରେ ବନ ମହୋତ୍ସବ ପାଳିତ

କେନ୍ଦ୍ରାପଡା କଲେଜରେ ବନ ମହୋତ୍ସବ ପାଳିତ

କେନ୍ଦ୍ରାପଡା ୦୧/୦୮/୨୦୧୯ ( ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ପୂର୍ବତନ ଛାତ୍ର ସଂସଦ କର୍ମକର୍ତାଙ୍କ ସହିତ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ  ମିଳିତ ଉଦ୍ୟମରେ  ବନ ମହୋତ୍ସବ ପାଳିତ ହୋଇଯାଇଛି  ।  ଏହି ଉପଲକ୍ଷେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ କଲେଜ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଗୋଟିଏ ଗଛ ଲଗାଇ  ତା’ର ଯତ୍ନ ନେଇ ବଂଚାଇ ରଖିପାରିଲେ ସମାଜରେ ତାହା ଏକ ଉଦାହରଣ ସୃଷ୍ଟି କରିବା ସହିତ ସୁସ୍ଥ ଜୀବନଯାପନ ପାଇଁ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବରେ ଅଧ୍ୟାପକ ଡଃ.ଜ୍ଞାନୀନ୍ଦ୍ର ଦାଶ, ଡଃ.ପ୍ରଭାକର ମଲ୍ଲିକ, ରଞ୍ଜିତ କୁମାର ଦାସ, ଡଃ.ଗୈାରପ୍ରସାଦ ଷଡଙ୍ଗୀ, ଡଃ.ଶ୍ରୀଧର ସାମଲ, ଅଶୋକ କୁମାର ଦାସ, ତ୍ରିଲୋଚନ ପ୍ରଧାନ, ଡଃ. ସାହାବୁଦ୍ଦିନ, ଜ୍ୟୋତିର୍ମୟ ଦାସ, କୁମାର ଚନ୍ଦ୍ର ମଲ୍ଲିକ, ଅଜିତ କୁମାର ବାରିକ,ମହେଶ୍ୱର ବାରିକ,ଦେବାଶିଷ ସିଂହଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା, ବିଶ୍ୱବିଦ୍ୟାଳୟ ତାଲିକାରେ ହେଲା ଅନ୍ତର୍ଭୁକ୍ତ

 କଟକ ସଦର, ୧୫/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ର ଛାତ୍ରୀଙ୍କୁ ନୂଆ ପରିଚୟ ଦେଵା …

Leave a Reply

Your email address will not be published. Required fields are marked *